କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ଡିଏନଏ ଟେଷ୍ଟ ପାଇଁ ସଂଗ୍ରହ ହେଲା ସାମ୍ପୁଲ

The Sakala Picture
Published On

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ ପାଇଁ ଡାକ୍ତରୀ ଟିମ୍ ସାମ୍ପୁଲ ସଂଗ୍ରହ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଉପସ୍ଥିତିରେ ସାମ୍ପୁଲ ସଂଗ୍ରହ କରାଯାଇଛି । ତେବେ ସୂଚନା ମୂତାବକ ଗତ କିଛି ଦିନ ତଳେ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ରାଜକନିକା ଅଞ୍ଚଳର […]

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ ପାଇଁ ଡାକ୍ତରୀ ଟିମ୍ ସାମ୍ପୁଲ ସଂଗ୍ରହ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଉପସ୍ଥିତିରେ ସାମ୍ପୁଲ ସଂଗ୍ରହ କରାଯାଇଛି । ତେବେ ସୂଚନା ମୂତାବକ ଗତ କିଛି ଦିନ ତଳେ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ରାଜକନିକା ଅଞ୍ଚଳର ପ୍ରାଣକୃଷ ବିଶ୍ୱାଳ । ପୁଅ ହେଲା ବୋଲି ତାଙ୍କୁ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଥିଲା । ମାତ୍ର ଫଟୋ ଉଠାଇବାବେଳେ ସେ ଝିଅ ହୋଇଥିବା ଦେଖିଥିଲେ ।

ଆହୁରି ପଢ଼ନ୍ତୁ: ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ: 'ସରକାର କେବଳ ବ୍ଲେମ୍ ଗେମ ଖେଳୁଛନ୍ତି'

ଏଣୁ ସେ ଡିଏନଏ ଟେଷ୍ଟ ପାଇଁ ଦାବି କରିଥିଲେ। ଡିଏନଏ ଟେଷ୍ଟ ହେଉ, ରିପୋର୍ଟ ନ ଆସିବା ପର୍ୟ୍ୟନ୍ତ ମାଆ ଓ ଛୁଆଙ୍କୁ ନେବିନି ବୋଲି ସେହି ବ୍ୟକ୍ତି ଜଣଙ୍କ କହିଥିଲେ । ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗ୍ରହଣ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ଶେଷରେ କ୍ୟାପିଟାଲ ଥାନା ପକ୍ଷରୁ ଡିଏନଏ ପରୀକ୍ଷା ପାଇଁ କୋର୍ଟଙ୍କ ଅନୁମତି ଲୋଡିଥିଲା ଥାନା ପୁଲିସ । ଏଥିପାଇଁ ଭୁବନେଶ୍ବର କୋର୍ଟ ଡିଏନଏ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଥିଲେ । ଆଜି ମାଆ ଏବଂ ଶିଶୁର ଡିଏନଏ ପରୀକ୍ଷା ପାଇଁ ସାମ୍ପୁଲ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ସେପଟେ ଏହି ଘଟଣାରେ ଗାଇନିଂ ଓ୍ବାର୍ଡର ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରାଯାଇଥିଲା । ଦାୟିତ୍ବରେ ଅବହେଳା ପାଇଁ ହସ୍ପିଟାଲ ନିର୍ଦ୍ଦେଶକ ତାଙ୍କୁ ସସ୍‌ପେଣ୍ଡ କରିଥିଲେ ।

ଆହୁରି ପଢ଼ନ୍ତୁ: ଏଣିକି ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍‌, MSP ଧାର୍ଯ୍ୟ କରିବେ ସରକାର

ତେବେ ଡିଏନଏ ଟେଷ୍ଟ  ରିପୋର୍ଟ ଆସିବା ପରେ ପୁରା ସତ୍ୟ ପଦାକୁ ଆସିବ । ସେପଟେ ଉଭୟ ମା’ ଓ ଛୁଆ ସୁସ୍ଥ ଥିବା କହିଛି ଡାକ୍ତରୀ ଟିମ। ଝିଅ ହୋଇଥିବା କଥା ମା’ ମାନୁଥିବା ବେଳେ ବାପା ମାନିବାକୁ ନାରାଜ। । DNA ରିପୋର୍ଟ ଆସିବା ପରେ ସତ ପ୍ରମାଣିତ ହୋଇପାରିବ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ, ବିଦ୍ୟୁତ ସଂଯୋଗ ପାଇଁ ନେଉଥିଲେ ୨୦ ହଜାର ଲାଞ୍ଚ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp