ମୋଦୀଙ୍କୁ ନବୀନଙ୍କ ଚିଠି : ଅଧିକ ଟିକା ଯୋଗାଇବା ସହ ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ଦେଲେ ପ୍ରସ୍ତାବ

The Sakala Picture
Published On

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଟିକାର ଅଭାବକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାକୁ ଆଉ ୨୫ଲକ୍ଷ ଅଧିକ ଟିକା ଦେବାକୁ ଚିଠିରେ ଅନୁରୋଧ କରିଛନ୍ତି। ରାଜ୍ୟରେ ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି କିନ୍ତୁ ଟିକାର ଅଭାବ ଯୋଗୁ ରାଜ୍ୟ ସରକାର ଲକ୍ଷ୍ୟ ପୂରଣ କରିପାରୁନାହାନ୍ତି। ରାଜ୍ୟର ସମସ୍ତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦେବାକୁ […]

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଟିକାର ଅଭାବକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାକୁ ଆଉ ୨୫ଲକ୍ଷ ଅଧିକ ଟିକା ଦେବାକୁ ଚିଠିରେ ଅନୁରୋଧ କରିଛନ୍ତି। ରାଜ୍ୟରେ ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି କିନ୍ତୁ ଟିକାର ଅଭାବ ଯୋଗୁ ରାଜ୍ୟ ସରକାର ଲକ୍ଷ୍ୟ ପୂରଣ କରିପାରୁନାହାନ୍ତି। ରାଜ୍ୟର ସମସ୍ତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦେବାକୁ ଆମକୁ ୧୬୦ ଦିନ ଲାଗିବ। କେନ୍ଦ୍ର ସରକାର ଟିକା ଯୋଗାଣ ବୃଦ୍ଧି ପାଇଁ ଯୋଜନା କରୁଥିବେ ବୋଲି ନବୀନ ମୋଦୀଙ୍କୁ ଲେଖିଥିବା ଚିଠିରେ ଆଶାବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ସମାଧାନ ନା ପିକନିକ୍! ମହାନଦୀ ଟ୍ରିବ୍ୟୁନାଲ ଟିମ୍‌ର ଓଡ଼ିଶା ଗସ୍ତକୁ ନେଇ ତେଜିଲା ବିରୋଧ

ଏହାସହିତ କରୋନା ଭ୍ୟାକସିନ୍ ସରକାରୀ ଯୋଗାଣ ବ୍ୟବସ୍ଥା ଛଡ଼ା ଖୋଲା ମାର୍କେଟ୍ ରେ ବିକ୍ରି କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହାଦ୍ବାରା ଯେଉଁମାନେ ଏହି ଟିକା କିଣିବାରେ ସକ୍ଷମ ହେବେ ସେମାନେ ନିଜେ ଟିକା ନେଇପାରିବେ। ଏହାଦ୍ବାରା ସରକାର ଟିକା କିଣିପାରୁନଥିବା ଅଭାବୀ ଲୋକମାନଙ୍କ ଉପରେ ଫୋକସ୍ କରିପାରିବେ। ବିଶ୍ବସ୍ତରରେ ଅନ୍ୟଦେଶରେ ଅନୁମୋଦନ ପାଇଥିବା ଟିକାକୁ ଭାରତରେ ମଧ୍ୟ ଅନୁମୋଦନ ଦିଆଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ବିଶ୍ୱର ବିଭିନ୍ନ ସରକାର ଓ ବିଶ୍ୱସନୀୟ ପ୍ରତିଷ୍ଠାନ ସବୁ ଅନୁମୋଦନ କରିଥିବା କୋଭିଡ୍‌ ଟିକାର ଯୋଗାଣ ମଧ୍ୟ ବୃଦ୍ଧି କରାଯାଉ। ଭାରତରେ ଟିକା ପ୍ରସ୍ତୁତି ପାଇଁ ବ୍ୟାପକ ସୁବିଧା ଥିବାରୁ ଟିକା ଉତ୍ପାଦନ ବୃଦ୍ଧି ନିମନ୍ତେ ସମ୍ପୃକ୍ତ କମ୍ପାନିଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ କରିବା ଉଚିତ।

ଆହୁରି ପଢ଼ନ୍ତୁ: କୋଟିପତି ଖଣି ଉପନିର୍ଦ୍ଦେଶକଙ୍କ କଳା ଚିଠା ମାଗିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କୋଭିଡ୍‌ ସଂକ୍ରମଣ ହାର ସର୍ବାଧିକ ଥିବା ଅଳ୍ପ କେତୋଟି ମେଟ୍ରୋପଲିଟାନ୍‌ ସହରମାନଙ୍କରେ ବୟସ କଟକଣା ହଟାଯାଇ ଟିକାକରଣକୁ ପ୍ରାଥମିକତା ଦିଆଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମେଟ୍ରୋପଲିଟାନ୍‌ ସହର ଦେଶ ଅର୍ଥନୀତିର ପେଣ୍ଠ ହୋଇଥିବାରୁ କୌଣସି ପ୍ରକାର ଲକ୍‌ଡାଉନ୍‌ ଘୋଷଣା କରାଗଲେ ଶ୍ରମିକମାନେ ଗୃହାଭିମୁଖୀ ହେବେ ଓ ଦେଶର ବାକି ଅଞ୍ଚଳକୁ ଏହା ପ୍ରଭାବିତ କରିବ ବୋଲି ନବୀନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ମାଟ୍ରିକ ପରୀକ୍ଷା ଦେଉଛନ୍ତି ଓଡ଼ିଶାର ସବୁଠାରୁ କମ୍ ଉଚ୍ଚତାର ଛାତ୍ରୀ ସୁନୀତା; ୧.୫ ଫୁଟ୍ ହେଲେ ବି ମନୋବଳ ଆକାଶଛୁଆଁ

ଏଥି ସହିତ ପ୍ରଧାନମନ୍ତ୍ରୀଙ୍କୁ ନୀବନ ପତ୍ରରେ ଲେଖିଛନ୍ତି ଯେ  ଅଭୂତପୂର୍ବ କୋଭିଡ୍‌ ସଙ୍କଟ ମୁକାବିଲା ନିମନ୍ତେ କେନ୍ଦ୍ର ଓ ରାଜ୍ୟମାନେ ଏକ ଟିମ୍‌ ଭଳି କାମ କରିବା କଥାକୁ ମୁଁ ପୂର୍ଣ୍ଣ ସମର୍ଥନ କରୁଛି। ସ୍ୱାସ୍ଥ୍ୟକର୍ମୀ, ପ୍ରତ୍ୟକ୍ଷ ସେବା ଯୋଗାଣକାରୀ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସମେତ ଏପର୍ଯ୍ୟନ୍ତ ଓଡ଼ିଶା ୪୭ ଲକ୍ଷ କୋଭିଡ୍‌ ଟିକା ଦେଇସାରିଛି। ଓଡ଼ିଶାରେ ଟିକାର ନଷ୍ଟ ହାର ମଧ୍ୟ ସମଗ୍ର ଦେଶ ତୁଳନାରେ ସର୍ବନିମ୍ନ। ଏହାଛଡ଼ା, ଦୈନିକ ୩ ଡୋଜ୍‌ ଟିକା ଦେବାକୁ ମଧ୍ୟ ଆମେ ସମର୍ଥ। ଟିକା ନେଇଥିବା ଲୋକମାନଙ୍କ ଠାରୁ ସକାରାତ୍ମକ ମତାମତ ମିଳୁଛି। କିନ୍ତୁ, ଚାହିଦା ମୁତାବକ ଟିକା ମିଳୁ ନ ଥିବାରୁ ଟିକାକରଣ ଅଗ୍ରଗତିରେ ବାଧା ଆସୁଛି ବୋଲି ନବୀନ ଚିଠିରେ ଲେଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp