ଟିଟିଲାଗଡ଼ ରେଲ୍‌ ଓଭରବ୍ରିଜର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଟିଟିଲାଗଡରେ ୧୦୪୨ ମିଟର ଦୀର୍ଘ ଏକ ରେଲୱେ ଓଭରବ୍ରିଜର ଉଦ୍‌ଘାଟନ କରିଛନ୍ତି । ଏଥିପାଇଁ ୭୧.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟିଟିଲାଗଡ ଏକ ଗୁରୁତ୍ବପୂର୍ଣ୍ଣ ରେଳ ଜଙ୍କସନ୍‌ । ଓଭରବ୍ରିଜ ନିର୍ମାଣ ହେବା ଦ୍ବାରା ଲୋକଙ୍କ ଗମନାଗମନରେ ଅନେକ ସୁବିଧା ଆସିବ। ଟିଟିଲାଗଡ ସହିତ ଭବାନୀପାଟଣା, କେସିଙ୍ଗା ଓ ନୂଆପଡା ଅଞ୍ଚଳର ଜନସାଧାରଣ ଉପକୃତ […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଟିଟିଲାଗଡରେ ୧୦୪୨ ମିଟର ଦୀର୍ଘ ଏକ ରେଲୱେ ଓଭରବ୍ରିଜର ଉଦ୍‌ଘାଟନ କରିଛନ୍ତି । ଏଥିପାଇଁ ୭୧.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଆହୁରି ପଢ଼ନ୍ତୁ: ଓଡିଶାକୁ ବାତ୍ୟା ଦ୍ଵନ୍ଦ ଭିତରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ଆସୁଛି ବଡ଼ ଲଘୁଚାପ

ଆହୁରି ପଢ଼ନ୍ତୁ: ବିବାହ ପ୍ରସ୍ତାବ ଭାଙ୍ଗିଯିବାରୁ ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ପ୍ରେମିକ ଗିରଫ

ଏହି ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟିଟିଲାଗଡ ଏକ ଗୁରୁତ୍ବପୂର୍ଣ୍ଣ ରେଳ ଜଙ୍କସନ୍‌ । ଓଭରବ୍ରିଜ ନିର୍ମାଣ ହେବା ଦ୍ବାରା ଲୋକଙ୍କ ଗମନାଗମନରେ ଅନେକ ସୁବିଧା ଆସିବ। ଟିଟିଲାଗଡ ସହିତ ଭବାନୀପାଟଣା, କେସିଙ୍ଗା ଓ ନୂଆପଡା ଅଞ୍ଚଳର ଜନସାଧାରଣ ଉପକୃତ ହେବେ।

ଆହୁରି ପଢ଼ନ୍ତୁ: କଣାସ ବର୍ବରତା: କ୍ରାଇମ ସ୍ପଟରେ ସିନ୍ ରିକ୍ରିଏସନ କଲା ମୁଖ୍ୟ ଅଭିଯୁକ୍ତ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଟିଟିଲାଗଡ ସହରର ବ୍ୟାପକ ଉନ୍ନତି ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ROB ସହିତ ଟିଟିଲାଗଡରେ ଆଧୁନିକ ବସ୍‌ଷ୍ଟାଣ୍ଡ, ସୁଇମିଂ ପୁଲ୍‌, ମହାରାଜା ସାଗରର ପୁନରୁଦ୍ଧାର, ବର୍ଜ୍ୟ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ଆହୁରି ଅନେକ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି। ଏହିସବୁ ଗୁଡିକ ଠିକ୍‌ ସମୟରେ ସଂପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଭିତ୍ତିଭୂମି ବିକାଶର ଆଧାର ବୋଲି ମତପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଭିତ୍ତିଭୂମିର ବିକାଶ ଉପରେ ସେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ଓଡିଶା ଆଜି ଭିତ୍ତିଭୂମି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ରାଜ୍ୟରେ ସଡକ, ସେତୁ, ବନ୍ଦର ଆଦି ଭିତ୍ତିଭୂମିର ବିକାଶ ଯୋଗୁ ଯୋଗାଯୋଗ କ୍ଷେତ୍ରରେ ବହୁତ ଉନ୍ନତି ଆସିଛି । ଭିତ୍ତିଭୂମି ସମସ୍ତଙ୍କର ସଂପତ୍ତି ବୋଲି ପ୍ରକାଶ କରି, ସମସ୍ତେ ଏହାର ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ବିକାଶ ପାଇଁ ଗମନାଗମନ ବ୍ୟବସ୍ଥାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟରେ ସଡକ ବିକାଶ କାର୍ଯ୍ୟକ୍ରମରେ ଅନେକ ଉନ୍ନତି ଆସିଛି ବୋଲି ସେ କହିଥିଲେ ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଟିଟିଲାଗଡ ଜନସାଧାରଣଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ରେଲ ଓଭରବ୍ରିଜ ସହିତ ଟିଟିଲାଗଡ ପାଇଁ ଚାଲିଥିବା ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ।

ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ କହିଥିଲେ ଯେ ଏହାଦ୍ବାରା ଟିଟିଲାଗଡ ଜନସାଧାରଣଙ୍କର ଏକ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେଲା । ପଶ୍ଚିମ ଓଡିଶାରେ ହେଉଥିବା ବିକାଶ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଯେ ପଶ୍ଚିମ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କର ସ୍ୱତନ୍ତ୍ର ଦୃଷ୍ଟି ରହିଛି । ଏହାସହିତ ମିଶନ ଶକ୍ତିକୁ ଏକ ସ୍ବତନ୍ତ୍ର ବିଭାଗ କରିଥିବାରୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଆଜି ଟିଟିଲାଗଡର ସବୁ ଲୋକଙ୍କ ପାଇଁ ବହୁତ ଅନନ୍ଦର ଦିନ । ପଶ୍ଚିମ ଓଡିଶା ପାଇଁ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାକୁ କେତେ ପ୍ରାଥମିକତା ଦେଉଛନ୍ତି, ଏଥିରୁ ଏହା ସହଜରେ ଅନୁମେୟ।

କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାର ବିକାଶ କାର୍ଯ୍ୟକ୍ରମ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ କରାଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍‌.କେ. ଶର୍ମା, ପୂର୍ତ୍ତ ବିଭାଗ ସଚିବ ଶ୍ରୀ କିଶନ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଟିଟିଲାଗଡ ସବ୍‌ କଲେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ।

09 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର