କ୍ୟାପିଟାଲ ହସ୍ପିଟାଲରେ ମାଳମାଳ ଦଲାଲ : ଫଳଶୂନ୍ୟ ହୋଇଛି ଫଳକ

The Sakala Picture
Published On

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ ହସ୍ପିଟାଲର ବିଭିନ୍ନ ୱାର୍ଡ କାନ୍ଥରେ ସଚେତନତା ଫଳକ ଲଗାଯାଇଛି। ଏଥିରେ ‘କାହାରିକୁ ଲାଞ୍ଚ ଦିଅନ୍ତୁ ନାହିଁ’ ବୋଲି ଲେଖାଯିବା ସହ କୌଣସି ବ୍ୟକ୍ତି ଟଙ୍କା ମାଗୁଥିଲେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ଲାଗି ଦର୍ଶାଯାଇଛି। ଏଥିସହିତ କ୍ୟାପିଟାଲ ହସ୍ପିଟାଲରେ ସିସିଟିଭିରେ ଛାଉଣୀ କରାଯାଇଛି। ପ୍ରତି ମୁହୂର୍ତ୍ତରେ ଘଟୁଥିବା ଟିକ୍‍ନିଖ ଘଟଣା ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷ ତୀକ୍ଷ୍‍ଣ ନଜର ରଖିଥିବା କୁହାଯାଉଛି। ଏସବୁ ପରେ ବି କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ରୋଗୀ ଏବଂ […]

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ ହସ୍ପିଟାଲର ବିଭିନ୍ନ ୱାର୍ଡ କାନ୍ଥରେ ସଚେତନତା ଫଳକ ଲଗାଯାଇଛି। ଏଥିରେ ‘କାହାରିକୁ ଲାଞ୍ଚ ଦିଅନ୍ତୁ ନାହିଁ’ ବୋଲି ଲେଖାଯିବା ସହ କୌଣସି ବ୍ୟକ୍ତି ଟଙ୍କା ମାଗୁଥିଲେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ଲାଗି ଦର୍ଶାଯାଇଛି। ଏଥିସହିତ କ୍ୟାପିଟାଲ ହସ୍ପିଟାଲରେ ସିସିଟିଭିରେ ଛାଉଣୀ କରାଯାଇଛି। ପ୍ରତି ମୁହୂର୍ତ୍ତରେ ଘଟୁଥିବା ଟିକ୍‍ନିଖ ଘଟଣା ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷ ତୀକ୍ଷ୍‍ଣ ନଜର ରଖିଥିବା କୁହାଯାଉଛି। ଏସବୁ ପରେ ବି କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ରୋଗୀ ଏବଂ ସମ୍ପର୍କୀୟଙ୍କୁ ପ୍ରଲୋଭନ ଦେଖାଇ ବିଭିନ୍ନ ଉପାୟରେ ଅର୍ଥ ଠକୁଛନ୍ତି ଦଲାଲ। କ୍ୟାପିଟାଲ ହସ୍ପିଟାଲରେ ଦଲାଲ୍‍ଗିରି ଏବେ ଅନିୟନ୍ତ୍ରିତ ହୋଇପଡ଼ିଛି।

ଆହୁରି ପଢ଼ନ୍ତୁ: ଓଡିଶାରେ ଆଇନର ଶାସନ ନାହିଁ, ଜଙ୍ଗଲରାଜ ଚାଲିଛି : ବିଜେଡି

ରାଜଧାନୀର କ୍ୟାପିଟାଲ ହସ୍ପିଟାଲକୁ ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ହଜାର ହଜାର ସଂଖ୍ୟକ ରୋଗୀ ଆସୁଛନ୍ତି। ସେଭଳି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଟାର୍ଗେଟ କରୁଛନ୍ତି ହସ୍ପିଟାଲ ପରିସରରେ ବୁଲୁଥିବା ଦଲାଲ। ସେ ଔଷଧ ହେଉ କିମ୍ବା ଅଳ୍ପମୂଲ୍ୟରେ ବିଭିନ୍ନ ପରୀକ୍ଷା ହେଉ; ଏମିତି ନିଜର କରି ନିରୀହ ରୋଗୀଙ୍କୁ ବିଭିନ୍ନ ଉପାୟରେ ସେମାନେ ଶୋଷଣ କରୁଛନ୍ତି। ବିଶେଷକରି ସେମାନେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଆଗରେ ନିଜକୁ ହସ୍ପିଟାଲର କର୍ମଚାରୀ ଭଳି ବ୍ୟବହାର କରୁଛନ୍ତି। ପରବର୍ତ୍ତୀ ସମୟରେ ଦଲାଲମାନେ ରୋଗୀଙ୍କୁ ଔଷଧ କିଣିବା ପାଇଁ ନିର୍ଦ୍ଦିଷ୍ଟ ଦୋକାନକୁ ପଠାଉଛନ୍ତି। ଏମିତି କି ଡାକ୍ତରଙ୍କୁ ହାତ କରି ସେମାନେ ରୋଗୀଙ୍କ ଔଷଧ ଚିଠା ନେଇ ଯାଉଛନ୍ତି ଓ ନିର୍ଦ୍ଦିଷ୍ଟ ଦୋକାନରୁ ଔଷଧ କିଣି ଆଣୁଛନ୍ତି। ଏଥିପାଇଁ ନିର୍ଦ୍ଦିଷ୍ଟ କମ୍ପାନୀର ଔଷଧ ଲେଖିବା ପାଇଁ ସେମାନେ ଡାକ୍ତରଙ୍କୁ ପ୍ରତ୍ୟକ୍ଷରେ ଓ ପରୋକ୍ଷରେ ପ୍ରବର୍ତ୍ତାଉଥିବା କୁହାଯାଉଛି। କେତେକ କ୍ଷେତ୍ରରେ ଡାକ୍ତରଙ୍କୁ କମିସନୀ ଅର୍ଥ ଦେଉଛନ୍ତି ତ ଆଉ କେତେକ କ୍ଷେତ୍ରରେ ଡାକ୍ତରଙ୍କୁ ଧମକ୍‍ଚମକ ଦେଇ ଏଭଳି କରୁଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ଜମିବାଡି ବିବାଦକୁ କେନ୍ଦ୍ରକରି ସାନଭାଇକୁ ପିଟିପିଟି ମାରିଦେଲେ ବଡଭାଇର ପରିବାର ଲୋକେ

ସେହିଭଳି ବିଭିନ୍ନ ଗ୍ରାମାଞ୍ଚଳରୁ ଆସୁଥିବା ନିରୀହ ରୋଗୀଙ୍କୁ ରକ୍ତ ଆଦି ସୁବିଧା ଯୋଗାଇ ଦେବା ପାଇଁ ଟଙ୍କା ନେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କ୍ୟାପିଟାଲ ହସ୍ପିଟାଲରେ କେତେକ ଦଲାଲ ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲକୁ ରୋଗୀ ଚାଲାଣ କରିବା ଭଳି ଗୁରୁତର ଅଭିଯୋଗ ହେଉଛି। ଯେଉଁ ରୋଗୀମାନେ ଭୁବନେଶ୍ୱର ବାହାରୁ ତଥା ଅନ୍ୟ ଜିଲ୍ଲାରୁ ଆସୁଛନ୍ତି ମେଡିକାଲ ଭିତରକୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲକୁ ପଠାଉଥିବା ଅଭିଯୋଗ ହେଉଛି। ଦଲାଲମାନେ ବିଭିନ୍ନ ଘରୋଇ ହସ୍ପିଟାଲ ଓ କ୍ଲିନିକ୍‍ର ଭିଜିଟିଂ କାର୍ଡ ଦେଇ ପଠାଉଛନ୍ତି ଓ ପରବର୍ତ୍ତୀ ସମୟରେ ରୋଗୀ ପିଛା କମିସନୀ ନେଉଥିବା ଅଭିଯୋଗ ହେଉଛି। ଫଳରେ ରୋଗୀ ସରକାରୀ ହସ୍ପିଟାଲରୁ ମାଗଣା ଚିକିତ୍ସା ପାଇବା ବଦଳରେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଛି।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରଦିନ ପ୍ରେମିକାକୁ ହତ୍ୟା ଘଟଣା: ସୁପାରୀ କିଲର ଲାଲୁ ଯାଦବକୁ ବିହାରରୁ ଗିରଫ କଲା ଓଡିଶା ପୋଲିସ

ଅନ୍ୟପଟେ ହସ୍ପିଟାଲଗୁଡିକରୁ ଦଲାଲମୁକ୍ତ କରିବା ଲାଗି ଗତବର୍ଷ କମିସନରେଟ ପୁଲିସ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଚଢ଼ଉ କରିଥିଲା। ରୋଗୀଙ୍କୁ ଶୋଷଣ କରୁଥିବା ୧୦ରୁ ଊର୍ଦ୍ଧ୍ବ ଦଲାଲଙ୍କୁ ଗିରଫ କରି କରିଥିଲା। ଏଭଳି ଧରପଗଡ଼ କରିବା ହେବା ପରେ ସାମୟିକ ଭାବେ କ୍ୟାପିଟାଲ ହସ୍ପିଟାଲରୁ ଦଲାଲମୁକ୍ତ ହୋଇଯାଇଥିଲା। ତେବେ ବହୁଦିନ ପରେ କ୍ୟାପିଟାଲ ହସ୍ପିଟାଲରୁ ଆଉ ଦଲାଲଙ୍କୁ ଗିରଫ କରାଯାଉନି। ସେପଟେ ଏଭଳି ଅଭିଯୋଗକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲରେ ଦଲାଲ୍‍ ନାହାନ୍ତି। ଏଥିସହିତ ଦଲାଲମୁକ୍ତ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଥିବା ସେ ସୂଚନା ଦେଇଛନ୍ତି।

09 Apr 2021 By The Sakala

କ୍ୟାପିଟାଲ ହସ୍ପିଟାଲରେ ମାଳମାଳ ଦଲାଲ : ଫଳଶୂନ୍ୟ ହୋଇଛି ଫଳକ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ ହସ୍ପିଟାଲର ବିଭିନ୍ନ ୱାର୍ଡ କାନ୍ଥରେ ସଚେତନତା ଫଳକ ଲଗାଯାଇଛି। ଏଥିରେ ‘କାହାରିକୁ ଲାଞ୍ଚ ଦିଅନ୍ତୁ ନାହିଁ’ ବୋଲି ଲେଖାଯିବା ସହ କୌଣସି ବ୍ୟକ୍ତି ଟଙ୍କା ମାଗୁଥିଲେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ଲାଗି ଦର୍ଶାଯାଇଛି। ଏଥିସହିତ କ୍ୟାପିଟାଲ ହସ୍ପିଟାଲରେ ସିସିଟିଭିରେ ଛାଉଣୀ କରାଯାଇଛି। ପ୍ରତି ମୁହୂର୍ତ୍ତରେ ଘଟୁଥିବା ଟିକ୍‍ନିଖ ଘଟଣା ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷ ତୀକ୍ଷ୍‍ଣ ନଜର ରଖିଥିବା କୁହାଯାଉଛି। ଏସବୁ ପରେ ବି କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ରୋଗୀ ଏବଂ ସମ୍ପର୍କୀୟଙ୍କୁ ପ୍ରଲୋଭନ ଦେଖାଇ ବିଭିନ୍ନ ଉପାୟରେ ଅର୍ଥ ଠକୁଛନ୍ତି ଦଲାଲ। କ୍ୟାପିଟାଲ ହସ୍ପିଟାଲରେ ଦଲାଲ୍‍ଗିରି ଏବେ ଅନିୟନ୍ତ୍ରିତ ହୋଇପଡ଼ିଛି।

ରାଜଧାନୀର କ୍ୟାପିଟାଲ ହସ୍ପିଟାଲକୁ ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ହଜାର ହଜାର ସଂଖ୍ୟକ ରୋଗୀ ଆସୁଛନ୍ତି। ସେଭଳି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଟାର୍ଗେଟ କରୁଛନ୍ତି ହସ୍ପିଟାଲ ପରିସରରେ ବୁଲୁଥିବା ଦଲାଲ। ସେ ଔଷଧ ହେଉ କିମ୍ବା ଅଳ୍ପମୂଲ୍ୟରେ ବିଭିନ୍ନ ପରୀକ୍ଷା ହେଉ; ଏମିତି ନିଜର କରି ନିରୀହ ରୋଗୀଙ୍କୁ ବିଭିନ୍ନ ଉପାୟରେ ସେମାନେ ଶୋଷଣ କରୁଛନ୍ତି। ବିଶେଷକରି ସେମାନେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଆଗରେ ନିଜକୁ ହସ୍ପିଟାଲର କର୍ମଚାରୀ ଭଳି ବ୍ୟବହାର କରୁଛନ୍ତି। ପରବର୍ତ୍ତୀ ସମୟରେ ଦଲାଲମାନେ ରୋଗୀଙ୍କୁ ଔଷଧ କିଣିବା ପାଇଁ ନିର୍ଦ୍ଦିଷ୍ଟ ଦୋକାନକୁ ପଠାଉଛନ୍ତି। ଏମିତି କି ଡାକ୍ତରଙ୍କୁ ହାତ କରି ସେମାନେ ରୋଗୀଙ୍କ ଔଷଧ ଚିଠା ନେଇ ଯାଉଛନ୍ତି ଓ ନିର୍ଦ୍ଦିଷ୍ଟ ଦୋକାନରୁ ଔଷଧ କିଣି ଆଣୁଛନ୍ତି। ଏଥିପାଇଁ ନିର୍ଦ୍ଦିଷ୍ଟ କମ୍ପାନୀର ଔଷଧ ଲେଖିବା ପାଇଁ ସେମାନେ ଡାକ୍ତରଙ୍କୁ ପ୍ରତ୍ୟକ୍ଷରେ ଓ ପରୋକ୍ଷରେ ପ୍ରବର୍ତ୍ତାଉଥିବା କୁହାଯାଉଛି। କେତେକ କ୍ଷେତ୍ରରେ ଡାକ୍ତରଙ୍କୁ କମିସନୀ ଅର୍ଥ ଦେଉଛନ୍ତି ତ ଆଉ କେତେକ କ୍ଷେତ୍ରରେ ଡାକ୍ତରଙ୍କୁ ଧମକ୍‍ଚମକ ଦେଇ ଏଭଳି କରୁଥିବା କୁହାଯାଇଛି।

ସେହିଭଳି ବିଭିନ୍ନ ଗ୍ରାମାଞ୍ଚଳରୁ ଆସୁଥିବା ନିରୀହ ରୋଗୀଙ୍କୁ ରକ୍ତ ଆଦି ସୁବିଧା ଯୋଗାଇ ଦେବା ପାଇଁ ଟଙ୍କା ନେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କ୍ୟାପିଟାଲ ହସ୍ପିଟାଲରେ କେତେକ ଦଲାଲ ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲକୁ ରୋଗୀ ଚାଲାଣ କରିବା ଭଳି ଗୁରୁତର ଅଭିଯୋଗ ହେଉଛି। ଯେଉଁ ରୋଗୀମାନେ ଭୁବନେଶ୍ୱର ବାହାରୁ ତଥା ଅନ୍ୟ ଜିଲ୍ଲାରୁ ଆସୁଛନ୍ତି ମେଡିକାଲ ଭିତରକୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲକୁ ପଠାଉଥିବା ଅଭିଯୋଗ ହେଉଛି। ଦଲାଲମାନେ ବିଭିନ୍ନ ଘରୋଇ ହସ୍ପିଟାଲ ଓ କ୍ଲିନିକ୍‍ର ଭିଜିଟିଂ କାର୍ଡ ଦେଇ ପଠାଉଛନ୍ତି ଓ ପରବର୍ତ୍ତୀ ସମୟରେ ରୋଗୀ ପିଛା କମିସନୀ ନେଉଥିବା ଅଭିଯୋଗ ହେଉଛି। ଫଳରେ ରୋଗୀ ସରକାରୀ ହସ୍ପିଟାଲରୁ ମାଗଣା ଚିକିତ୍ସା ପାଇବା ବଦଳରେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଛି।

ଅନ୍ୟପଟେ ହସ୍ପିଟାଲଗୁଡିକରୁ ଦଲାଲମୁକ୍ତ କରିବା ଲାଗି ଗତବର୍ଷ କମିସନରେଟ ପୁଲିସ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଚଢ଼ଉ କରିଥିଲା। ରୋଗୀଙ୍କୁ ଶୋଷଣ କରୁଥିବା ୧୦ରୁ ଊର୍ଦ୍ଧ୍ବ ଦଲାଲଙ୍କୁ ଗିରଫ କରି କରିଥିଲା। ଏଭଳି ଧରପଗଡ଼ କରିବା ହେବା ପରେ ସାମୟିକ ଭାବେ କ୍ୟାପିଟାଲ ହସ୍ପିଟାଲରୁ ଦଲାଲମୁକ୍ତ ହୋଇଯାଇଥିଲା। ତେବେ ବହୁଦିନ ପରେ କ୍ୟାପିଟାଲ ହସ୍ପିଟାଲରୁ ଆଉ ଦଲାଲଙ୍କୁ ଗିରଫ କରାଯାଉନି। ସେପଟେ ଏଭଳି ଅଭିଯୋଗକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲରେ ଦଲାଲ୍‍ ନାହାନ୍ତି। ଏଥିସହିତ ଦଲାଲମୁକ୍ତ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଥିବା ସେ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର