ଜାମୁଦଲକ ଜଙ୍ଗଲରେ ୨ ହାତୀ ଶାବକଙ୍କ ଜନ୍ମ ପରେ ପ୍ରସବ ବେଦନାରେ ଆଉ ଏକ ମା’ ହାତୀ, ଜଗିରହିଛନ୍ତି ୨୫ ଟିକିଆ ହାତୀପଲ

The Sakala Picture
Published On

ଚମ୍ପୁଆ/କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ଚମ୍ପୁଆ ବନାଞ୍ଚଳର ଜାମୁଦଲକରେ ୨ ହାତୀ ଶାବକ ଙ୍କ ଜନ୍ମ ହୋଇଥିବାବେଳେ ଅନ୍ୟ ଏକ ମାଈ ହାତୀ ଛୁଆ ଜନ୍ମ କରି ନପାରି ପ୍ରସବ ବେଦନାରେ ଥିବା ଜଣାପଡିଛି।  ଆଜି ପ୍ରତ୍ୟୁଷରୁ ଏହି ମାଈ ହାତୀଟି ପ୍ରସବ ବେଦନା ଲାଘବ ପରେ ଛୁଆ ଜନ୍ମ ଦେବାକୁ ଅନେକ ଚେଷ୍ଟା କରିଥିଲା । ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ କେତେବେଳେ ତଳେ ଲୋଟି ଯାଉଥିଲା ତ ଆଉ କେତେବେଳେ ସେ ଏଣେ ତେଣେ […]

ଚମ୍ପୁଆ/କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ଚମ୍ପୁଆ ବନାଞ୍ଚଳର ଜାମୁଦଲକରେ ୨ ହାତୀ ଶାବକ ଙ୍କ ଜନ୍ମ ହୋଇଥିବାବେଳେ ଅନ୍ୟ ଏକ ମାଈ ହାତୀ ଛୁଆ ଜନ୍ମ କରି ନପାରି ପ୍ରସବ ବେଦନାରେ ଥିବା ଜଣାପଡିଛି।  ଆଜି ପ୍ରତ୍ୟୁଷରୁ ଏହି ମାଈ ହାତୀଟି ପ୍ରସବ ବେଦନା ଲାଘବ ପରେ ଛୁଆ ଜନ୍ମ ଦେବାକୁ ଅନେକ ଚେଷ୍ଟା କରିଥିଲା । ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ କେତେବେଳେ ତଳେ ଲୋଟି ଯାଉଥିଲା ତ ଆଉ କେତେବେଳେ ସେ ଏଣେ ତେଣେ ଧାଇଁ ଯାଉଥିଲା। ତେବେ ଦୀର୍ଘ ୬/୭ ଘଣ୍ଟା ଧରି ଯନ୍ତ୍ରଣା ଭୋଗିବା ପରେବି ହାତୀଟି ଛୁଆ ଜନ୍ମ କରିବାରେ ସକ୍ଷମ ହୋଇପାରିନଥିଲା । ହାତୀ ଶାବକର କେବଳ ଗୋଡ଼ ଦୁଇଟି ବାହାରକୁ ବାହାରିଥିବା ଦେଖିବାକୁ ମିଳିଥିଲେ ଛୁଆ ଜନ୍ମ କରିବାରେ ସକ୍ଷମ ହୋଇନାହିଁ ମା ହାତୀ।

ଆହୁରି ପଢ଼ନ୍ତୁ: ନବୀନ ପଟ୍ଟନାୟକଙ୍କ ଛଡା ବିଜୁ ଲିଗାସୀ ଆଉ କେହିନାହାନ୍ତି ଓଡ଼ିଶାରେ: ପଞ୍ଚାନନ କାନୁନଗୋ

ତେବେ ଖବର ପାଇ ଚମ୍ପୁଆ ବନାଞ୍ଚଳ ଅଧିକାରୀ, ବନ କର୍ମଚାରୀ ଓ ବନ୍ୟଜନ୍ତୁ ଚିକିତ୍ସକଙ୍କୁ ନେଇ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ ମଧ୍ୟ ପ୍ରସବ ଯନ୍ତ୍ରଣା ପାଉଥିବା ମା ହାତୀ ପାଖରେ ପହଞ୍ଚି ପାରୁନାହାନ୍ତି। କାରଣ ପ୍ରସବ ଯନ୍ତ୍ରଣା ପାଉଥିବା ମା ହାତୀକୁ ଘେରି ରହିଛନ୍ତି ୨୫ ଟିକିଆ ହାତୀପଲ। ପ୍ରସୂତୀ ହାତୀଟି ୨୫ ଟିକିଆ ହାତୀପଲରେ ଥିବାରୁ ସେମାନଙ୍କ ଉପରେ ନଜର ରଖିବା ଛଡା ବନବିଭାଗ ଅନ୍ୟ କିଛି ଉଦ୍ୟମ କରିପାରୁନାହିଁ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ କାଳବୈଶାଖୀ ଆଶଙ୍କା: ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ସେପଟେ ଜାମୁଦଲକ ଜଙ୍ଗଲରେ ୨୫ ଟିକିଆ ହାତୀପଲ ଏକାଠି ହୋଇଥିବା ଏବଂ ୨ ଶାବକ ଜନ୍ମ ହୋଇଥିବା ଖବର ପାଇ ଆଖପାଖର ଲୋକେ ସେଠାରେ ଭିଡ଼ ଜମାଇଥିଲେ । ଯେମିତି କିଛି ଅଘଟଣ ନଘଟେ ସେଥିପାଇଁ ପୁଲିସ୍ ସେଠାରେ ପହଁଚି ଲୋକଙ୍କୁ ଦୂରେଇ ରଖିଥିଲେ ।ପରିସ୍ଥିତି କୁ ଦେଖି ସେଠାରେ ପୋଲିସ ମଧ୍ୟ ଜଗିରହିଛନ୍ତି। ହାତୀ ମାନଙ୍କ ପାଖକୁ ନଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦୁଝରରୁ ବନ୍ୟଜନ୍ତୁ ବିଶେଷଜ୍ଞ ମଧ୍ୟ ସେଠାକୁ ଯାଇ ପ୍ରସୂତୀ ହାତୀ ଉପରେ ନଜର ରଖିଛନ୍ତି। ତେବେ ଏକା ସମୟରେ ୨ ହାତୀ ଶାବକ ଜନ୍ମ ଏବଂ ଆଉ ଏକ ହାତୀ ଜନ୍ମ କରିବାକୁ ଯାଉଥିବାରୁ ବନ ବିଭାଗ ପାଇଁ ଉତ୍ସ।ହ ସୃଷ୍ଟି କରିଛି କାରଣ ଏକା ସମୟରେ ୩ ହାତୀ ଶାବକ ଜନ୍ମ ବନବିଭାଗ ପାଇଁ ଏକ ପ୍ରଥମ ଘଟଣା ହୋଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ: ଜୁଲାଇ ୧୬ରେ ରଥଯାତ୍ରା, ୨୫ରେ ସୁନାବେଶ

23 Sep 2021 By The Sakala

ଜାମୁଦଲକ ଜଙ୍ଗଲରେ ୨ ହାତୀ ଶାବକଙ୍କ ଜନ୍ମ ପରେ ପ୍ରସବ ବେଦନାରେ ଆଉ ଏକ ମା’ ହାତୀ, ଜଗିରହିଛନ୍ତି ୨୫ ଟିକିଆ ହାତୀପଲ

ଚମ୍ପୁଆ/କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ଚମ୍ପୁଆ ବନାଞ୍ଚଳର ଜାମୁଦଲକରେ ୨ ହାତୀ ଶାବକ ଙ୍କ ଜନ୍ମ ହୋଇଥିବାବେଳେ ଅନ୍ୟ ଏକ ମାଈ ହାତୀ ଛୁଆ ଜନ୍ମ କରି ନପାରି ପ୍ରସବ ବେଦନାରେ ଥିବା ଜଣାପଡିଛି।  ଆଜି ପ୍ରତ୍ୟୁଷରୁ ଏହି ମାଈ ହାତୀଟି ପ୍ରସବ ବେଦନା ଲାଘବ ପରେ ଛୁଆ ଜନ୍ମ ଦେବାକୁ ଅନେକ ଚେଷ୍ଟା କରିଥିଲା । ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ କେତେବେଳେ ତଳେ ଲୋଟି ଯାଉଥିଲା ତ ଆଉ କେତେବେଳେ ସେ ଏଣେ ତେଣେ ଧାଇଁ ଯାଉଥିଲା। ତେବେ ଦୀର୍ଘ ୬/୭ ଘଣ୍ଟା ଧରି ଯନ୍ତ୍ରଣା ଭୋଗିବା ପରେବି ହାତୀଟି ଛୁଆ ଜନ୍ମ କରିବାରେ ସକ୍ଷମ ହୋଇପାରିନଥିଲା । ହାତୀ ଶାବକର କେବଳ ଗୋଡ଼ ଦୁଇଟି ବାହାରକୁ ବାହାରିଥିବା ଦେଖିବାକୁ ମିଳିଥିଲେ ଛୁଆ ଜନ୍ମ କରିବାରେ ସକ୍ଷମ ହୋଇନାହିଁ ମା ହାତୀ।

ତେବେ ଖବର ପାଇ ଚମ୍ପୁଆ ବନାଞ୍ଚଳ ଅଧିକାରୀ, ବନ କର୍ମଚାରୀ ଓ ବନ୍ୟଜନ୍ତୁ ଚିକିତ୍ସକଙ୍କୁ ନେଇ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ ମଧ୍ୟ ପ୍ରସବ ଯନ୍ତ୍ରଣା ପାଉଥିବା ମା ହାତୀ ପାଖରେ ପହଞ୍ଚି ପାରୁନାହାନ୍ତି। କାରଣ ପ୍ରସବ ଯନ୍ତ୍ରଣା ପାଉଥିବା ମା ହାତୀକୁ ଘେରି ରହିଛନ୍ତି ୨୫ ଟିକିଆ ହାତୀପଲ। ପ୍ରସୂତୀ ହାତୀଟି ୨୫ ଟିକିଆ ହାତୀପଲରେ ଥିବାରୁ ସେମାନଙ୍କ ଉପରେ ନଜର ରଖିବା ଛଡା ବନବିଭାଗ ଅନ୍ୟ କିଛି ଉଦ୍ୟମ କରିପାରୁନାହିଁ ।

ସେପଟେ ଜାମୁଦଲକ ଜଙ୍ଗଲରେ ୨୫ ଟିକିଆ ହାତୀପଲ ଏକାଠି ହୋଇଥିବା ଏବଂ ୨ ଶାବକ ଜନ୍ମ ହୋଇଥିବା ଖବର ପାଇ ଆଖପାଖର ଲୋକେ ସେଠାରେ ଭିଡ଼ ଜମାଇଥିଲେ । ଯେମିତି କିଛି ଅଘଟଣ ନଘଟେ ସେଥିପାଇଁ ପୁଲିସ୍ ସେଠାରେ ପହଁଚି ଲୋକଙ୍କୁ ଦୂରେଇ ରଖିଥିଲେ ।ପରିସ୍ଥିତି କୁ ଦେଖି ସେଠାରେ ପୋଲିସ ମଧ୍ୟ ଜଗିରହିଛନ୍ତି। ହାତୀ ମାନଙ୍କ ପାଖକୁ ନଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦୁଝରରୁ ବନ୍ୟଜନ୍ତୁ ବିଶେଷଜ୍ଞ ମଧ୍ୟ ସେଠାକୁ ଯାଇ ପ୍ରସୂତୀ ହାତୀ ଉପରେ ନଜର ରଖିଛନ୍ତି। ତେବେ ଏକା ସମୟରେ ୨ ହାତୀ ଶାବକ ଜନ୍ମ ଏବଂ ଆଉ ଏକ ହାତୀ ଜନ୍ମ କରିବାକୁ ଯାଉଥିବାରୁ ବନ ବିଭାଗ ପାଇଁ ଉତ୍ସ।ହ ସୃଷ୍ଟି କରିଛି କାରଣ ଏକା ସମୟରେ ୩ ହାତୀ ଶାବକ ଜନ୍ମ ବନବିଭାଗ ପାଇଁ ଏକ ପ୍ରଥମ ଘଟଣା ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର