ମନୋରଞ୍ଜନ
ସହାୟତା ପାଇଁ ଭୁବନେଶ୍ବରରୁ ବାଲେଶ୍ଵର ଆସିଲେ ଦୃଷ୍ଟିହୀନ
ବାଲେଶ୍ବର:ସହାୟତା ପାଇଁ ଭୁବନେଶ୍ବରରୁ ବାଲେଶ୍ବରରେ ପହଞ୍ଚିଲେ ୪ ଜଣ ଦୃଷ୍ଟିହୀନ ଦିବ୍ୟାଙ୍ଗ। ଭୁବନେଶ୍ବର ନୂଆଗାଁସ୍ଥିତ ଇନ୍ଦ୍ର କଲୋନୀରେ ଥିବା ନିଜର ସେବା ସୁରକ୍ଷା ଟ୍ରଷ୍ଟ ଚଳାଇବା ପାଇଁ ଲୋକଙ୍କ ସହାୟତା ମାଗୁଛନ୍ତି। ଟ୍ରଷ୍ଟ ପକ୍ଷରୁ ତିଆରି ହେଉଥିବା ଧୂପ, ଫିନାଇଲ୍ ଓ ମହମବତୀ କରୋନା ଓ ଲକଡାଉନ୍ ପାଇଁ ତିଆରି ଓ ବିକ୍ରି ହୋଇନଥିବାରୁ ଏବେ ଟ୍ରଷ୍ଟ ଚଳାଇବା ପାଇଁ ସେମାନଙ୍କର ନିକଟରେ ଅର୍ଥ ନଥିବା ସେମାନେ କହିଛନ୍ତି। ସେଥିପାଇଁ ପ୍ରତିଦିନ ଟ୍ରେନ୍ ଯୋଗେଁ ବିଭିନ୍ନ ଜିଲ୍ଲାକୁ […]
ବାଲେଶ୍ବର:ସହାୟତା ପାଇଁ ଭୁବନେଶ୍ବରରୁ ବାଲେଶ୍ବରରେ ପହଞ୍ଚିଲେ ୪ ଜଣ ଦୃଷ୍ଟିହୀନ ଦିବ୍ୟାଙ୍ଗ। ଭୁବନେଶ୍ବର ନୂଆଗାଁସ୍ଥିତ ଇନ୍ଦ୍ର କଲୋନୀରେ ଥିବା ନିଜର ସେବା ସୁରକ୍ଷା ଟ୍ରଷ୍ଟ ଚଳାଇବା ପାଇଁ ଲୋକଙ୍କ ସହାୟତା ମାଗୁଛନ୍ତି। ଟ୍ରଷ୍ଟ ପକ୍ଷରୁ ତିଆରି ହେଉଥିବା ଧୂପ, ଫିନାଇଲ୍ ଓ ମହମବତୀ କରୋନା ଓ ଲକଡାଉନ୍ ପାଇଁ ତିଆରି ଓ ବିକ୍ରି ହୋଇନଥିବାରୁ ଏବେ ଟ୍ରଷ୍ଟ ଚଳାଇବା ପାଇଁ ସେମାନଙ୍କର ନିକଟରେ ଅର୍ଥ ନଥିବା ସେମାନେ କହିଛନ୍ତି। ସେଥିପାଇଁ ପ୍ରତିଦିନ ଟ୍ରେନ୍ ଯୋଗେଁ ବିଭିନ୍ନ ଜିଲ୍ଲାକୁ ଯାଇ ଲୋକଙ୍କୁ ସହାୟତା ମାଗୁଥିବା ଟ୍ରଷ୍ଟର ଅଧ୍ୟକ୍ଷ ତଥା ଦିବ୍ୟାଙ୍ଗ ବିହାରୀ ରାଜହଂସ କହିଛନ୍ତି। ତାଙ୍କ ସହ ଟ୍ରଷ୍ଟର ଅନ୍ୟ ସଦସ୍ୟ ଜ୍ୟୋତି ମହାକୁଡ, ଅଞ୍ଜଳ,ବିକାଶ ପାଲ ମଧ୍ୟ ରହିଥିଲେ। ସୋମବାର ଦିନ ଏହି ଚାରି ଜଣ ଦୃଷ୍ଟିହୀନ ବାଲେଶ୍ବର ସହର ପୁଲିସ ଲାଇନ୍ ସ୍କୁଲ ଛକ ନିକଟରେ ବାଡ଼ି ଧରି ଚାଲିଥିବାରୁ ଦେଖି ପଚାରିବାରୁ ଏପରି କଥା ଜାଣିବାକୁ ମିଳିଥିଲା।
ବିହାରୀ ରାଜହଂସଙ୍କ କହିବା ଅନୁଯାୟୀ, ଭିନ୍ନକ୍ଷମ ପିଲାଙ୍କୁ ସାହାରା ଓ ରୋଜଗାରକ୍ଷମ କରିବା ଉଦ୍ଦେଶ୍ୟରେ ୨୦୨୦ ମସିହା ନଭେମ୍ବର ମାସରେ ବିହାରୀ ‘ସେବା ସୁରକ୍ଷା ଟ୍ରଷ୍ଟ’ ନାମରେ ଏକ ସଂଗଠନ ଭୁବନେଶ୍ବରସ୍ଥିତ ଇନ୍ଦ୍ର କଲୋନୀର ପ୍ଲଟ୍ ନମ୍ବର ୧୦/୭ରେ ଭଡ଼ା ନେଇ ଆରମ୍ଭ କଲେ। ଯେଉଁଠାରେ ଅନ୍ୟ ତିନି ଜଣ କର୍ମଚାରୀ ମଧ୍ୟ ରହିଛନ୍ତି। ସେଠାରେ ବିଭିନ୍ନ ଜିଲ୍ଲାରୁ ୧୮ ବର୍ଷରୁ ଅଧିକ ୧୫ ଜଣ ଦୃଷ୍ଟିହୀନ ତଥା ଭିନ୍ନକ୍ଷମ ପିଲା ରହୁଛନ୍ତି। ତେବେ ସେଠାରେ ସେମାନେ ଭିନ୍ନକ୍ଷମଙ୍କୁ ଭୋକେସନାଲ୍ ଟ୍ରେନିଂ ଯଥା ଧୂପ, ମହମବତୀ, ଫିନାଇଲ୍ ତିଆରି ପାଇଁ ତାଲିମ ଦେଉଛନ୍ତି। ସେଥିରେ ଯାହା ବିକ୍ରି ହୁଏ ଟ୍ରଷ୍ଟ ଓ ପିଲାଙ୍କ ପାଇଁ ଖର୍ଚ୍ଚ କରାଯାଏ। ମାତ୍ର ଚଳିତବର୍ଷ ଦ୍ବିତୀୟ ଲହର ଲକଡାଉନ୍ ପାଇଁ ଧୂପ,।ମହମବତୀ ଓ ଫିନାଇଲ୍ ତିଆରି ସହ ବିକ୍ରି ବନ୍ଦ ହାଇଗଲା। ଫଳରେ ଟ୍ରଷ୍ଟ ଚଳାଇବା କଷ୍ଟକର ହୋଇପଡ଼ିଲା। ସେଥିପାଇଁ ଟ୍ରଷ୍ଟର ଚାରି ଜଣ ସଦସ୍ୟ ଲୋକଙ୍କ ସହାୟତା ଓ ସହଯୋଗ ପାଇଁ ବାହରିଛନ୍ତି। ଲୋକଙ୍କ ସହଯୋଗ ଦ୍ବାରା ଭିନ୍ନକ୍ଷମ ପିଲାମାନେ ଉପକୃତ ହୋଇପାରିବେ ଏବଂ ଟ୍ରଷ୍ଟ ପୁଣିଥରେ ନିଜର କାମ ଆରମ୍ଭ କରିପାରିବ। ପୂର୍ବରୁ ମଧ୍ୟ ଲୋକଙ୍କ ସହାୟତା କିଛି ମିଳିଥିଲା। ଏବେ ପୁଣି ସହଯୋଗ ପାଇଁ ଟ୍ରେନ୍ ରେ ବାଲେଶ୍ବର ପହଞ୍ଚିଛନ୍ତି। ପୁଣି ବାଲେଶ୍ବରରୁ ଅନ୍ୟଜିଲ୍ଲାକୁ ଯିବେ ବୋଲି ବିହାରୀ କହିଛନ୍ତି। ତେବେ ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଅଳ୍ପ ଦିଶୁଥିବା ବେଳେ ଆଉ ଦୁଇଜଣ ସମ୍ପୂର୍ଣ୍ଣ ଦୃଷ୍ଟିହୀନ।
06 Sep 2021
By The Sakala

⊕ https://www.thesakala.in/latest-odisha-news/cames-from-bhubaneswar-to-baleshwar-for-help/article-5226