କମିଶନରେଟ୍ ପୁଲିସ ହାତରେ କୁଖ୍ୟାତ ଚୋର: ଚୋରି କରିଥିବା କୋଟି କୋଟି ଟଙ୍କାରେ ବଡ଼ ବଡ଼ ହୋଟେଲରେ ରହି କରୁଥିଲା ଅଏସ

The Sakala Picture
Published On

ଭୁବନେଶ୍ବର : କମିଶନରେଟ ପୁଲିସ ହାତରେ ଆଜି ଏକ କୁଖ୍ୟାତ ଚୋରା ଧରାପଡିଛି। କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଆଜି କଟକରେ ଚୋରି କରୁଥିବାବେଳେ ଏହି ଚୋରକୁ ଗିରଫ କରିଛି । ଏହି କୁଖ୍ୟାତ ଚୋରର ନାଁ ହେଉଛି ହେମନ୍ତ ଦାସ । ସେ ଭୁବନେଶ୍ୱରର ଲିଙ୍ଗରାଜ ଅଞ୍ଚଳର ବାସିନ୍ଦା । ୧୯୮୬ ମସିହାରୁ ୩୫ ବର୍ଷ ଧରି ରାଜ୍ୟ ତଥା ରାଜ୍ୟ ବାହାରେ ଚୋରି କରୁଥିଲା ହେମନ୍ତ। ଆଉ ୩୫ ବର୍ଷ ମଧ୍ୟରେ ପ୍ରାୟ ୫୦୦ […]

ଭୁବନେଶ୍ବର : କମିଶନରେଟ ପୁଲିସ ହାତରେ ଆଜି ଏକ କୁଖ୍ୟାତ ଚୋରା ଧରାପଡିଛି। କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଆଜି କଟକରେ ଚୋରି କରୁଥିବାବେଳେ ଏହି ଚୋରକୁ ଗିରଫ କରିଛି । ଏହି କୁଖ୍ୟାତ ଚୋରର ନାଁ ହେଉଛି ହେମନ୍ତ ଦାସ । ସେ ଭୁବନେଶ୍ୱରର ଲିଙ୍ଗରାଜ ଅଞ୍ଚଳର ବାସିନ୍ଦା । ୧୯୮୬ ମସିହାରୁ ୩୫ ବର୍ଷ ଧରି ରାଜ୍ୟ ତଥା ରାଜ୍ୟ ବାହାରେ ଚୋରି କରୁଥିଲା ହେମନ୍ତ। ଆଉ ୩୫ ବର୍ଷ ମଧ୍ୟରେ ପ୍ରାୟ ୫୦୦ ସ୍ଥାନରୁ ଚୋରି କରିଛି।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

ହେମନ୍ତ ଚୋରି କରି ୪ ରୁ ୫ କୋଟି ଟଙ୍କା ରୋଜଗାର କରିଥିବା ପୁଲିସ ପାଖରେ କହିଛି। ଲୁହା ରଡ଼ ସାହାଯ୍ୟରେ ସେ ବିଭିନ୍ନ ଜାଗାରେ ଚୋରି କରୁଥିଲା । ଏହା ସହ ଚୋରି ଟଙ୍କାରେ ବିଭିନ୍ନ ଦେଶ ବୁଲି ବିଳାସମୟ ଜୀବନ ବିତାଉଥିଲା ।ଚୋରି ପଇସାରେ ଗ୍ୟାଙ୍ଗଟକ , ଚେନ୍ନାଇ , ବମ୍ବେରେ ଷ୍ଟାର ହୋଟେଲରେ ରହିବା ସହ କଲ ଗାର୍ଲଙ୍କ ପଛରେ ଟଙ୍କା ଉଡ଼ାଉଥିଲା ହେମନ୍ତ। ୧୯୯୦ ମସିହାରେ ଚୋରି କରି ପ୍ରଥମ ଥର ଜେଲ ଯାଇଥିଲା ହେମନ୍ତ । ପୁଲିସର ସୂଚନା ମୁତାବକ ହେମନ୍ତ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରାୟ ୫୦୦ଟି ଚୋରି କରିଛି ।ସେହିପରି କମିଶନରେଟ ପୁଲିସ ଅଧୀନରେ ତାଙ୍କ ନାଁରେ ୧୦୦ ଟି ଅଭିଯୋଗ ରହିଛି ।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

ହେମନ୍ତର ଗିରଫ ପରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ, ହେମନ୍ତ ବିଜେବି କଲେଜର ଛାତ୍ର ଥିଲା। କଲେଜରେ ଗଣ୍ଡଗୋଳ ଘଟଣାରେ ୮୦ ଦଶକରେ ତାକୁ ଗିରଫ କରାଯାଇ ଜେଲ ପଠାଯାଇଥିଲା। ଜେଲରେ ସେ କିଛି ଚୋରଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା। ଜେଲରୁ ବାହାରିବା ପରେ ସେ ଘରେ ପଶି ଚୋରି କରିବା ଆରମ୍ଭ କରିଥିଲା। କେବଳ ଓଡ଼ିଶା ନୁହେଁ ବାହାର ରାଜ୍ୟରେ ମଧ୍ୟ ସେ ପାଖାପାଖି ୫୦୦ ଚୋରି କରିଛି। ଶେଷଥର ପାଇଁ ୨୦୧୮ରେ ଅପରାଧିକ ମାମଲାରେ ସ୍ପେଶାଲ ସ୍କ୍ୱାଡ୍ ୟୁପିଡି ଭୁବନେଶ୍ୱର ତାକୁ ଗିରଫ କରିଥିଲା। ତା’ ପରେ ଜେଲରୁ ବାହାରିବା ପରେ ସେ ଘରକୁ ନଯାଇ ଅଲଗା ଅଲଗା ଜାଗାରେ ଚୋରି କରୁଥିଲା। ଗତ ବର୍ଷ ପୁରୀରେ ସେ ଧରା ପଡ଼ିଥିଲା। ପୁରୀରେ ଦୁଇ ଦୁଇଥର ଗିରଫ ହେବା ପରେ ଜୁଲାଇ ମାସରେ ଜେଲରୁ ମୁକୁଳିଥିଲା।ଜୁଲାଇରେ ଜେଲରୁ ବାହାରିବା ପରେ ସେ ଚନ୍ଦ୍ରଶେଖରପୁର କ୍ଲିନିକରେ, ବଡ଼ଗଡ଼ ଥାନା ଏବଂ କ୍ୟାପିଟାଲ୍ ଥାନା ଅନ୍ତର୍ଗତ ଗୋଟିଏ ଜାଗାରେ ଚୋରି କରିଥିଲା। ଆଉ ଏସବୁଥିରେ ହେମନ୍ତର ସଂପୃକ୍ତି ଥିବା ଆମେ ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଲୁ। ତେଣୁ ତାକୁ ଧରିବାକୁ ଆମର ସ୍ପେଶାଲ୍ ସ୍କ୍ୱାଡ୍ ପ୍ରୟାସ ଚଳାଇଥିଲା। ଶେଷରେ କଟକରେ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ସେ ଧରାପଡ଼ିଛି।

ଆହୁରି ପଢ଼ନ୍ତୁ: ରେଳଧାରଣାରୁ ପୋଲିସ ASIଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର