ମନୋରଞ୍ଜନ
ଓଡ଼ିଶା
ଆସୁଛି ଗଣେଶ ପୂଜା, ଠାକୁରଙ୍କ ମୂର୍ତ୍ତି ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ୍ ପୁଲିସ
ଭୁବନେଶ୍ୱର: ଆଗକୁ ଗଣେଶ ପୂଜା ଆସୁଥିବାରୁ ଏହାକୁ ନଜରରେ ରଖି କମିଶନରେଟ୍ ପୁଲିସ ତା’ର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଶୁକ୍ରବାର ପୁଲିସ କମିଶନରଙ୍କ ଅଧ୍ୟକ୍ଷତାରେ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଲୋକ ପ୍ରତିନିଧି, ବିଭିନ୍ନ ପୂଜା କମିଟି ଏବଂ ଏକାଧିକ କ୍ଲବ୍ର ସଦସ୍ୟମାନେ ସାମିଲ ରହିଥିଲେ। ଏଥିରେ କିଭଳି ଶାନ୍ତି ଶୃଙ୍ଖଳାରେ ପୂଜା ସମାପନ ହେବ ସେନେଇ ଆଲୋଚନା କରିଥିଲେ। ବିଶେଷକରି ରାତି ୧୦ଟା ପରେ ସାଉଣ୍ଡ୍କୁ ବନ୍ଦ କରିବାକୁ କୁହାଯାଇଥିଲା। […]
ଭୁବନେଶ୍ୱର: ଆଗକୁ ଗଣେଶ ପୂଜା ଆସୁଥିବାରୁ ଏହାକୁ ନଜରରେ ରଖି କମିଶନରେଟ୍ ପୁଲିସ ତା’ର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଶୁକ୍ରବାର ପୁଲିସ କମିଶନରଙ୍କ ଅଧ୍ୟକ୍ଷତାରେ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଲୋକ ପ୍ରତିନିଧି, ବିଭିନ୍ନ ପୂଜା କମିଟି ଏବଂ ଏକାଧିକ କ୍ଲବ୍ର ସଦସ୍ୟମାନେ ସାମିଲ ରହିଥିଲେ। ଏଥିରେ କିଭଳି ଶାନ୍ତି ଶୃଙ୍ଖଳାରେ ପୂଜା ସମାପନ ହେବ ସେନେଇ ଆଲୋଚନା କରିଥିଲେ। ବିଶେଷକରି ରାତି ୧୦ଟା ପରେ ସାଉଣ୍ଡ୍କୁ ବନ୍ଦ କରିବାକୁ କୁହାଯାଇଥିଲା। ଏଥିସହ ପୂଜା ଭସାଣି ପାଇଁ ମଧ୍ୟ ପୁଲିସ ନିୟମ କଡ଼ାକଡ଼ି କରିଛି। ସେପ୍ଟେମ୍ବର ୧୯ରେ ପରବର୍ତ୍ତୀ ବିଚାରବିମର୍ଶ କରାଯିବ ବୋଲି ଜଣାପଡ଼ିଛି।
ସେଫ୍ଟେମ୍ବର ୨୪, ଅକ୍ଟୋବର ୧ ଏବଂ ୮ ତାରିଖରେ ଭସାଣି କରିବାକୁ ସିପି କହିଛନ୍ତି। ବଡ଼ କଥା ହେଲା ଏଥର ଗଣେଶଙ୍କ ମୂର୍ତ୍ତି ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନେକ ସମୟରେ ପୂଜା କମିଟିମାନେ ଗଣେଶଙ୍କ ମୂର୍ତ୍ତିକୁ ବିକୃତ କରିଥାନ୍ତି। ଯାହାକି ପରବର୍ତ୍ତୀ ସମୟରେ ବିବାଦକୁ ଆସିଥାଏ। କିନ୍ତୁ ଏଥର ଏଭଳି ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି। ଆହୁରି ମଧ୍ୟ ଜୋର୍ଜବରଦସ୍ତି ଚାନ୍ଦା ଆଦାୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।






