ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଦେଶରେ ଶ୍ରେଷ୍ଠ ଓଡ଼ିଶା, ୧୯ ଜିଲ୍ଲାକୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର : ଜମିଜମା ଦସ୍ତାବିଜର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି । ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଜମିଜମା ଦସ୍ତାବିଜର କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୧୯ ଜିଲ୍ଲାକୁ ସମ୍ମାନିତ କରିଛନ୍ତି । ଏହି ଜିଲ୍ଲାଗୁଡ଼ିକ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡରେକର୍ଡ ଆଧୁନିକୀକରଣ କ୍ଷେତ୍ରରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରି ଗତ ଜୁଲାଇ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଭୂମି ସମ୍ମାନ ପୁରସ୍କାର ଗ୍ରହଣ କରିଥିଲେ । ଏହାସହ ଜମିଜମା […]

ଭୁବନେଶ୍ୱର : ଜମିଜମା ଦସ୍ତାବିଜର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି । ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଜମିଜମା ଦସ୍ତାବିଜର କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୧୯ ଜିଲ୍ଲାକୁ ସମ୍ମାନିତ କରିଛନ୍ତି । ଏହି ଜିଲ୍ଲାଗୁଡ଼ିକ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡରେକର୍ଡ ଆଧୁନିକୀକରଣ କ୍ଷେତ୍ରରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରି ଗତ ଜୁଲାଇ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଭୂମି ସମ୍ମାନ ପୁରସ୍କାର ଗ୍ରହଣ କରିଥିଲେ । ଏହାସହ ଜମିଜମା ଦସ୍ତାବିଜର କମ୍ପୁଟରୀକରଣ କରିବା କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ମଧ୍ୟ ମାନ୍ୟତା ପାଇଥିଲା ।

ଆହୁରି ପଢ଼ନ୍ତୁ: ଗ୍ୟାସ ଅଭାବକୁ ନେଇ ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା, ବାରମ୍ବାର ଗୃହ ମୁଲତବି

ଆହୁରି ପଢ଼ନ୍ତୁ: ଅନୁଗୁଳ ବନ୍ତଳା ଛକରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଜଳଖିଆ ଦୋକାନ

ଏହି ଜିଲ୍ଲାଗୁଡ଼ିକ ହେଲେ, ଅନୁଗୁଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର । ଏହି ଜିଲ୍ଲାଗୁଡ଼ିକୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଗୁରୁବାର ଲୋକସେବା ଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ ଟ୍ରଫି ଓ ସମ୍ମାନପତ୍ର ପ୍ରଦାନ କରିଥିଲେ ।

ଆହୁରି ପଢ଼ନ୍ତୁ: FIH ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ଭାରତୀୟ ମହିଳା ହକି ଟିମ୍, ଶୁଭେଚ୍ଛା ଜଣାଇଲେ ନବୀନ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରି କହିଥିଲେ ଯେ ଦେଶର ସମୁଦାୟ ୬୮ ଜିଲ୍ଲାକୁ ଏହି ସମ୍ମାନସ୍ପଦ ପୁରସ୍କାର ମିଳିଥିବା ବେଳେ ତନ୍ମଧ୍ୟରେ ଓଡ଼ିଶାର ୧୯ଟି ଜିଲ୍ଲା ସାମିଲ ରହିଛନ୍ତି । ସେହିଭଳି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାର ଜମିଜମା ଦସ୍ତାବିଜର ଡିଜିଟାଇଜେସନ୍‌ କରାଯିବ । ୫-ଟି ଉପକ୍ରମରେ ବ୍ୟବସ୍ଥାର ସଫଳ ପରିଚାଳନା ସହ ମୋ ସରକାରର ଉଦ୍ଦେଶ୍ୟକୁ ସଠିକ ଭାବେ କାର୍ଯ୍ୟକ୍ଷମ କରାଯାଇପାରିଛି । ଯାହା ଫଳରେ ସାରା ଦେଶରେ ଓଡ଼ିଶା ଜମିଜମା ଦସ୍ତାବିଜର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ରାଜ୍ୟବାସୀମାନେ ଇ-ଗଭର୍ଣ୍ଣାନ୍ସ ଆପ୍ଲିକେସନ୍‌ର ସୁବିଧା ଯେକୌଣସି ସମୟରେ ଯକୌଣସି ସ୍ଥାନରେ ଉଠାଇପାରୁଛନ୍ତି ।

ସେହିଭଳି ଜମିଜମା କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ନିମନ୍ତେ କାର୍ଯ୍ୟକ୍ଷମ ଥିବା ରେଭିନ୍ୟୁ ଟାକ୍ସଫୋର୍ସ ମଧ୍ୟ ସକ୍ରିୟ ଭାବେ କାର୍ଯ୍ୟ ସମ୍ପାଦନ କରୁଛି । ଯୋଜନାର କାର୍ଯ୍ୟନ୍ୱୟନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ଯୋଜନାକୁ ଆରମ୍ଭ କରିବା ନିହାତି ପକ୍ଷେ ଗୁରୁତ୍ୱପୂର୍ଣ୍ଣ ମାତ୍ର ତାହାର ସଫଳ ରୂପାୟନ କରି ଶତ ପ୍ରତିଶତ ସଫଳ କରାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ । ‘ମୋ’ ସରକାର ସମସ୍ତ ଯୋଜନାକୁ ଏକ ତାର୍କିକ ଉପସଂହାର ପର୍ଯ୍ୟନ୍ତ ନେବାରେ ବିଶ୍ୱାସ କରେ । ଓଡ଼ିଶାବାସୀଙ୍କର ଇଚ୍ଛା ଓ ମହତାକାଂକ୍ଷା ସଦାସର୍ବଦା ମୋର ପ୍ରାଥମିକତା ଅଟେ ।

ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ସମସ୍ୟାକୁ କେନ୍ଦ୍ର କରି ରାଜ୍ୟରେ ଯୋଜନାଗୁଡ଼ିକୁ ଲାଗୁ କରାଯାଇ ତାହାକୁ ସଫଳତାର ଶୀର୍ଷକୁ ନିଆଯାଉଛି । ଏହିକ୍ରମରେ ଜମିଜମା ଦସ୍ତାବିଜର ଡିଜିଟାଇଜେସନ୍‌ କ୍ଷେତ୍ରରେ ଆମେ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ନିଜକୁ ଉପସ୍ଥାପିତ କରିପାରିଛୁ । ରାଜ୍ୟର ପ୍ରଶାସନିକ ଅଧିକାରୀ ତଥା ସରକାରୀ ବ୍ୟବସ୍ଥାରେ କାର୍ଯ୍ୟରତ ଅଧିକାରୀମାନେ ସାଢେ଼ ୪ କୋଟି ରାଜ୍ୟବାସୀଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଓଡ଼ିଶା ଜମିଜମା ଦସ୍ତାବିଜର ଡିଜିଟାଇଜେସନର ବିଭିନ୍ନ ଶ୍ରେଣୀରେ ଓଡ଼ିଶା ଶତପ୍ରତିଶତ ପ୍ରଦର୍ଶନ କରିଛି । ସରକାରୀ ଅଧିକାରୀମାନେ ନିଷ୍ଠାପର ଭାବେ ଦାୟିତ୍ୱ ସମ୍ପାଦନ କରିଥିବା ହେତୁ ରାଜ୍ୟକୁ ଏହି ଉଲ୍ଲେଖନୀୟ ସଫଳତା ମିଳିପାରିଛି । ସେହିଭଳି ରାଜସ୍ୱ ପ୍ରଶାସନର ସଫଳତା ଉପରେ ରାଜ୍ୟର ଭିତ୍ତିଭୂମି କ୍ଷେତ୍ର ଓ ଶିଳ୍ପ ପ୍ରକଳ୍ପର ବିକାଶ ନିର୍ଭରଶୀଳ । ଜମିଜମା ଦସ୍ତାବିଜର ସଫଳ ପରିଚାଳନା ତଥା ଡିଜିଟାଇଜେସନ ଫଳରେ କାର୍ଯ୍ୟରତ ବିଭିନ୍ନ ପ୍ରକଳ୍ପର ତ୍ୱରାନ୍ୱିତ ହୋଇପାରିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଓ ନୂଆପଡ଼ା ଜିଲ୍ଲାପାଳ ଜମିଜମା ଦସ୍ତାବିଜର ଡିଜିଟାଇଜେସନ୍‌ ପ୍ରକ୍ରିୟା ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲେ । ଜିଲ୍ଲାପାଳମାନେ ୫-ଟି ଉପକ୍ରମରେ କାର୍ଯ୍ୟ ସମ୍ପାଦନ କରିଥିବା ନେଇ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜସ୍ୱ ଆଇଜି ଜ୍ୟୋତିପ୍ରକାଶ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।

10 Aug 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର