ମନୋରଞ୍ଜନ
ପୁରୀରେ ମୁଖ୍ୟମନ୍ତ୍ରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବୁଲି ଦେଖିବା ସହ, ରଥଯାତ୍ରାରେ ହେବେ ସାମିଲ
ଭୁବନେଶ୍ୱର: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଭକ୍ତିମୟ ବଡଦାଣ୍ଡ । ଜଗାପ୍ରେମରେ ପାଗଳ ଶ୍ରଦ୍ଧାଳୁ । ଘଣ୍ଟ, ଶଙ୍ଖ, ମୃଦଙ୍ଗ ତାଳରେ ମୁଖରିତ ଶରଧାବାଲି । ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେଉଥିବାରୁ ପ୍ରବଳ ଗହଳି ହୋଇଛି। ଏହାରି ମଧ୍ୟରେ ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ନିର୍ଦ୍ଧାରିତ ସମୟ ଅନୁଯାୟୀ ଜାରି ରହିଛି। ଭବିଷ୍ୟତରେ ପୁରୀକୁ ଆସୁଥିବା ଅଗଣିତ […]
ଭୁବନେଶ୍ୱର: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଭକ୍ତିମୟ ବଡଦାଣ୍ଡ । ଜଗାପ୍ରେମରେ ପାଗଳ ଶ୍ରଦ୍ଧାଳୁ । ଘଣ୍ଟ, ଶଙ୍ଖ, ମୃଦଙ୍ଗ ତାଳରେ ମୁଖରିତ ଶରଧାବାଲି । ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେଉଥିବାରୁ ପ୍ରବଳ ଗହଳି ହୋଇଛି। ଏହାରି ମଧ୍ୟରେ ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ନିର୍ଦ୍ଧାରିତ ସମୟ ଅନୁଯାୟୀ ଜାରି ରହିଛି। ଭବିଷ୍ୟତରେ ପୁରୀକୁ ଆସୁଥିବା ଅଗଣିତ ଶ୍ରଦ୍ଧାଳୁଙ୍କୁ ଏହା ମହାପ୍ରଭୁଙ୍କ ସୁବିଧା ଦର୍ଶନ ସହ ସ୍ୱତନ୍ତ୍ର ଅନୁଭବ ପ୍ରଦାନ କରିବ। ଜୟ ଜଗନ୍ନାଥ 🙏#ରଥଯାତ୍ରା୨୦୨୨ #RathaJatra2022 pic.twitter.com/LofBr9BjIx
— Naveen Patnaik (@Naveen_Odisha) July 1, 2022
ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ
ଗୋଟିଏ ପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଜୋର୍ସୋର୍ରେ ଆଗେଇ ଚାଲିଛି । ଦକ୍ଷିଣ ଦ୍ୱାର ପଞ୍ଜାବୀ ମଠ ନିକଟରେ ପ୍ରକଳ୍ପର କିଛି ଅଂଶ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ନିର୍ମାଣ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସେ ପ୍ରକଳ୍ପ ଅଧିକାରୀଙ୍କ ସହ ଆଲୋଚନା କରିବାର ସୂଚନା ଦିଆଯାଇଛି । ପ୍ରକଳ୍ପ ଅଞ୍ଚଳକୁ ରଙ୍ଗ ବେରଙ୍ଗ ଗଛରେ ସଜାଯାଇଥିବାବେଳେ ଆଲୋକୀକରଣ ମଧ୍ୟ କରାଯାଇଛି । ସମ୍ପୂର୍ଣ୍ଣ ଉକ୍ରଳୀୟ ଢାଞ୍ଚାରେ ଖଣ୍ଡୋଲାଇଟ୍ ପଥରରେ କାମ କରାଯାଇଛି । ଏହା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଥିବାରୁ ଏହି ସ୍ଥାନ ସମସ୍ତଙ୍କୁ ବିମୋହିତ କରୁଛି । ଦକ୍ଷିଣ ଦ୍ୱାର ପଞ୍ଜାବୀ ମଠ ନିକଟରେ ପ୍ରକଳ୍ପ କାର୍ଯ୍ୟ ଦେଖିବା ପରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବେ।