ବ୍ୟବସ୍ଥା ଆରମ୍ଭ କରି ଭୁଲି ଗଲେ କେନ୍ଦ୍ର ସରକାର: ଉପକୂଳକୁ ଅବହେଳା, ନିଜ ଉଦ୍ୟମରେ କାମ ଚଳାଇଛନ୍ତି ରାଜ୍ୟ ସରକାର

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାର ୪୮୦ କିମି ସୁଦୀର୍ଘ ବେଳାଭୂମି କୌଣସି ବରଦାନ ଠାରୁ କମ୍‍ ନୁହେଁ। ତେବେ ଏହି ଉପକୂଳ ଓଡ଼ିଶା ତଥା ଦେଶର ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି କଲାଣି। ସମ୍ପ୍ରତି ଯେପରି ଭାବେ ଉପକୂଳ ସୁରକ୍ଷା ଚାଲିଛି ତାହା କେବଳ ଧର୍ମକୁ ଆଖି ଠାର ସଦୃଶ ହୋଇଛି ଏବଂ କେନ୍ଦ୍ର ସରକାର ଓଡ଼ିଶାର ଉପକୂଳ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି। ସାମୁଦ୍ରିକ ଥାନା ପ୍ରତିଷ୍ଠା ହେବାକୁ ଇତିମଧ୍ୟରେ ୧୨ […]

ଭୁବନେଶ୍ୱର: ଓଡ଼ିଶାର ୪୮୦ କିମି ସୁଦୀର୍ଘ ବେଳାଭୂମି କୌଣସି ବରଦାନ ଠାରୁ କମ୍‍ ନୁହେଁ। ତେବେ ଏହି ଉପକୂଳ ଓଡ଼ିଶା ତଥା ଦେଶର ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି କଲାଣି। ସମ୍ପ୍ରତି ଯେପରି ଭାବେ ଉପକୂଳ ସୁରକ୍ଷା ଚାଲିଛି ତାହା କେବଳ ଧର୍ମକୁ ଆଖି ଠାର ସଦୃଶ ହୋଇଛି ଏବଂ କେନ୍ଦ୍ର ସରକାର ଓଡ଼ିଶାର ଉପକୂଳ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: ବାଇକ୍‌-ସ୍କୋର୍ପିଓ ମୁହାଁମୁହିଁ ଧକ୍କା; ଦମ୍ପତି ମୃତ, ୫ ଗୁରୁତର

ସାମୁଦ୍ରିକ ଥାନା ପ୍ରତିଷ୍ଠା ହେବାକୁ ଇତିମଧ୍ୟରେ ୧୨ ବର୍ଷ ବିତିଲାଣି। କିନ୍ତୁ ସୁରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ପରିବର୍ତ୍ତେ ଦିନକୁ ଦିନ ଦୁର୍ବଳ ହୋଇ ଚାଲିଛି। ଏଠାରେ ନିଯୁକ୍ତ କର୍ମଚାରୀ ଚାକିରୀ ଛାଡ଼ି ଚାଲି ଯାଉଛନ୍ତି, ପାଟ୍ରୋଲିଂ ପାଇଁ ନୌକା ନାହିଁ, ଭିତ୍ତିଭୂମି କିପରି ଅଛି ତାହା ତର୍ଜମା କରାଯାଉ ନାହିଁ। ଉପକୂଳ ସୁରକ୍ଷାକୁ କେନ୍ଦ୍ର ସରକାର ଅବହେଳା କରି ଚାଲିଥିବା ବେଳେ ରାଜ୍ୟ ସରକାର ନିଜ ଉଦ୍ୟମରେ ଯାହା କିଛି ବ୍ୟବସ୍ଥା କରିଛନ୍ତି ସେତିକିରେ କାମ ଚାଲିଛି। ଉପକୂଳ ସୁରକ୍ଷା ବ୍ୟବସ୍ଥାରେ ଢ଼ିଲା ପଣ ପାଇଁ ମୁମ୍ବଇ ଆକ୍ରମଣ ଘଟିଥିଲା। ବିସ୍ତୃତ ସମୁଦ୍ର ତଟ ଦେଇ ଓଡ଼ିଶାରେ ଆତଙ୍କବାଦୀ ଅନୁପ୍ରବେଶ ଭୟ ସବୁବେଳେ ରହୁଛି। କୌଣସି ମୁହୂର୍ତ୍ତରେ ଜଳପଥ ଦେଇ ଅନୁପ୍ରବେଶ ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। କେବଳ ଆତଙ୍କବାଦୀ ଅନୁପ୍ରବେଶ ନୁହେଁ ଏବେ ସମୁଦ୍ର ପଥରେ ନିଶା ଦ୍ରବ୍ୟ ଚାଲାଣ ଘଟଣା ବି ଦେଖିବାକୁ ମିଳିଲାଣି। ଅପରପକ୍ଷେ ଓଡ଼ିଶା ସମୁଦ୍ରରେ ପ୍ରତି ବର୍ଷ ମାଛ ଧରା ଟ୍ରଲର୍‍ ସଂଖ୍ୟା ହୁ ହୁ ହୋଇ ବଢ଼଼ୁଛି। କେତେବେଳେ ବାଂଲାଦେଶୀ ମାଛ ଧରା ନୌକା ଓଡ଼ିଶା ସୀମାକୁ ପଶି ଆସୁଛି ତ ଆଉ କେତେବେଳେ ସନ୍ଦିଗ୍ଧ ନୌକା ଚଳପ୍ରଚଳ କରୁଛି। ମୋଟାମୋଟି ଭାବେ ବିଭିନ୍ନ ରୂପରେ ଓଡ଼ିଶା ପ୍ରତି ବିପଦ ରହିଛି। ସମୁଦ୍ର ପଥରେ କୌଣସି ପ୍ରକାର ବେଆଇନ୍‍ କାର୍ଯ୍ୟକଳାପକୁ ଜଗିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ଥାନା ମିଶାଇ ଓଡ଼ିଶାରେ ୧୮ଟି ସାମୁଦ୍ରିକ ଥାନା ସ୍ଥାପନ ହୋଇଛି। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଜିଲ୍ଲାରେ ଏସବୁ ଥାନା ରହିଛି। କିନ୍ତୁ ଭିତ୍ତିଭୂମି ଦୃଷ୍ଟିରୁ କାର୍ଯ୍ୟକ୍ଷମ ଅଛି ମାତ୍ର ୯ଟି ଥାନା। ଉପକୂଳ ସୁରକ୍ଷା ଯୋଜନାରେ ୧୮ ଥାନା ପାଇଁ ୭୩୮ ପଦ ମଞ୍ଜୁର କରାଯାଇଛି। ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ସାମୁଦ୍ରିକ ଥାନାରେ ନିୟୋଜିତ ପୁଲିସ କର୍ମଚାରୀଙ୍କୁ କମ୍‍ ସମୟରେ ବଦଳି ନିୟମରୁ ବାଦ୍‍ ଦିଆଯାଇଛି। ତେବେ ମୌଳିକ ଭିତ୍ତିଭୂମି ଦୁର୍ବଳ ହୋଇଗଲାଣି। ଉପକୂଳ ସୁରକ୍ଷା ଦାୟିତ୍ୱରେ ଓଡ଼ିଶା ପୁଲିସ ଥିବା ବେଳେ ନୌକା ପରିଚାଳନା ପାଇଁ ୧୦୯ ଜଣ ଅବସରପ୍ରାପ୍ତ ନୌସେନା କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ପୁଲିସ ସହିତ ଅବସରପ୍ରାପ୍ତ ନୌସେନା କର୍ମଚାରୀଙ୍କର ସମାନ ଭୂମିକା ରହିଛି। ତେବେ ପ୍ରୋତ୍ସାହନ ଅଭାବରୁ ଅଧିକାଂଶ କର୍ମଚାରୀ ଚାକିରୀ ଛାଡ଼ି ଚାଲିଗଲେଣି। ଏବେ ପାଖାପାଖି ୮୦ ଜଣ ବୈଷୟିକ କର୍ମଚାରୀ ଅଛନ୍ତି। ସେହିପରି ପାଟ୍ରୋଲିଂ ଲାଗି ମିଳିଥିବା ୧୩ ନୌକାରୁ ୨ ବର୍ଷ ହେଲା ଏଥିରୁ ୩ଟି ଅଚଳ ହୋଇ ପଡ଼ିଛି।। ୨୬ଟି ନୂଆ ନୌକା ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସୂଚନା ଦେଇଥିଲେ, ହେଲେ ନୂଆ ଆସିବ କ’ଣ ଅଚଳକୁ ମରାମତି କରିବା ପାଇଁ କେନ୍ଦ୍ର ସରକାରଙ୍କର ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି। ପ୍ରୋତ୍ସାହନ ଅଭାବରୁ ଅବସରପ୍ରାପ୍ତ ନୌସେନା କର୍ମଚାରୀ ଚାକିରୀ ଛାଡ଼ିବାରେ ଲାଗିଛନ୍ତି। ସେମାନଙ୍କ ଅଭାବରେ ସାମୁଦ୍ରିକ ଥାନା କର୍ମଚାରୀ ସମୁଦ୍ରରେ ପାଟ୍ରୋଲିଂ କରିବା ପାଇଁ ଅସମର୍ଥ। କାରଣ ନୌକା ଚଳାଇବା ଦାୟିତ୍ୱ ରହିଛି ନୌସେନାର ପୂର୍ବତନ କର୍ମଚାରୀଙ୍କ କାନ୍ଧରେ।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ FM ସ୍ୱୟଂଶାସିତ ମହାବିଦ୍ୟାଳୟ: ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ହ୍ଵାଟସଆପ୍ ଡାର୍ଟି ମେସେଜ୍ ଭାଇରାଲ୍

ଜଣେ କର୍ମଚାରୀଙ୍କ କହିବା ଅନୁସାରେ ଉପକୂଳ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା ହୋଇପାରିଲା ନାହିଁ। ନକ୍ସଲ ଦମନ ପାଣ୍ଠିରୁ କିଛି ଅର୍ଥ ଆମ ପାଇଁ ଖର୍ଚ୍ଚ କରାଯାଉଛି। ରାଜ୍ୟ ସରକାର ପୂରା ବ୍ୟବସ୍ଥା ପରିଚାଳନା ଦାୟିତ୍ୱରେ ଅଛନ୍ତି, କିନ୍ତୁ କେନ୍ଦ୍ର ସରକାର ପାଣ୍ଠି ଯୋଗାଇବା ସମ୍ପର୍କରେ ଆଦୌ ଚିନ୍ତା କରୁ ନାହାନ୍ତି। ଏପରି ଅବସ୍ଥାରେ ଉପକୂଳ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ହେବରେ ଲାଗିଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ରେଳବାଇ ଓ ଉପକୂଳ ସୁରକ୍ଷା ଏଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ସାମୁଦ୍ରିକ ଥାନା ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ା ଯାଇଛି। ଅଚଳ ହୋଇ ରହିଥିବା ନୌକା ମରାମତି କରାଯାଉଛି ଏବଂ ଆଉ ୬ ମାସ ଭିତରେ ସବୁ ଥାନା ଅଞ୍ଚଳରେ ପାଟ୍ରୋଲିଂ ଆରମ୍ଭ ହୋଇ ପାରିବ। ଏଥିସହ ଆଉ ଏକ ସାମୁଦ୍ରିକ ଥାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସବୁଜ ସଙ୍କେତ ପ୍ରଦାନ କରିଛନ୍ତି ବୋଲି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା: ବଦଳିଲେ RI ଗୋବିନ୍ଦ ମାହାରୀ

19 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର