ବନ୍ଦର ସ୍ବାସ୍ଥ୍ୟ ସଂଗଠନ ଅଧିକାରୀ ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କଲା CBI

The Sakala Picture
Published On

ଭୁବନେଶ୍ବର: ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଫିସର ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କଲା CBI । ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମାରାଥନ ରେଡ୍‌ ପରେ ଗିରଫ ହୋଇଛନ୍ତି ଡାକ୍ତର ରାଜେନ୍ଦ୍ର । ଗିରଫ ଡାକ୍ତରଙ୍କୁ ଧରି ଭୁବନେଶ୍ୱର ଆଣିଛି ସିବିଆଇ । କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ସୂଚନା ଅନୁଯାୟୀ, କୋଟିପତି ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ବିଭିନ୍ନସ୍ଥାନରେ ଗତକାଲିଠୁ ସିବିଆଇ ଚଢଉ ଜାରି […]

ଭୁବନେଶ୍ବର: ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଫିସର ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କଲା CBI । ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମାରାଥନ ରେଡ୍‌ ପରେ ଗିରଫ ହୋଇଛନ୍ତି ଡାକ୍ତର ରାଜେନ୍ଦ୍ର । ଗିରଫ ଡାକ୍ତରଙ୍କୁ ଧରି ଭୁବନେଶ୍ୱର ଆଣିଛି ସିବିଆଇ । କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ସୂଚନା ଅନୁଯାୟୀ, କୋଟିପତି ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ବିଭିନ୍ନସ୍ଥାନରେ ଗତକାଲିଠୁ ସିବିଆଇ ଚଢଉ ଜାରି ରଖିଥିଲ। ତାଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ସହ ଫରେନ କରେନ୍ସି ଜବତ କରାଯାଇଥିଲା। ଏହାସହ ରାଜେନ୍ଦ୍ରଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ମଧ୍ୟ ସିବିଆଇକୁ ମିଳିଥିଲା। ପାରାଦୀପ ବ୍ୟତୀତ ବାଲେଶ୍ୱର ଓ କଟକରେ ଥିବା ଘରେ ମଧ୍ୟ ସିବିଆଇ ଚଢ଼ାଉ କରି ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଥିଲା। ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡ ଡିସ୍କ ସିବିଆଇ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଖବର ଅନୁଯାୟୀ, ଜାହାଜର କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଆର୍‌.ଏନ୍ ପାଣିଗ୍ରାହୀ ଉକ୍ତ ଶିପିଂ ଏଜେଣ୍ଟଙ୍କୁ ମାଗିଥିଲେ ଲକ୍ଷେରୁ ଅଧିକ ଟଙ୍କା। ୭୦ ଜଣ କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଜଣ ପିଛା ୧୫୦୦ ଟଙ୍କା ଲେଖାଏଁ ଦେବାକୁ କହିଥିଲେ। ଗତକାଲି ଶିପିଂ ଏଜେଣ୍ଟଙ୍କ ଠାରୁ ରାଜେନ୍ଦ୍ର ୫୦ ହଜାର ଟଙ୍କା ଲାଞ୍ଚ ଦେଉଥିଲେ। ଏହି ସମୟରେ ଛକି ରହିଥିବା ସିବିଆଇ ଅଧିକାରୀ ନାରାୟଣ ଲାଞ୍ଚ ନେବାବେଳେ ମାଡ଼ି ବସିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ୧୦ ଜଣିଆ ସିବିଆଇ ଟିମ୍‌ ଡକ୍ଟର ଆର୍‌.ଏନ୍ ପାଣିଗ୍ରାହୀଙ୍କୁ ପଚରାଉଚରା କରିଥିଲେ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର