କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଦଳ ସହ ଫଟୋସୁଟ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ଭାରତୀୟ ହକି ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଟୋ ସୁଟ୍ କରିଛନ୍ତି । କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଖେଳାଳିଙ୍କ ସହ ଫଟୋ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟ ହକି ଖେଳାଳିଙ୍କ ସହ ହକି ଇଣ୍ଡିଆର ସଭାପତି ନରିନ୍ଦର ବାତ୍ରା ମଧ୍ୟ ଫଟୋରେ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି […]

ଭୁବନେଶ୍ୱର: ଭାରତୀୟ ହକି ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଟୋ ସୁଟ୍ କରିଛନ୍ତି । କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଖେଳାଳିଙ୍କ ସହ ଫଟୋ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟ ହକି ଖେଳାଳିଙ୍କ ସହ ହକି ଇଣ୍ଡିଆର ସଭାପତି ନରିନ୍ଦର ବାତ୍ରା ମଧ୍ୟ ଫଟୋରେ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ଫଟୋ ଉଠାଇଛନ୍ତି ।

ଆହୁରି ପଢ଼ନ୍ତୁ: ସତ ମାନିଲେ ନଗର ଉନ୍ନୟନ ମନ୍ତ୍ରୀ; କହିଲେ, 'ଆଜି ନହେଲେ କାଲି ମେଟ୍ରୋର ଆବଶ୍ୟକତା ଅଛି'

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା CBSE ଦଶମ ବୋର୍ଡ ରେଜଲ୍ଟ, results.cbse.nic.inରେ ରେଜଲ୍ଟ ଉପଲବ୍ଧ

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ଭୁଶୁଡି ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ

ଅଲିମ୍ପିକ୍ସରେ ସଫଳ ପ୍ରଦର୍ଶନ ପରେ ଆଜି ଓଡ଼ିଶା ଆସିଛନ୍ତି ଉଭୟ ପୁରୁଷ ଓ ମହିଳା ହକି ଦଳ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ସେମାନଙ୍କୁ ହୋଟେଲକୁ ପାଛୋଟି ନେବା ପରେ ପ୍ରଥମେ କେକ୍ କାଟିଥିଲେ ଖେଳାଳି । ପରେ ସାମ୍ୱାଦିକ ସମ୍ମଳିନୀ ଟୋକିଓ ଅଲିମ୍ପିକ୍ସର ଅନୁଭୂତି ସମ୍ପର୍କରେ ବଖାଣିଥିଲେ । ହକି ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବାକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ସହଯୋଗ ନେଇ କୃତଜ୍ଞତା ଜଣାଇଛନ୍ତି । ତେବେ ଆଜି ସନ୍ଧ୍ୟାରେ ଉଭୟ ପୁରୁଷ ଓ ମହିଳା ହକି ଟିମ୍‌କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିବାର କାର୍ଯ୍ଯକ୍ରମ ରହିଛି । ପୂର୍ବରୁ ଅଲିମ୍ପିକ୍ସରେ ଭାଗ ନେଇଥିବା ଓଡ଼ିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ ।

17 Aug 2021 By The Sakala

କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଦଳ ସହ ଫଟୋସୁଟ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭାରତୀୟ ହକି ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଟୋ ସୁଟ୍ କରିଛନ୍ତି । କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଖେଳାଳିଙ୍କ ସହ ଫଟୋ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟ ହକି ଖେଳାଳିଙ୍କ ସହ ହକି ଇଣ୍ଡିଆର ସଭାପତି ନରିନ୍ଦର ବାତ୍ରା ମଧ୍ୟ ଫଟୋରେ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ଫଟୋ ଉଠାଇଛନ୍ତି ।

ଅଲିମ୍ପିକ୍ସରେ ସଫଳ ପ୍ରଦର୍ଶନ ପରେ ଆଜି ଓଡ଼ିଶା ଆସିଛନ୍ତି ଉଭୟ ପୁରୁଷ ଓ ମହିଳା ହକି ଦଳ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ସେମାନଙ୍କୁ ହୋଟେଲକୁ ପାଛୋଟି ନେବା ପରେ ପ୍ରଥମେ କେକ୍ କାଟିଥିଲେ ଖେଳାଳି । ପରେ ସାମ୍ୱାଦିକ ସମ୍ମଳିନୀ ଟୋକିଓ ଅଲିମ୍ପିକ୍ସର ଅନୁଭୂତି ସମ୍ପର୍କରେ ବଖାଣିଥିଲେ । ହକି ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବାକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ସହଯୋଗ ନେଇ କୃତଜ୍ଞତା ଜଣାଇଛନ୍ତି । ତେବେ ଆଜି ସନ୍ଧ୍ୟାରେ ଉଭୟ ପୁରୁଷ ଓ ମହିଳା ହକି ଟିମ୍‌କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିବାର କାର୍ଯ୍ଯକ୍ରମ ରହିଛି । ପୂର୍ବରୁ ଅଲିମ୍ପିକ୍ସରେ ଭାଗ ନେଇଥିବା ଓଡ଼ିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର