ସିଇଟି ସ୍ବୟଂଶାସିତ ମହାବିଦ୍ୟାଳୟ ଦ୍ୱାରା ଅଧ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

The Sakala Picture
Published On

ଭୁବନେଶ୍ୱର: କଲେଜ ଅଫ ଇଞ୍ଜିନିଅରିଂ ଆଣ୍ଡ ଟେକ୍ନୋଲୋଜି (ସ୍ବୟଂଶାସିତ) ସିଇଟି ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ଅଧ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି। ମହାବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗ ଦ୍ୱାରା ଏକ ସପ୍ତାହ ବ୍ୟାପି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଯାନ୍ତ୍ରିକ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନର ୨୦୦ରୁ ଅଧିକ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ। ଏଥିରେ ‘କୃତ୍ରିମ ବୁଦ୍ଧିମତା ଏବଂ ମେସିନ୍ ଲର୍ନିଂ’ ବିଷୟରେ ଆଭାସୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ […]

ଭୁବନେଶ୍ୱର: କଲେଜ ଅଫ ଇଞ୍ଜିନିଅରିଂ ଆଣ୍ଡ ଟେକ୍ନୋଲୋଜି (ସ୍ବୟଂଶାସିତ) ସିଇଟି ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ଅଧ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି। ମହାବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗ ଦ୍ୱାରା ଏକ ସପ୍ତାହ ବ୍ୟାପି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଯାନ୍ତ୍ରିକ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନର ୨୦୦ରୁ ଅଧିକ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ। ଏଥିରେ ‘କୃତ୍ରିମ ବୁଦ୍ଧିମତା ଏବଂ ମେସିନ୍ ଲର୍ନିଂ’ ବିଷୟରେ ଆଭାସୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ପ୍ରଶିକ୍ଷଣ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ପୋଲିସ ବିଭାଗରେ ବଡ଼ ସଂସ୍କାର: ଗୋଟିଏ ଥାନାରେ ୩ ବର୍ଷରୁ ଅଧିକ ସମୟ ରହିପାରିବେନି ଅଫିସର

ଏହି କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ଗୌନ୍ତିଆଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକମର ପ୍ରାରମ୍ଭରେ ବିପିୟୁଟିର କୁଳପତି, ସିଇଟି ମହାବିଦ୍ୟାଳୟର ଅଧ୍ୟକ୍ଷ, ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ: ଫକୀର ମୋହନ କଲେଜରେ ପୁଣି ଜଣେ ଅଧ୍ୟାପକଙ୍କ ନାମରେ ସାଂଘାତିକ ଅଭିଯୋଗ, HOD ପଦରୁ ହେଲେ ବହିଷ୍କାର

ଆହୁରି ପଢ଼ନ୍ତୁ: ଜିଲ୍ଳାପାଳଙ୍କ ରିପୋର୍ଟ ଆଧାରରେ ନିଆଯିବ ସ୍କୁଲ ଛୁଟି ନିଷ୍ପତ୍ତି: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

କାର୍ଯ୍ୟକ୍ରମକୁ ସ୍ୱାଗତ କରି ପ୍ରଫେସର ଗୌନ୍ତିଆ କହିଥିଲେ ଯେ କମ୍ପ୍ୟୁଟର ବିଜ୍ଞାନରେ କୃତ୍ରିମ ବୁଦ୍ଧିମତା ମଣିଷ ଦ୍ୱାରା ପ୍ରଦର୍ଶିତ ପ୍ରାକୃତିକ ବୁଦ୍ଧି ତୁଳନାରେ ମେସିନ୍ ଦ୍ୱାରା ପ୍ରଦର୍ଶିତ ବୁଦ୍ଧି। ସେ କହିଥିଲେ ଯେ ମେସିନ୍ ଲର୍ନିଂ ହେଉଛି କମ୍ପ୍ୟୁଟର ଆଲଗୋରିଦମଗୁଡିକର ଅଧ୍ୟୟନ ଯାହା ସ୍ୱୟଂଚାଳିତ ଭାବରେ କାର୍ଯ୍ୟ କରେ ଓ ମେସିନ୍ ଲର୍ନିଙ୍ଗ ଆଲଗୋରିଦମଗୁଡିକ ନମୁନା ତଥ୍ୟ ଉପରେ ଆଧାର କରି ଏକ ମଡେଲ୍ ନିର୍ମାଣ କରେ, ଯାହା ଟ୍ରେନିଂ ଡାଟା ଭାବରେ ଜଣାଶୁଣା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୪ଟି ସେସନରେ ଦେଶ ଓ ବିଦେଶରେ ଥିବା ଆଇଆଇଟି, ଏନଆଇଟି, ଇସ୍ରୋ, ଡିଆରଡିଓ ଏବଂ ଟେକସାସର ଅଭିଜ୍ଞ ପ୍ରଫେସରମାନେ ବିଭିନ୍ନ ଉପାଦେୟ ବିଷୟବସ୍ତୁ ଉପରେ ସମ୍ଭାଷଣ ପ୍ରଦାନ କରିଥିଲେ। ଏଆଇସିଟିଇ ଓ ଅଟଳର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା।

09 Jul 2021 By The Sakala

ସିଇଟି ସ୍ବୟଂଶାସିତ ମହାବିଦ୍ୟାଳୟ ଦ୍ୱାରା ଅଧ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର: କଲେଜ ଅଫ ଇଞ୍ଜିନିଅରିଂ ଆଣ୍ଡ ଟେକ୍ନୋଲୋଜି (ସ୍ବୟଂଶାସିତ) ସିଇଟି ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ଅଧ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି। ମହାବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗ ଦ୍ୱାରା ଏକ ସପ୍ତାହ ବ୍ୟାପି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଯାନ୍ତ୍ରିକ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନର ୨୦୦ରୁ ଅଧିକ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ। ଏଥିରେ ‘କୃତ୍ରିମ ବୁଦ୍ଧିମତା ଏବଂ ମେସିନ୍ ଲର୍ନିଂ’ ବିଷୟରେ ଆଭାସୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ପ୍ରଶିକ୍ଷଣ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ଗୌନ୍ତିଆଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକମର ପ୍ରାରମ୍ଭରେ ବିପିୟୁଟିର କୁଳପତି, ସିଇଟି ମହାବିଦ୍ୟାଳୟର ଅଧ୍ୟକ୍ଷ, ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମକୁ ସ୍ୱାଗତ କରି ପ୍ରଫେସର ଗୌନ୍ତିଆ କହିଥିଲେ ଯେ କମ୍ପ୍ୟୁଟର ବିଜ୍ଞାନରେ କୃତ୍ରିମ ବୁଦ୍ଧିମତା ମଣିଷ ଦ୍ୱାରା ପ୍ରଦର୍ଶିତ ପ୍ରାକୃତିକ ବୁଦ୍ଧି ତୁଳନାରେ ମେସିନ୍ ଦ୍ୱାରା ପ୍ରଦର୍ଶିତ ବୁଦ୍ଧି। ସେ କହିଥିଲେ ଯେ ମେସିନ୍ ଲର୍ନିଂ ହେଉଛି କମ୍ପ୍ୟୁଟର ଆଲଗୋରିଦମଗୁଡିକର ଅଧ୍ୟୟନ ଯାହା ସ୍ୱୟଂଚାଳିତ ଭାବରେ କାର୍ଯ୍ୟ କରେ ଓ ମେସିନ୍ ଲର୍ନିଙ୍ଗ ଆଲଗୋରିଦମଗୁଡିକ ନମୁନା ତଥ୍ୟ ଉପରେ ଆଧାର କରି ଏକ ମଡେଲ୍ ନିର୍ମାଣ କରେ, ଯାହା ଟ୍ରେନିଂ ଡାଟା ଭାବରେ ଜଣାଶୁଣା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୪ଟି ସେସନରେ ଦେଶ ଓ ବିଦେଶରେ ଥିବା ଆଇଆଇଟି, ଏନଆଇଟି, ଇସ୍ରୋ, ଡିଆରଡିଓ ଏବଂ ଟେକସାସର ଅଭିଜ୍ଞ ପ୍ରଫେସରମାନେ ବିଭିନ୍ନ ଉପାଦେୟ ବିଷୟବସ୍ତୁ ଉପରେ ସମ୍ଭାଷଣ ପ୍ରଦାନ କରିଥିଲେ। ଏଆଇସିଟିଇ ଓ ଅଟଳର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର