ଆଜିଠୁ ଇକୋ-ରିଟ୍ରିଟ୍‌‌, ୪ଟି ସ୍ଥାନରେ ଭର୍ଚୁଆଲରେ ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଏ ବର୍ଷର ବହୁପ୍ରତୀକ୍ଷିତ ଇକୋ-ରିଟ୍ରିଟ୍‌ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡ଼ି, କୋରାପୁଟ (ପୁଟସିଲ୍‌‌) ଓ ସାତକୋଶିଆ ଆଦି ୪ଟି ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାସାଙ୍ଗରେ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିବେ। ରାଜ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ହୋଇଥିବା ଏ ଉଦ୍ୟମରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିଛି। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ବିଳାସପୂର୍ଣ୍ଣ କଟେଜ୍‌ରେ […]

ଭୁବନେଶ୍ୱର: ଏ ବର୍ଷର ବହୁପ୍ରତୀକ୍ଷିତ ଇକୋ-ରିଟ୍ରିଟ୍‌ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡ଼ି, କୋରାପୁଟ (ପୁଟସିଲ୍‌‌) ଓ ସାତକୋଶିଆ ଆଦି ୪ଟି ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାସାଙ୍ଗରେ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିବେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ରାଜ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ହୋଇଥିବା ଏ ଉଦ୍ୟମରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିଛି। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ବିଳାସପୂର୍ଣ୍ଣ କଟେଜ୍‌ରେ ଆରାମଦାୟକ ରହଣୀ ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନପ୍ରକାର ରୋମାଞ୍ଚକର କାର୍ଯ୍ୟକଳାପର ମଜା ନେଇପାରିବେ ପର୍ଯ୍ୟଟକ। ଏହାସହ ଦେଶବିଦେଶର ପର୍ଯ୍ୟଟକମାନେ ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଖାଦ୍ୟାଭ୍ୟାସକୁ ଅତି ନିକଟରୁ ଜାଣିବାର ସୁଯୋଗ ପାଇବେ। ଟ୍ରେକିଂ, ଜଙ୍ଗଲ ସଫାରୀ ଅଲ୍‌‌ ଟେରେନ୍‌‌ ଭେଇକିଲ୍‌‌(ଏଟିଭି)ରେ ଜଙ୍ଗଲ ଓ ବେଳାଭୂମିରେ ବୁଲିବା, ରାଇଫଲ୍‌‌ ସୁଟିଂ, ଆର୍ଚେରୀ, ବିଚ୍‌‌ ଭଲିବଲ, ଜେଟ୍‌‌ସ୍କି, ବାନାନା ରାଇଡ୍‌‌, ସ୍ପିଡ୍‌‌ ବୋଟ୍‌‌, ପାରାସେଲିଂ, ଇ-ବାଇସାଇକଲ୍‌‌ ଆଦିର ଭରପୂର ମଜା ନେବାର ସୁଯୋଗ ବି ମିଳିବ। କେବଳ ସେତିକି ନୁହେଁ, ଗାଇଡେଡ୍‌‌ ଟୁର୍‌‌ ସହ ଫରେଷ୍ଟ ଓ ନେଚର ଟ୍ରେଲ୍‌‌, ଭିଲେଜ୍‌‌ ୱାକ୍‌‌, ବାଲୁକା କଳା କର୍ମଶାଳା, ସମୁଦ୍ର ଓ ନଦୀଶଯ୍ୟାରେ ଯୋଗ ଏବଂ ଜୁମ୍ୱା କର୍ମଶାଳାକୁ ବି ଉପଭୋଗ କରିପାରିବେ ପର୍ଯ୍ୟଟକ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ-ରିଟ୍ରିଟ୍‌‌ ୱେବସାଇଟ୍‌‌ bookodisha.com ଏବଂ odishaecoretreats.com‌ରେ ବୁକିଂ ଚାଲିଛି। ଆସନ୍ତାକାଲି ଉଦ୍‌ଘାଟନୀ ଉତ୍ସବରେ ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ମନ୍ତ୍ରୀ, ବିଭାଗୀୟ ନିର୍ଦ୍ଦେଶକଙ୍କ ସମେତ ସ୍ଥାନୀୟ ଜିଲ୍ଲାପାଳ ଓ ଅଧିକାରୀମାନେ ଉପସ୍ଥିତ ରହିବେ। ଏହାର ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୧ ତାରିଖ‌ରେ ସୋନାପୁର ଓ ଭିତରକନିକାରେ ଆରମ୍ଭ ହେବାକୁ ଥିବା ବେଳେ ଡିସେମ୍ବର ୧୫ରୁ ତୃତୀୟ ପର୍ଯ୍ୟାୟ ଅର୍ଥାତ୍‌ କୋଣାର୍କ ଇକୋ-ରିଟ୍ରିଟ୍‌‌ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଉଲ୍ଲେଖଯୋଗ୍ୟ, ଗୁଜୁରାଟର କଚ୍ଛ ରଣ୍‌‌ ଉତ୍ସବ ଢାଞ୍ଚାରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ପୂର୍ବ ଭାରତର ପ୍ରଥମ ଏବଂ ଏକମାତ୍ର ଗ୍ଲାମ୍ପିଂ ଫେଷ୍ଟିଭାଲ। ୩ ମାସ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ନିଆରା କାର୍ଯ୍ୟକ୍ରମରେ ପର୍ଯ୍ୟଟକମାନେ ଏଥର ନିଆରା ଅନୁଭୂତି ସାଉଁଟିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର