ନକଲି ପିଏଙ୍କ ଅସଲି ଠକେଇ: ନିଜକୁ ରେଳ ମନ୍ତ୍ରୀଙ୍କ ପିଏ ର ପରିଚୟ ଦେଇ ଲୋକଙ୍କୁ ଠକୁଥିଲା, ଗାଜିଆବାଦରୁ ଗିରଫ କଲା ଓଡିଶା ପୁଲିସ

The Sakala Picture
Published On

ଭୁବନେଶ୍ୱର: ନିଜକୁ ରେଳମନ୍ତ୍ରୀଙ୍କ ପିଏର ପରିଚୟ ଦେଇ ରେଲୱେ ମହାପ୍ରବନ୍ଧକଙ୍କୁ ଜଣେ ରେଳ କର୍ମଚାରୀଙ୍କ ବଦଳିକୁ ରୋକିବା ଲାଗି କହୁଥିବା ମୁଖ୍ୟ ଅଭିଯୁକ୍ତ ବିଜେପି ନେତାଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା ସିମୁଳିଆର ଗୋପାଳ ଶତପଥୀ(୪୫)। ସେ ଦିଲ୍ଲୀରେ ରହୁଥିଲେ। ଉତ୍ତରପ୍ରଦେଶ ଗାଜିଆବାଦର ସମର୍ଥ ବିଶ୍ୱକର୍ମା ଓ ତାଙ୍କ ବାପା ଅଜୟ ବିଶ୍ୱକର୍ମାକୁ ପୂର୍ବରୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ସେମାନଙ୍କୁ ପଚରାଉଚରା ପରେ ବିଜେପି ନେତାଙ୍କ […]

ଭୁବନେଶ୍ୱର: ନିଜକୁ ରେଳମନ୍ତ୍ରୀଙ୍କ ପିଏର ପରିଚୟ ଦେଇ ରେଲୱେ ମହାପ୍ରବନ୍ଧକଙ୍କୁ ଜଣେ ରେଳ କର୍ମଚାରୀଙ୍କ ବଦଳିକୁ ରୋକିବା ଲାଗି କହୁଥିବା ମୁଖ୍ୟ ଅଭିଯୁକ୍ତ ବିଜେପି ନେତାଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା ସିମୁଳିଆର ଗୋପାଳ ଶତପଥୀ(୪୫)। ସେ ଦିଲ୍ଲୀରେ ରହୁଥିଲେ। ଉତ୍ତରପ୍ରଦେଶ ଗାଜିଆବାଦର ସମର୍ଥ ବିଶ୍ୱକର୍ମା ଓ ତାଙ୍କ ବାପା ଅଜୟ ବିଶ୍ୱକର୍ମାକୁ ପୂର୍ବରୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ସେମାନଙ୍କୁ ପଚରାଉଚରା ପରେ ବିଜେପି ନେତାଙ୍କ ସମ୍ପୃକ୍ତି ଅଭିଯୋଗ ପଦାକୁ ଆସିଥିଲା।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ପ୍ରକାଶ ଥାଉ କି ଗୋପାଳ ନିଜକୁ ରେଳ ମନ୍ତ୍ରୀଙ୍କ ପିଏର ପରିଚୟ ଦେଇ କାହାର ବଦଳି ରୋକିଦେବାକୁ ହେଉ କିମ୍ବା ଆଉ କାହାଠାରୁ ବିଲ ପାସ୍‍ କରାଇନେଉଥିଲେ ବୋଲି ଅଭିଯୋଗ ହୋଇଛି। ଗୋପାଳ ଓଡ଼ିଆ ଲୋକ ହୋଇଥିବାରୁ ହିନ୍ଦୀ ଭାଷା କହିଲେ ଧରା ପଡ଼ିବା ଭୟରେ ଗୋପାଳ ସହଯୋଗୀ ସମର୍ଥଙ୍କ ମୋହରା ବନାଉଥିଲେ। ଗୋପାଳଙ୍କ ଇସାରାରେ ସମର୍ଥ ନିଜ ମୋବାଇଲ ବ୍ୟବହାର କରୁଥିଲା। ତେବେ କିଛି ଦିନ ତଳେ ସମର୍ଥ ନିଜକୁ ରେଳମନ୍ତ୍ରୀଙ୍କ ପିଏ କହି ଇଷ୍ଟକୋଷ୍ଟ ରେଲୱେର ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କୁ ଖୋର୍ଦ୍ଧା ଡିଭିଜନର ସେକ୍ସନ ଇଞ୍ଜିନିୟର ପ୍ରଦୀପ ପାଣିଗ୍ରାହୀଙ୍କ ବଦଳି ରୋକିବା ପାଇଁ ମେସେଜ କରିଥିଲେ। ଏକ ଅଜଣା ହ୍ୱାଟ୍ସଆପ ନମ୍ୱରରୁ ଏଭଳି ମେସେଜ ଆସିଥିବା ନେଇ ଖୋର୍ଦ୍ଧା ଡିଭିଜନର ମହାପ୍ରବନ୍ଧକ ରେଳମନ୍ତ୍ରାଳୟକୁ ଜଣାଇଥିଲେ। ଯାଞ୍ଚ ପରେ ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସେମିତି କିଛି ମେସେଜ ଦିଆଯାଇ ନ ଥିବା ସ୍ପଷ୍ଟ ହେବା ପରେ ଆରପିଏଫ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଉକ୍ତ ନମ୍ବରକ ଟ୍ରାକିଂ କରି ଉତ୍ତରପ୍ରଦେଶ ଗାଜିଆବାଦରୁ ସମର୍ଥ ଓ ତାଙ୍କ ବାପାକୁ ଗିରଫ କରିଥିଲା। ତେବେ ସେମାନଙ୍କୁ ଜେରା ବେଳା ଗୋପାଳଙ୍କ ସମ୍ପୃକ୍ତି କଥା ପଦାକୁ ଆସିଥିଲା। ତେବେ ପୁଲିସ ଗୋପାଳ ରହୁଥିବା ଦିଲ୍ଲୀ ଘରେ ଚଢ଼ଉ କରିବାରୁ ସେ ଖସିଯାଇଥିଲେ। ଗତକାଲି ସମର୍ଥ ରହୁଥିବା ଗାଜିଆବାଦ ଜେଲକୁ ଗୋପାଳ ଦେଖା କରିବାକୁ ଯାଉଥିବା ବେଳେ ତାଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ମାଡ଼ି ବସିଥିଲା।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ସେପଟେ ଗୋପାଳଙ୍କ ଦୁଇଟି ଔଷଧ କମ୍ପାନୀ ରହିଛି। ଏଥିସହିତ ହାଉସ୍‍ କିପିଂ ଜରିଆରେ ସେ ଏକ ହଜାର ପିଲାଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି। ସେ କିଛି ଦିନ ତଳେ ରେଳବାଇ ହସ୍ପିଟାଲକୁ ମାସ୍କ, ସାନିଟାଇଜର ଓ ବିଭିନ୍ନ ଔଷଧ ଦେଇଥିଲେ। ହସ୍ପିଟାଲରେ ବିଲ ପାସ କରିବାକୁ ସିଧାସଳଖ ମୁଖ୍ୟ ଡକ୍ଟରଙ୍କୁ ରେଳମନ୍ତ୍ରୀଙ୍କ ପିଏ କହି ବିଲ ମଧ୍ୟ ପାସ୍‍ କରାଇ ଦେଇଥିଲେ। କିନ୍ତୁ ପ୍ରଦୀପଙ୍କ ବଦଳି ରୋକିବା ଲାଗି ପ୍ରୟାସ କରୁଥିବା ବେଳେ ଗୋପାଳକୁ ଗିରଫ କରାଯାଇଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଗୋପାଳ ରେଳମନ୍ତ୍ରୀଙ୍କ ପିଏ କହି ବହୁ ଲୋକଙ୍କୁ ଠକିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତାକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ପରେ ଆଉ କିଛି ନୂଆ ଘଟଣା ପଦାକୁ ଆସିବ ବୋଲି ପୁଲିସ ଆଶା ରଖିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଗୋପାଳଙ୍କ ସହ ବିଜେପି ନେତାଙ୍କ ଫଟୋ

ବିଜେପିର କିଛି ଆଗଧାଡ଼ିର ନେତା ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଗୋପାଳଙ୍କ ଫଟୋ ତାଙ୍କ ଫେସ୍‍ବୁକ୍‍ରେ ଦେଖିବାକୁ ମିଳିଛି। ସେହିପରି ଗୋପାଳ ନିଜକୁ ଆଣ୍ଡାମାନ୍‍ ନିକୋବର ବିଜେପି କୃଷକ ମୋର୍ଚ୍ଚାର ସହ ପ୍ରଭାରୀ ବୋଲି ଫେସ୍‍ବୁକ୍‍ରେ ଉଲ୍ଲେଖ କରିଛନ୍ତିି। ଏଥିସହିତ ଗୋପାଳର ଫେସ୍‍ବୁକ୍‍ ଓ ସୋସିଆଲ ମିଡିଆରେ ବିଜେପି ସପକ୍ଷରେ କିଛି ଭାଷଣ ମଧ୍ୟ ସେୟାର କରିଛନ୍ତି। କମିସନରେଟ ପୁଲିସ ଗୋପାଳର ରାଜନୈତିକ ଲିଙ୍କ୍‍ ବିଷୟରେ ଖୋଳତାଡ଼ କରୁଛି।

ସ୍କାନରକୁ ଆସିବେ ସେକ୍ସନ ଇଞ୍ଜିନିୟର

ଖୋର୍ଦ୍ଧା ଡିଭିଜନର ସେକ୍ସନ ଇଞ୍ଜିନିୟର ପ୍ରଦୀପ ପାଣିଗ୍ରାହୀଙ୍କ ବଦଳି ରୋକିବା ପାଇଁ ଇଷ୍ଟକୋଷ୍ଟ ରେଲୱେର ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କୁ ଫୋନ୍‍ ଓ ମେସେଜ୍‍ ପଠାଉଥିଲା। କେନ୍ଦ୍ରମନ୍ତ୍ରୀଙ୍କ ସହ ତାଙ୍କର ପରିଚୟ ଅଛି ବୋଲି ସେ ପ୍ରଦୀପଙ୍କୁ କହିଥିଲେ। ତେଣୁ ପ୍ରଦୀପ ତାଙ୍କ ବଦଳି ରୋକିବା ଲାଗି ଗୋପାଳକୁ ଜଣାଇଥିଲେ। ଏହାପରେ ଗୋପାଳ ମେସେଜ୍‍ ଦେଇଥିଲେ। ଏମିତିକି ପ୍ରଦୀପଙ୍କ ଠାରୁ ଗୋପାଳ କିଛି ଟଙ୍କା ନେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ପ୍ରଦୀପକୁ ତଦନ୍ତ ପରିସରଭୁକ୍ତ କରିଛି କମିସନରେଟ ପୁଲିସ। ତାଙ୍କୁ ଖୁବଶୀଘ୍ର ତାଙ୍କୁ ପଚରାଉଚରା କରାଯିବ ଓ ଏଥିରେ ପ୍ରଦୀପଙ୍କ ସମ୍ପୃକ୍ତି ଥିଲେ ଗିରଫ କରାଯିବ ବୋଲି ପୁଲିସ କହିଛି।

ମୋବାଇଲ ଓ ସିମ୍‍ ଦେଇ ଫସିଗଲେ ବାପ ଓ ପୁଅ

ଗୋପାଳଙ୍କର ଏକ ଔଷଧ କମ୍ପାନୀରେ ଉତ୍ତରପ୍ରଦେଶ ଗାଜିଆବାଦର ସମର୍ଥ ସେଲ୍ସମ୍ୟାନ ଭାବେ କାର୍ଯ୍ୟ କରୁଥିଲେ।ବଦଳି ପାଇଁ ରେଳ ଅଧିକାରୀଙ୍କ ଉପରେ ଚାପ ପକାଉଥିବା ସମର୍ଥ ବିଭିନ୍ନ ବିଭାଗକୁ କଲ୍‍ କରି ନିଜକୁ ରେଳମନ୍ତ୍ରୀଙ୍କ ପିଏ ବୋଲି ପରିଚୟ ଦେଉଥିଲେ। ତେବେ ରେଲୱେ ବିଭାଗ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ମୋବାଇଲ ନମ୍ବରକୁ ଟ୍ରାକିଂ କରିଥିଲା। ଫୋନ୍‍ରେ ବ୍ୟବହାର ହେଉଥିବା ସିମ୍‍ଟି ସମର୍ଥଙ୍କ ବାପା ଅଜୟଙ୍କର ବୋଲି ଜଣାପଡ଼ିବା ପରେ ତାଙ୍କୁ ମଧ୍ୟ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଥିଲା।

‘ମୋର ସମ୍ମାନ ପଳାଇବ’

ଦିଲ୍ଲୀ ସମେତ ସାରା ଭାରତରେ ତାଙ୍କର ପରିଚୟ ରହିଛି। ତାଙ୍କୁ ଦିଲ୍ଲୀର କୌଣସି କୋର୍ଟରେ ହାଜର ନ କରି ଭୁବନେଶ୍ୱର ନେଇଯିବା ପାଇଁ ସେ ପୁଲିସକୁ ନିବେଦନ କରିଥିଲେ। କାରଣ ଦିଲ୍ଲୀର କୋର୍ଟରେ ହାଜର କଲେ ତାଙ୍କୁ ଓକିଲ ଚିହ୍ନିଦେବେ। ଇଜ୍ଜତ୍‍ ପଳାଇବ। ଗୋପାଳକୁ ପୁଲିସ ଗୁରୁଗାଓଁ ବାସଭବନରୁ ଗିରଫ କରିବା ପରେ କମିସନରେଟ ପୁଲିସର ଆଗରେ ସେ ଏମିତି କହିଥିଲେ। ଗୋପାଳଙ୍କୁ ଗିରଫ କରିବା ପରେ ଦିଲ୍ଲୀର ଏକ କୋର୍ଟରେ ଗୋପାଳଙ୍କୁ ହାଜର କରି ଚନ୍ଦ୍ରଶେଖରପୁର ଥାନା ପୁଲିସ ଟ୍ରାଞ୍ଜିଟ୍‍ ରିମାଣ୍ଡରେ ଅଣିବା ପୂର୍ବରୁ ସେ ଏଭଳି କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର