ଶୃଙ୍ଖଳିତ ଭାବେ ସମାପନ ହେଲା ରଥଯାତ୍ରା; ନିୟୋଜିତ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ନବଦିନାତ୍ମକ ଯାତ୍ରା ସାରି ବାହୁଡିଗଲେ ବାହୁଡ଼ାବ୍ରହ୍ମ। ତିନି ଠାକୁର ଆଜି ଜନ୍ମବେଦୀରୁ ରତ୍ନ ବେଦୀ ଅଭିମୁଖେ ବାହାରି ଯାଇଛନ୍ତି । କିନ୍ତୁ ବିଶ୍ୱରୁ ବାହାରି ଯାଇନି କରୋନା । ଗୋଟେପଟେ ରାଜ୍ୟରେ କୋଭିଡ ମହାମାରୀର ଭୟଙ୍କର ସ୍ଥିତି ଏବେ ବି ବଜାୟ ରହିଛି । ଆଉ ଏପରି ସ୍ଥିତିରେ ବିଶ୍ୱ ନିୟନ୍ତାଙ୍କ ନିକଟରେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୀମିତ ସେବାୟତ, ଅଳ୍ପ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ନେଇ ଚଳିତ ବର୍ଷ ରଥଯାତ୍ରା […]

ଭୁବନେଶ୍ୱର: ନବଦିନାତ୍ମକ ଯାତ୍ରା ସାରି ବାହୁଡିଗଲେ ବାହୁଡ଼ାବ୍ରହ୍ମ। ତିନି ଠାକୁର ଆଜି ଜନ୍ମବେଦୀରୁ ରତ୍ନ ବେଦୀ ଅଭିମୁଖେ ବାହାରି ଯାଇଛନ୍ତି । କିନ୍ତୁ ବିଶ୍ୱରୁ ବାହାରି ଯାଇନି କରୋନା । ଗୋଟେପଟେ ରାଜ୍ୟରେ କୋଭିଡ ମହାମାରୀର ଭୟଙ୍କର ସ୍ଥିତି ଏବେ ବି ବଜାୟ ରହିଛି । ଆଉ ଏପରି ସ୍ଥିତିରେ ବିଶ୍ୱ ନିୟନ୍ତାଙ୍କ ନିକଟରେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ସୀମିତ ସେବାୟତ, ଅଳ୍ପ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ନେଇ ଚଳିତ ବର୍ଷ ରଥଯାତ୍ରା ସମାପନ୍ନ କରାଯାଇଛି । ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା କାର୍ଯ୍ଯ ରୀତିନୀତିରେ ସରିଛି । ଏବଂ ସବୁଠୁ ବଡ଼ କଥା ହେଉଛି ରାଜ୍ୟବାସୀ, ବିଶେଷ କରି ପୁରୀ ସହରବାସୀଙ୍କ ସହଯୋଗ ଯୋଗୁଁ ଏଥର ରଥଯାତ୍ରା ଶୃଙ୍ଖଳାଦାୟକ ଭାବେ ହୋଇଥିବା ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ତେଣୁ ଶୃଙ୍ଖଳିତ ରଥଯାତ୍ରା ଚଳିତ ବର୍ଷ ସୁରୁଖୁରୁରେ ସମାପନ ହୋଇଥିବାରୁ ରଥଯାତ୍ରାରେ ନିୟୋଜିତ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ କଟକଣା ଯୋଗୁଁ ପୁରୀ ସହରରେ କର୍ଫ୍ୟୁ ଲାଗିଥିବାବେଳେ ଦର୍ଶନ ନେଇ ମଧ୍ୟ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ସମଗ୍ର ରାଜ୍ୟବାସୀ ସରକାରଙ୍କ ନିୟମକୁ ମାନିଥିବାରୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର