ସାମାଜିକ ସୁରକ୍ଷାକୁ ଗୁରୁତ୍ବ: ମଧୁବାବୁ ପେନସନ୍ ଯୋଜନାରେ ଯୋଡି ହେଲେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀ

The Sakala Picture
Published On

ଭୁବନେଶ୍ବର: ସାମାଜିକ ସୁରକ୍ଷାକୁ ଗୁରୁତ୍ବ ଦେଇ ବଢିଲା ମଧୁବାବୁ ପେନସନ୍ ଯୋଜନା ପରିସର। ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀଙ୍କୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୨୮ଲକ୍ଷ ୬୧ହଜାରରୁ ୩୨ଲକ୍ଷ ୭୫ହଜାରକୁ ବୃଦ୍ଧି ପାଇଛି। ଅଗଷ୍ଟ ୧୫ତାରିଖ ଜନସେବା ଦିବସରେ ନୂଆ ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ୍ ପାଇବେ। ଗ୍ରାମପଞ୍ଚାୟତ ହେଡକ୍ବାଟର୍ ଓ ଓ୍ବାର୍ଡ କାର୍ଯ୍ୟାଳୟରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ସେମାନଙ୍କୁ ପେନସନ୍ ଦିଆଯିବ। କ୍ୟାମ୍ପ କରି ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ […]

ଭୁବନେଶ୍ବର: ସାମାଜିକ ସୁରକ୍ଷାକୁ ଗୁରୁତ୍ବ ଦେଇ ବଢିଲା ମଧୁବାବୁ ପେନସନ୍ ଯୋଜନା ପରିସର। ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀଙ୍କୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୨୮ଲକ୍ଷ ୬୧ହଜାରରୁ ୩୨ଲକ୍ଷ ୭୫ହଜାରକୁ ବୃଦ୍ଧି ପାଇଛି। ଅଗଷ୍ଟ ୧୫ତାରିଖ ଜନସେବା ଦିବସରେ ନୂଆ ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ୍ ପାଇବେ।

ଆହୁରି ପଢ଼ନ୍ତୁ: ଗ୍ୟାସ ଅଭାବକୁ ନେଇ ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା, ବାରମ୍ବାର ଗୃହ ମୁଲତବି

ଗ୍ରାମପଞ୍ଚାୟତ ହେଡକ୍ବାଟର୍ ଓ ଓ୍ବାର୍ଡ କାର୍ଯ୍ୟାଳୟରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ସେମାନଙ୍କୁ ପେନସନ୍ ଦିଆଯିବ। କ୍ୟାମ୍ପ କରି ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି। ସିଏମଓଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ମୋ ସରକାରରେ ମିଳିଥିବା ଫିଡବ୍ୟାକ ଆଧାରରେ ଅଧିକ ଲୋକଙ୍କୁ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ମହାଯୁଦ୍ଧ: ୨୪ ଘଣ୍ଟା ମଧ୍ୟରେ ଦୁବାଇ ଉପରେ ଦ୍ୱିତୀୟ ଥର ଆକ୍ରମଣ, ବାଗଦାଦସ୍ଥିତ ଆମେରିକୀୟ ଦୂତାବାସକୁ ଟାର୍ଗେଟ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ବିକାଶମୂଳକ କାମର ସମୀକ୍ଷା କରିବା ସହ ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟା ବୁଝୁଛନ୍ତି। ଏହାଦ୍ବାରା ଲୋକଙ୍କ ସମସ୍ୟାର ତ୍ବରିତ ସମାଧାନ ହୋଇପାରୁଛି। ରାଜ୍ୟ ସରକାର ୨୮ଲକ୍ଷ ୬୧ ହଜାର ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମାଜିକ ସୁରକ୍ଷା ପେନସନ୍ ଦେଉଛନ୍ତି ।

ଆହୁରି ପଢ଼ନ୍ତୁ: ସିସୋର ଚିଟଫଣ୍ଡ ମାମଲା: ୧୭ଟି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଉପରେ ଜବାବ ରଖିବାକୁ ସିବିଆଇକୁ କୋର୍ଟଙ୍କ ନିର୍ଦ୍ଦେଶ

ବୟସ୍କ, ବିଧବା, ଦିବ୍ୟାଙ୍ଗ, ଅବିବାହିତ ମହିଳା, କୋଭିଡରେ ଅନାଥ ପିଲା, ଏଡସ ରୋଗୀଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ପେନସନ୍ ଦିଆଯାଉଛି । ୭୯ବର୍ଷ କିମ୍ବା ତାଠୁ କମ୍ ହିତାଧିକାରୀଙ୍କୁ ମାସିକ ୫ଶହ ଟଙ୍କା, ୮୦ରୁ ଅଧିକ ବୟସ୍କଙ୍କୁ ମାସିକ ୭ଶହ ଟଙ୍କା ଦିଆଯାଉଛି। ସେହିପରି ୪୦ରୁ ୫୯ପ୍ରତିଶତ ଦିବ୍ୟାଙ୍ଗଙ୍କୁ ୫ଶହ, ୬୦ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ୭ଶହ, ୬୦ ପ୍ରତିଶତରୁ ଅଧିକ ଶାରିରୀକ ଅକ୍ଷମତା ଥିବା ୮୦ବର୍ଷରୁ ଅଧିକଙ୍କୁ ମାସିକ ୯ଶହ ଟଙ୍କା ପେନସନ୍ ଦିଆଯାଉଛି । ୪ଲକ୍ଷ ୧୩ହଜାର ଅତିରିକ୍ତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ଦ୍ବାରା ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।

07 Aug 2023 By The Sakala

ସାମାଜିକ ସୁରକ୍ଷାକୁ ଗୁରୁତ୍ବ: ମଧୁବାବୁ ପେନସନ୍ ଯୋଜନାରେ ଯୋଡି ହେଲେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀ

ଭୁବନେଶ୍ବର: ସାମାଜିକ ସୁରକ୍ଷାକୁ ଗୁରୁତ୍ବ ଦେଇ ବଢିଲା ମଧୁବାବୁ ପେନସନ୍ ଯୋଜନା ପରିସର। ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀଙ୍କୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୨୮ଲକ୍ଷ ୬୧ହଜାରରୁ ୩୨ଲକ୍ଷ ୭୫ହଜାରକୁ ବୃଦ୍ଧି ପାଇଛି। ଅଗଷ୍ଟ ୧୫ତାରିଖ ଜନସେବା ଦିବସରେ ନୂଆ ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ୍ ପାଇବେ।

ଗ୍ରାମପଞ୍ଚାୟତ ହେଡକ୍ବାଟର୍ ଓ ଓ୍ବାର୍ଡ କାର୍ଯ୍ୟାଳୟରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ସେମାନଙ୍କୁ ପେନସନ୍ ଦିଆଯିବ। କ୍ୟାମ୍ପ କରି ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି। ସିଏମଓଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ମୋ ସରକାରରେ ମିଳିଥିବା ଫିଡବ୍ୟାକ ଆଧାରରେ ଅଧିକ ଲୋକଙ୍କୁ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ବିକାଶମୂଳକ କାମର ସମୀକ୍ଷା କରିବା ସହ ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟା ବୁଝୁଛନ୍ତି। ଏହାଦ୍ବାରା ଲୋକଙ୍କ ସମସ୍ୟାର ତ୍ବରିତ ସମାଧାନ ହୋଇପାରୁଛି। ରାଜ୍ୟ ସରକାର ୨୮ଲକ୍ଷ ୬୧ ହଜାର ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମାଜିକ ସୁରକ୍ଷା ପେନସନ୍ ଦେଉଛନ୍ତି ।

ବୟସ୍କ, ବିଧବା, ଦିବ୍ୟାଙ୍ଗ, ଅବିବାହିତ ମହିଳା, କୋଭିଡରେ ଅନାଥ ପିଲା, ଏଡସ ରୋଗୀଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ପେନସନ୍ ଦିଆଯାଉଛି । ୭୯ବର୍ଷ କିମ୍ବା ତାଠୁ କମ୍ ହିତାଧିକାରୀଙ୍କୁ ମାସିକ ୫ଶହ ଟଙ୍କା, ୮୦ରୁ ଅଧିକ ବୟସ୍କଙ୍କୁ ମାସିକ ୭ଶହ ଟଙ୍କା ଦିଆଯାଉଛି। ସେହିପରି ୪୦ରୁ ୫୯ପ୍ରତିଶତ ଦିବ୍ୟାଙ୍ଗଙ୍କୁ ୫ଶହ, ୬୦ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ୭ଶହ, ୬୦ ପ୍ରତିଶତରୁ ଅଧିକ ଶାରିରୀକ ଅକ୍ଷମତା ଥିବା ୮୦ବର୍ଷରୁ ଅଧିକଙ୍କୁ ମାସିକ ୯ଶହ ଟଙ୍କା ପେନସନ୍ ଦିଆଯାଉଛି । ୪ଲକ୍ଷ ୧୩ହଜାର ଅତିରିକ୍ତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ଦ୍ବାରା ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର