ନବୀନ କରିବେ ହିସାବ ନିକାଶ: ଯୋଜନାର ସଫଳତା ହାର କେତେ ସେ ନେଇ ମନ୍ତ୍ରୀ ପରିଷଦ ଓ ବିଧାୟକଙ୍କ ସହ ହେବ ଆଲୋଚନା

The Sakala Picture
Published On

ଭୁବନେଶ୍ୱର: ନବୀନ କରିବେ ହିସାବ ନିକାଶ । କେଉଁ ଯୋଜନା କେତେ ସଫଳ । ଫ୍ଲାଗସିପ ଯୋଜନାର ସଫଳତା ପର୍ସେଣ୍ଟଜ କେତେ? ସମାଜର ସବୁଠାରୁ ତଳସ୍ତରରେ ରହୁଥିବା ଲୋକଟି ସରକାରୀ ସୁବିଧା ପାଉଛି କି ନାହିଁ? କୋଭିଡ ପାଇଁ ଫୋକସରୁ ହଟିନି ତ ଉନ୍ନୟନ କାମ? ଏସବୁର ଉତ୍ତର ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ପରିଷଦ, ବିଧାୟକଙ୍କ ସହ ଆଲୋଚନା କରିବେ । ଯୋଜନା ରୂପାୟନ ଓ ସମ୍ମନ୍ୱୟ ଉପରେ ଅଧିକ ଗୁରୁତ୍ୱ ଦେବା […]

ଭୁବନେଶ୍ୱର: ନବୀନ କରିବେ ହିସାବ ନିକାଶ । କେଉଁ ଯୋଜନା କେତେ ସଫଳ । ଫ୍ଲାଗସିପ ଯୋଜନାର ସଫଳତା ପର୍ସେଣ୍ଟଜ କେତେ? ସମାଜର ସବୁଠାରୁ ତଳସ୍ତରରେ ରହୁଥିବା ଲୋକଟି ସରକାରୀ ସୁବିଧା ପାଉଛି କି ନାହିଁ? କୋଭିଡ ପାଇଁ ଫୋକସରୁ ହଟିନି ତ ଉନ୍ନୟନ କାମ? ଏସବୁର ଉତ୍ତର ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ପରିଷଦ, ବିଧାୟକଙ୍କ ସହ ଆଲୋଚନା କରିବେ । ଯୋଜନା ରୂପାୟନ ଓ ସମ୍ମନ୍ୱୟ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ନବୀନ ଆସନ୍ତା ୨୮ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମରେ ଗୁରୁମନ୍ତ୍ର ଦେବେ । ବୈଠକରେ ନିର୍ବାଚନ ଇସ୍ତାହାରକୁ ଅକ୍ଷର ଅକ୍ଷର ପାଳନ କରାଯିବ ସହ ପ୍ରଶାସନକୁ କିପରି ଆହୁରି ଅଧିକ ଲୋକାଭିମୁଖୀ କରାଯିବ ସେନେଇ ପ୍ରସ୍ତୁତ ହେବ ରୋଡମ୍ୟାପ । କଳିଙ୍ଗ ଷ୍ଟାଡ଼ିୟମରେ ଏନେଇ ମାନସ ମଥଂନ କରାଯିବ ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ଟ୍ରେନିଂ କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ବିଜୁ ସ୍ୱାସ୍ଥ୍ୟ ଯୋଜନା, କାଳିଆ, ବିଜୁ ପକ୍କାଘର, ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ମୁକ୍ତା, ଜାଗା ମିଶନ, ମମତା, ହରିଶ୍ଚନ୍ଦ୍ର, ବଳରାମ, ମିଲେଟ ମିଶନ ଆଦି ଉପରେ ବିଧାୟକମାନଙ୍କର ଫିଡବ୍ୟାକ୍ ନେବେ। ସେହିପରି ଫ୍ଲାଗସିପ୍ ଯୋଜନା ଭାବେ ମିଶନ ଶକ୍ତି କାର୍ଯ୍ଯକାରିତା ଓ ସଫଳତା ଉପରେ ମଧ୍ୟ ବିଧାୟକଙ୍କ ମତାମତ ନେବେ। ଏହାସହ ମନ୍ତ୍ରୀମାନେ ମଧ୍ୟ ନିଜ ବିଭାଗକୁ ନେଇ ଆଗମୀ ଦିନରେ କଣ କଣ କରିବାକୁ ଯାଉଛନ୍ତି ଓ କେଉଁକାମ ବାକି ରହିଛି ତାହା ଉପରେ ମଧ୍ୟ ଆଲୋଚନା କରିବେ। ୨୦୧୯ରେ ଶାସନ ବ୍ୟବସ୍ଥାରେ ଫାଇଭ-ଟି ଓ ମୋ ସରକାର କାର୍ୟ୍ୟକାରୀ କରିଛନ୍ତି ରାଜ୍ୟ ସରକାର । ଫାଇଭ-ଟିରେ ସ୍କୁଲ ରୂପାନ୍ତରରଣ କାର୍ଯ୍ଯକ୍ରମକୁ ଆହୁରି ତ୍ୱରାନ୍ୱିତ କରିବା ସହ ବିଭିନ୍ନ ପର୍ଯ୍ଯଟନସ୍ଥଳୀର ବିକାଶ ଉପରେ ମଧ୍ୟ ନବୀନ ଗୁରୁମନ୍ତ୍ର ଦେବେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର