ନୂପୁର ଶର୍ମାଙ୍କୁ ନେଇ ଶୂନ୍ୟକାଳରେ ନରସିଂହ ଓ ବିଷ୍ଣୁ ମୁହାଁମୁହିଁ, ୧୦ ମିନିଟ୍‌ ଗୃହ ମୁଲତବୀ

The Sakala Picture
Published On

ଭୁବନେଶ୍ବର : ବିଜେପିର ପୂର୍ବତନ ମୁଖପାତ୍ରୀ ନୂପୁର ଶର୍ମାଙ୍କୁ ନେଇ ଓଡ଼ିଶା ବିଧାନସଭାରେ ଝଡ଼। ନୂପୁର ଶର୍ମାଙ୍କୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଆଜି ବିଧାନସଭାର ଶୂନ୍ୟକାଳରେ ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଶୂନ୍ୟକାଳରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଟାର୍ଗେଟ କରି […]

ଭୁବନେଶ୍ବର : ବିଜେପିର ପୂର୍ବତନ ମୁଖପାତ୍ରୀ ନୂପୁର ଶର୍ମାଙ୍କୁ ନେଇ ଓଡ଼ିଶା ବିଧାନସଭାରେ ଝଡ଼। ନୂପୁର ଶର୍ମାଙ୍କୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଆଜି ବିଧାନସଭାର ଶୂନ୍ୟକାଳରେ ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଶୂନ୍ୟକାଳରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଟାର୍ଗେଟ କରି କହିଥିଲେ ଯେ ବିଜେପି ଦେଶକୁ ବିଭାଜନ କରିବାକୁ ଚାହୁଁଛି। ଯେଉଁ ଦଳର ଏପରି ଆଭିମୁଖ୍ୟ ରହିଛି ସେ ଦଳର ଯୋଗ୍ୟତା ନାହିଁ ସେ ସରକାର ରେ ରହି ଶାସନ କରିବା।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ ପ୍ରେମରେ ଓଡ଼ିଆ ଅସ୍ମିତାକୁ ରାସ୍ତାକୁ ଫିଙ୍ଗି ଦେଲେ ରାଜ୍ୟ ସରକାର

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। କଗ୍ରେସ ଦଳ କଣ ପାଇଁ ବାହାର ପ୍ରସଙ୍ଗକୁ ଗୁରୁତ୍ବ ଦେଉଛି।  ରାଜ୍ୟ ବିଧାନସଭାରେ ରାଜ୍ୟର ଅନେକ ପ୍ରସଙ୍ଗ ରହିଛି ଆଲୋଚନା ପାଇଁ, ତାହାକୁ କଂଗ୍ରେସ ମୂଦ୍ଦା କରୁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି। ତଥାପି ନୂପୁର ଶର୍ମାଙ୍କୁ ବିଜେପି ଦଳରୁ ବହିସ୍କାର କରିଛି। ଦେଶବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରିଛନ୍ତି। ଆଉ କଣ ତାଙ୍କୁ ଫାଶୀ ଦେଇଦେବୁ। ଓଡ଼ିଶା ଏକ ଶାନ୍ତ ପ୍ରିୟ ରାଜ୍ୟ ,ସେ ପ୍ରସଙ୍ଗ ଆଣି କଣ ରାଜ୍ୟରେ ହିଂସା କରିବାକୁ ଚାହୁଛି ବୋଲି କଂଗ୍ରେସ କୁ ପ୍ରଶ୍ନ କରିଛନ୍ତି ବିଷ୍ଣୁ ସେଠୀ ।

ଆହୁରି ପଢ଼ନ୍ତୁ: ସିସିଟିଭି ବଳୟରେ ରହିବ ପୁରୀ ରଥଖଳା: ସୁରକ୍ଷା ଉଦ୍ଦେଶ୍ୟରେ ଲାଗିବ ୧୨ଟି କ୍ୟାମେରା

ଏ ଭଳି ପ୍ରସଙ୍ଗ ଆଣି ସଦସ୍ୟଙ୍କ ସମୟ ବର୍ବାଦ ନ କରାଯାଉ ବୋଲି ବିଧାନସଭା ବାଚସ୍ପତିଙ୍କୁ କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ବିଷ୍ଣୁ ସେଠୀଙ୍କ ବୟାନରେ ମଧ୍ୟ କଂଗ୍ରେସ ସଦସ୍ୟ ହୋହାଲ୍ଲା କରିଥିଲେ। ଗୃହମଧ୍ୟ ଭାଗକୁ ଆସି ନୂପୁର ଶର୍ମା ଏବଂ ବିଜେପି ବରୋଧରେ ନାରା ଦେଇଥିଲେ । ଯାହା ଫଳରେ ଗୃହକୁ ୧୦ ମିନିଟ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି।  ଅନ୍ୟପଟେ ନୂପୁର ଶର୍ମା ପ୍ରସଂଗରେ ବାଚସ୍ପତି ବିବୃତି ଦେଇ କହିଛନ୍ତି ନୂପୁର ଶର୍ମା ଗୃହର ସଦସ୍ୟ ନୁହନ୍ତି, ତେଣୁ ତାଙ୍କ ବିଷୟରେ ଆଲୋଚନା ନହେଉ ।

ଆହୁରି ପଢ଼ନ୍ତୁ: ଖୁବ୍‌ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା: ଆଇନ ମନ୍ତ୍ରୀ

02 Jul 2022 By The Sakala

ନୂପୁର ଶର୍ମାଙ୍କୁ ନେଇ ଶୂନ୍ୟକାଳରେ ନରସିଂହ ଓ ବିଷ୍ଣୁ ମୁହାଁମୁହିଁ, ୧୦ ମିନିଟ୍‌ ଗୃହ ମୁଲତବୀ

ଭୁବନେଶ୍ବର : ବିଜେପିର ପୂର୍ବତନ ମୁଖପାତ୍ରୀ ନୂପୁର ଶର୍ମାଙ୍କୁ ନେଇ ଓଡ଼ିଶା ବିଧାନସଭାରେ ଝଡ଼। ନୂପୁର ଶର୍ମାଙ୍କୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଆଜି ବିଧାନସଭାର ଶୂନ୍ୟକାଳରେ ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଶୂନ୍ୟକାଳରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଟାର୍ଗେଟ କରି କହିଥିଲେ ଯେ ବିଜେପି ଦେଶକୁ ବିଭାଜନ କରିବାକୁ ଚାହୁଁଛି। ଯେଉଁ ଦଳର ଏପରି ଆଭିମୁଖ୍ୟ ରହିଛି ସେ ଦଳର ଯୋଗ୍ୟତା ନାହିଁ ସେ ସରକାର ରେ ରହି ଶାସନ କରିବା।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। କଗ୍ରେସ ଦଳ କଣ ପାଇଁ ବାହାର ପ୍ରସଙ୍ଗକୁ ଗୁରୁତ୍ବ ଦେଉଛି।  ରାଜ୍ୟ ବିଧାନସଭାରେ ରାଜ୍ୟର ଅନେକ ପ୍ରସଙ୍ଗ ରହିଛି ଆଲୋଚନା ପାଇଁ, ତାହାକୁ କଂଗ୍ରେସ ମୂଦ୍ଦା କରୁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି। ତଥାପି ନୂପୁର ଶର୍ମାଙ୍କୁ ବିଜେପି ଦଳରୁ ବହିସ୍କାର କରିଛି। ଦେଶବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରିଛନ୍ତି। ଆଉ କଣ ତାଙ୍କୁ ଫାଶୀ ଦେଇଦେବୁ। ଓଡ଼ିଶା ଏକ ଶାନ୍ତ ପ୍ରିୟ ରାଜ୍ୟ ,ସେ ପ୍ରସଙ୍ଗ ଆଣି କଣ ରାଜ୍ୟରେ ହିଂସା କରିବାକୁ ଚାହୁଛି ବୋଲି କଂଗ୍ରେସ କୁ ପ୍ରଶ୍ନ କରିଛନ୍ତି ବିଷ୍ଣୁ ସେଠୀ ।

ଏ ଭଳି ପ୍ରସଙ୍ଗ ଆଣି ସଦସ୍ୟଙ୍କ ସମୟ ବର୍ବାଦ ନ କରାଯାଉ ବୋଲି ବିଧାନସଭା ବାଚସ୍ପତିଙ୍କୁ କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ବିଷ୍ଣୁ ସେଠୀଙ୍କ ବୟାନରେ ମଧ୍ୟ କଂଗ୍ରେସ ସଦସ୍ୟ ହୋହାଲ୍ଲା କରିଥିଲେ। ଗୃହମଧ୍ୟ ଭାଗକୁ ଆସି ନୂପୁର ଶର୍ମା ଏବଂ ବିଜେପି ବରୋଧରେ ନାରା ଦେଇଥିଲେ । ଯାହା ଫଳରେ ଗୃହକୁ ୧୦ ମିନିଟ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି।  ଅନ୍ୟପଟେ ନୂପୁର ଶର୍ମା ପ୍ରସଂଗରେ ବାଚସ୍ପତି ବିବୃତି ଦେଇ କହିଛନ୍ତି ନୂପୁର ଶର୍ମା ଗୃହର ସଦସ୍ୟ ନୁହନ୍ତି, ତେଣୁ ତାଙ୍କ ବିଷୟରେ ଆଲୋଚନା ନହେଉ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର