କଲେଜ ପିଲାଙ୍କୁ ଦ୍ବାରା ‘ସୁଭଦ୍ରା’ ସର୍ଭେ କରାଇବେ ସରକାର, ଶିକ୍ଷାବିତ୍‌ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ……

The Sakala Picture
Published On

ଭୁବନେଶ୍ୱର : କଲେଜ ଛାତ୍ରଛାତ୍ରୀ କରିବେ ସୁଭଦ୍ରା ସର୍ଭେ। ଘରକୁ ଘର ବୁଲି ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରିବେ। ନିଜ ମୋବାଇଲ୍‌ରେ ଇଣ୍ଟରନେଟ୍‌ ବ୍ୟବହାର କରି କାର୍ଯ୍ୟ କରିବେ। ସକାଳ ୬ରୁ ୯ଟା ମଧ୍ୟରେ ସର୍ଭେ କରିବେ। ପ୍ରତି ସର୍ଭେ ପିଛା ସେମାନଙ୍କୁ ୨୫ ଟଙ୍କା ଲେଖାଏଁ ମଧ୍ୟ ପ୍ରଦାନ କରାଯିବ। ଏଥିପାଇଁ ତାଲିକା ପ୍ରସ୍ତୁତ କରି ପଠାଇବା ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁୁ ନିର୍ଦ୍ଦେଶ […]

ଭୁବନେଶ୍ୱର : କଲେଜ ଛାତ୍ରଛାତ୍ରୀ କରିବେ ସୁଭଦ୍ରା ସର୍ଭେ। ଘରକୁ ଘର ବୁଲି ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରିବେ। ନିଜ ମୋବାଇଲ୍‌ରେ ଇଣ୍ଟରନେଟ୍‌ ବ୍ୟବହାର କରି କାର୍ଯ୍ୟ କରିବେ। ସକାଳ ୬ରୁ ୯ଟା ମଧ୍ୟରେ ସର୍ଭେ କରିବେ। ପ୍ରତି ସର୍ଭେ ପିଛା ସେମାନଙ୍କୁ ୨୫ ଟଙ୍କା ଲେଖାଏଁ ମଧ୍ୟ ପ୍ରଦାନ କରାଯିବ। ଏଥିପାଇଁ ତାଲିକା ପ୍ରସ୍ତୁତ କରି ପଠାଇବା ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଯୁବା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତିକୁ ନେଇ ଶିକ୍ଷାବିତ୍‌ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ଛୁଟି କରାଯାଇଥିବାବେଳେ ପିଲାଙ୍କ ଦ୍ୱାରା ସର୍ଭେ କରିବା ନିଷ୍ପତ୍ତି କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି। ସରକାରୀ ଯୋଜନାକୁ ରାଜନୀତିକରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରାଯାଉଛି। ଅର୍ଥ ଉପାର୍ଜନ ଆଶାରେ ଅନେକ ପିଲା ସର୍ଭେ କରିବାକୁ ଆସି ପାରନ୍ତି। ଏପରି କ୍ଷେତ୍ରରେ ସେମାନଙ୍କ ପାଠପଢ଼ା ବ୍ୟାଘାତ ହେବ। ମାନସିକ ଭାବେ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଶୈକ୍ଷିକ ମନୋଭାବ ହ୍ରାସ ପାଇବ। ଏଥିପାଇଁ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନ: ଆଇନ ମାଧ୍ୟମରେ ରାଜ୍ୟର ଅଧିକାର ଛଡାଇ ନିଆଯାଇଛି, ଅର୍ଥନୈତିକ ଅବରୋଧ କରିବ ବିଜେଡି

ମହିଳା ଓ ଶିଶୁ ବିକାଶ ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି। ଯେଉଁ ମହିଳାମାନେ ନୂଆ କରି ସୁଭଦ୍ରାରେ ଯୋଡି ହେବେ ଏବଂ ଯୋଜନାରୁ ବଞ୍ଚିତ ହୋଇଥିବା କାରଣ ସମ୍ପର୍କରେ ଛାତ୍ରଛାତ୍ରୀମାନେ ତଥ୍ୟ ଆଣିବେ। ଏ ସମ୍ପର୍କରେ ଗତକାଲି ଅପରାହ୍ଣରେ ଏକ ଭର୍ଚୁଆଲ ବୈଠକ ମଧ୍ୟ କରାଯାଇଥିବା ଜଣା ପଡ଼ିଛି। ବୈଠକରେ ବିଶ୍ୱବିଦ୍ୟାଳୟ କୂଳସଚିବଙ୍କ ସମେତ କଲେଜ ଅଧ୍ୟକ୍ଷ, ଡିପିଓ, ଏଡିପିଓ, ଆର୍‌ଡିଇ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଆସିକା ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ଘଟଣାରେ ବିଧାୟକଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର