ସିଏଜି ରିପୋର୍ଟ : ରାଜସ୍ୱ ଓ ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ବଳକା ରାଜ୍ୟ, ଜିଏସ୍‌ଡିପିରେ ୧୭.୫୮% ଅଭିବୃଦ୍ଧି

The Sakala Picture
Published On

ଭୁବନେଶ୍ବର : ରାଜ୍ୟ ଅଭିବୃଦ୍ଧି ପଥରେ ଆଗେଇ ଚାଲିଛି। ୨୦୨୧-୨୨ ଆର୍ଥିକବର୍ଷରେ ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ସାମ୍ପ୍ରତିକ ମୂଲ୍ୟରେ ୬,୩୮,୩୪୨ କୋଟି ଟଙ୍କା ରହିଥିଲା। ସ୍ଥିର ମୂଲ୍ୟରେ ଏହା ୪,୨୭,୫୯୨ କୋଟି ଟଙ୍କା ରହିଛି। ତେବେ ପୂର୍ବ ବର୍ଷ ତୁଳନାରେ ଜିଏସ୍‌ଡିପିରେ ୧୭.୫୮ ଅଭିବୃଦ୍ଧି ଘଟିଛି। ୨୦୨୧-୨୨ରେ ଜିଏସ୍‌ଡିପିକୁ ସେବା କ୍ଷେତ୍ରର ଯୋଗଦାନ ସର୍ବାଧିକ ୩୪.୬୭ ପ୍ରତିଶତ ରହିଥିଲା। ଏହାପଛକୁ ଶିଳ୍ପ କ୍ଷେତ୍ରର ଯୋଗଦାନ ୩୪.୩୫ ପ୍ରତିଶତ ରହିଛି। ଏସବୁ ସଫଳତା ପାଇଁ […]

ଭୁବନେଶ୍ବର : ରାଜ୍ୟ ଅଭିବୃଦ୍ଧି ପଥରେ ଆଗେଇ ଚାଲିଛି। ୨୦୨୧-୨୨ ଆର୍ଥିକବର୍ଷରେ ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ସାମ୍ପ୍ରତିକ ମୂଲ୍ୟରେ ୬,୩୮,୩୪୨ କୋଟି ଟଙ୍କା ରହିଥିଲା। ସ୍ଥିର ମୂଲ୍ୟରେ ଏହା ୪,୨୭,୫୯୨ କୋଟି ଟଙ୍କା ରହିଛି। ତେବେ ପୂର୍ବ ବର୍ଷ ତୁଳନାରେ ଜିଏସ୍‌ଡିପିରେ ୧୭.୫୮ ଅଭିବୃଦ୍ଧି ଘଟିଛି। ୨୦୨୧-୨୨ରେ ଜିଏସ୍‌ଡିପିକୁ ସେବା କ୍ଷେତ୍ରର ଯୋଗଦାନ ସର୍ବାଧିକ ୩୪.୬୭ ପ୍ରତିଶତ ରହିଥିଲା। ଏହାପଛକୁ ଶିଳ୍ପ କ୍ଷେତ୍ରର ଯୋଗଦାନ ୩୪.୩୫ ପ୍ରତିଶତ ରହିଛି। ଏସବୁ ସଫଳତା ପାଇଁ ଓଡ଼ିଶା ରାଜସ୍ୱ ଓ ଆର୍ଥିକ ଦୃଷ୍ଟିରୁ ଏକ ବଳକା ରାଜ୍ୟରେ ପରିଣତ ହୋଇଛି। ଅଦିନିଆ ବର୍ଷାରେ ଫସଲହାନୀ ସତ୍ତ୍ବେ ରାଜ୍ୟର କୃଷି କ୍ଷେତ୍ରରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିବା ଭାରତର ଲେଖା ନିୟନ୍ତ୍ରକ ତଥା ମହଲେଖା ପରୀକ୍ଷକ (ସିଏଜି)ଙ୍କ ରିପୋର୍ଟରୁ ଜଣାପଡିଛି।

ଆହୁରି ପଢ଼ନ୍ତୁ: ଏସ୍ ଜୟଶଙ୍କରଙ୍କ ମାଷ୍ଟରଷ୍ଟ୍ରୋକ୍: ଇରାନ ଅବରୋଧ ମଧ୍ୟରେ ହରମୁଜ୍ ପ୍ରଣାଳୀରେ ଭାରତୀୟ ତୈଳ ଟ୍ୟାଙ୍କରକୁ ମିଳିଲା ସୁରକ୍ଷିତ ମାର୍ଗ

ଗତକାଲି ଓଡିଶା ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‌ ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ। ଏହାପରେ ଅପରାହ୍ନରେ ସ୍ଥାନୀୟ ପ୍ରଧାନ ମହାଲେଖାକାର ଅଡିଟ-୧ଙ୍କ ଆନୁକୂଲ୍ୟରେ ଏଜି ସମ୍ମିଳନୀ କକ୍ଷଠାରେ ଏକ ଖବରଦାତା ସମ୍ମିଳନୀରେ ପ୍ରଧାନ ମହାଲେଖାକାର ରାଜ କୁମାର ରିପୋର୍ଟ ସମ୍ପର୍କରେ ସୂଚନା ଦେଇଥିଲେ । ରିପୋର୍ଟ ଅନୁଯାୟୀ, ୨୦୨୧-୨୨ରେ ଓଡ଼ିଶା ଜିଡିପିକୁ କୃଷି କ୍ଷେତ୍ରର ଯୋଗଦାନ ୧୭.୯୧ ପ୍ରତିଶତ ରହିଥିଲା। ୨୦୨୧ ଡିସେମ୍ବରରେ ଅଣମୌସୁମୀ ବର୍ଷା ,ବାତ୍ୟା ଜେୱାଦ୍‌ର ପ୍ରକୋପରେ ବ୍ୟାପକ ଫସଲ ହାନୀ ହେବା ସତ୍ତ୍ବେ ରାଜ୍ୟର କୃଷି କ୍ଷେତ୍ରରେ ୧.୭୦ ପ୍ରତିଶତ ଅଭିବୃଦ୍‌ଧି ହୋଇଥିଲା। କୃଷି କ୍ଷେତ୍ରର ସ୍ବଳ୍ପ ଅଭିବୃଦ୍ଦି ସତ୍ତ୍ବେ ଶିଳ୍ପ ଏବଂ ସେବା କ୍ଷେତ୍ରର ଦମ୍‌ଦାର ପ୍ରଦର୍ଶନ ଯୋଗୁ ସାମଗ୍ରିକ ଅଭିବୃଦ୍ଧି ୧୭.୫୮ ପ୍ରତିଶତରେ ପହଞ୍ଚିଥିଲା। ଏଥିରେ ସର୍ବାଧିକ ଅଭିବୃଦ୍ଧି ହାର ଉପଉପାଦାନ କ୍ଷେତ୍ର, ଖଣି ଓ ଖଣିଜ ଏବଂ ସାଧାରଣ ପ୍ରଶାସନ ଓ ନିର୍ମାଣ କ୍ଷେତ୍ରରେ ଦେଖାଯାଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି।  ରାଜ୍ୟର ଆର୍ଥିକ ସ୍ଥିତିକୁ ନଜର ପକାଇଲେ ଜଣାପଡିବ ଯେ ୨୦୨୧-୨୨ରେ ଓଡ଼ିଶା ୪୩,୪୭୧ କୋଟି ଟଙ୍କାର ଏକ ରାଜସ୍ୱ ବଳକା ଓ ୨୦,୬୨୭ କୋଟି ଟଙ୍କାର ଆର୍ଥିକ ବଳକା ହାସଲ କରିଥିଲା। ଏହି ସମୟରେ ରାଜ୍ୟର ରାଜସ୍ବ ବଳକା ପୂର୍ବବର୍ଷର ରାଜସ୍ବ ବଳକା ୯୦୭୬ କୋଟି ଟଙ୍କାଠାରୁ ଉଲ୍ଲେଖନୀୟ ଭାବରେ ୩୭୯ ପ୍ରତିଶତ ବୃଦ୍ଧି ପାଇଥିଲା।

ଆହୁରି ପଢ଼ନ୍ତୁ: କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଫରେଷ୍ଟର୍ ଓ ଜଣେ ଫରେଷ୍ଟ ଗାର୍ଡ ନିଲମ୍ବନ

ସେହିପରି ପୂର୍ବର୍ଷ ତୁଳନାରେ, ୨୦୧୨-୨୨ରେ ରାଜସ୍ବ ପ୍ରାପ୍ତିରେ ୪୮,୬୭୨ କୋଟି ଟଙ୍କାର ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଥିଲାବେଳେ ରାଜସ୍ବ ବ୍ୟୟ ୧୪,୨୭୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଅପରପକ୍ଷେ ୨୦୨୧-୨୨ରେ ରାଜ୍ୟର ନିଜସ୍ୱ ଟିକସ ରାଜସ୍ବ (୪୦,୭୪୮ କୋଟି ଟଙ୍କା) ପୂର୍ବବର୍ଷ ତୁଳନାରେ ୧୮.୯୪ ପ୍ରତିଶତ ବୃଦ୍ଧି ପାଇଥିଲା ଏବଂ ପୂର୍ବ ବର୍ଷ ତୁଳନାରେ ଅଣ-ଟିକସ ରାଜସ୍ବ (୫୪,୨୫୭ କୋଟି ଟଙ୍କା) ୧୭୭.୯୮ ପ୍ରତିଶତ ବୃଦ୍ଧି ପାଇଥିଲା। ଏହି ସମୟରେ ଓଡ଼ିଶାର ପୁଞ୍ଜି ବ୍ୟୟ ୨୨,୭୨୬ କୋଟି ଟଙ୍କା ରହିଥିଲା, ଯାହାକି ମୋଟ ଖର୍ଚ୍ଚ ୧,୩୪,୦୦୦ କୋଟି ଟଙ୍କାର ୧୬.୯୬ ପ୍ରତିଶତ ରହିଥିଲା। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହାଲେଖାକାର ବିଶ୍ୱନାଥ ସିଂହ ଯାଦୋନ, ବରିଷ୍ଠ ଉପ ମହାଲେଖାକାର ଦୀପକ ରଘୁ, ଉପ ମହାଲେଖାକାର ଏକତା ସିଂହ,ସଚିନ କୌଶିକ,ତାନ୍ୟା ଆମ୍ବାସ୍ଥା, ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ (ରିପୋର୍ଟ ) ସୁକାନ୍ତ କୁମାର ମଲ୍ଲ ଓ ଅଶୋକ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ସାମ୍ବାଦିକତାରୁ ମାଓନେତ୍ରୀ : ୩୨ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲେ ଦୁର୍ଦାନ୍ତ ମାଓନେତ୍ରୀ ଚାଲାସାନି ନଭତା

04 Oct 2023 By The Sakala

ସିଏଜି ରିପୋର୍ଟ : ରାଜସ୍ୱ ଓ ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ବଳକା ରାଜ୍ୟ, ଜିଏସ୍‌ଡିପିରେ ୧୭.୫୮% ଅଭିବୃଦ୍ଧି

ଭୁବନେଶ୍ବର : ରାଜ୍ୟ ଅଭିବୃଦ୍ଧି ପଥରେ ଆଗେଇ ଚାଲିଛି। ୨୦୨୧-୨୨ ଆର୍ଥିକବର୍ଷରେ ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ସାମ୍ପ୍ରତିକ ମୂଲ୍ୟରେ ୬,୩୮,୩୪୨ କୋଟି ଟଙ୍କା ରହିଥିଲା। ସ୍ଥିର ମୂଲ୍ୟରେ ଏହା ୪,୨୭,୫୯୨ କୋଟି ଟଙ୍କା ରହିଛି। ତେବେ ପୂର୍ବ ବର୍ଷ ତୁଳନାରେ ଜିଏସ୍‌ଡିପିରେ ୧୭.୫୮ ଅଭିବୃଦ୍ଧି ଘଟିଛି। ୨୦୨୧-୨୨ରେ ଜିଏସ୍‌ଡିପିକୁ ସେବା କ୍ଷେତ୍ରର ଯୋଗଦାନ ସର୍ବାଧିକ ୩୪.୬୭ ପ୍ରତିଶତ ରହିଥିଲା। ଏହାପଛକୁ ଶିଳ୍ପ କ୍ଷେତ୍ରର ଯୋଗଦାନ ୩୪.୩୫ ପ୍ରତିଶତ ରହିଛି। ଏସବୁ ସଫଳତା ପାଇଁ ଓଡ଼ିଶା ରାଜସ୍ୱ ଓ ଆର୍ଥିକ ଦୃଷ୍ଟିରୁ ଏକ ବଳକା ରାଜ୍ୟରେ ପରିଣତ ହୋଇଛି। ଅଦିନିଆ ବର୍ଷାରେ ଫସଲହାନୀ ସତ୍ତ୍ବେ ରାଜ୍ୟର କୃଷି କ୍ଷେତ୍ରରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିବା ଭାରତର ଲେଖା ନିୟନ୍ତ୍ରକ ତଥା ମହଲେଖା ପରୀକ୍ଷକ (ସିଏଜି)ଙ୍କ ରିପୋର୍ଟରୁ ଜଣାପଡିଛି।

ଗତକାଲି ଓଡିଶା ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‌ ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ। ଏହାପରେ ଅପରାହ୍ନରେ ସ୍ଥାନୀୟ ପ୍ରଧାନ ମହାଲେଖାକାର ଅଡିଟ-୧ଙ୍କ ଆନୁକୂଲ୍ୟରେ ଏଜି ସମ୍ମିଳନୀ କକ୍ଷଠାରେ ଏକ ଖବରଦାତା ସମ୍ମିଳନୀରେ ପ୍ରଧାନ ମହାଲେଖାକାର ରାଜ କୁମାର ରିପୋର୍ଟ ସମ୍ପର୍କରେ ସୂଚନା ଦେଇଥିଲେ । ରିପୋର୍ଟ ଅନୁଯାୟୀ, ୨୦୨୧-୨୨ରେ ଓଡ଼ିଶା ଜିଡିପିକୁ କୃଷି କ୍ଷେତ୍ରର ଯୋଗଦାନ ୧୭.୯୧ ପ୍ରତିଶତ ରହିଥିଲା। ୨୦୨୧ ଡିସେମ୍ବରରେ ଅଣମୌସୁମୀ ବର୍ଷା ,ବାତ୍ୟା ଜେୱାଦ୍‌ର ପ୍ରକୋପରେ ବ୍ୟାପକ ଫସଲ ହାନୀ ହେବା ସତ୍ତ୍ବେ ରାଜ୍ୟର କୃଷି କ୍ଷେତ୍ରରେ ୧.୭୦ ପ୍ରତିଶତ ଅଭିବୃଦ୍‌ଧି ହୋଇଥିଲା। କୃଷି କ୍ଷେତ୍ରର ସ୍ବଳ୍ପ ଅଭିବୃଦ୍ଦି ସତ୍ତ୍ବେ ଶିଳ୍ପ ଏବଂ ସେବା କ୍ଷେତ୍ରର ଦମ୍‌ଦାର ପ୍ରଦର୍ଶନ ଯୋଗୁ ସାମଗ୍ରିକ ଅଭିବୃଦ୍ଧି ୧୭.୫୮ ପ୍ରତିଶତରେ ପହଞ୍ଚିଥିଲା। ଏଥିରେ ସର୍ବାଧିକ ଅଭିବୃଦ୍ଧି ହାର ଉପଉପାଦାନ କ୍ଷେତ୍ର, ଖଣି ଓ ଖଣିଜ ଏବଂ ସାଧାରଣ ପ୍ରଶାସନ ଓ ନିର୍ମାଣ କ୍ଷେତ୍ରରେ ଦେଖାଯାଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି।  ରାଜ୍ୟର ଆର୍ଥିକ ସ୍ଥିତିକୁ ନଜର ପକାଇଲେ ଜଣାପଡିବ ଯେ ୨୦୨୧-୨୨ରେ ଓଡ଼ିଶା ୪୩,୪୭୧ କୋଟି ଟଙ୍କାର ଏକ ରାଜସ୍ୱ ବଳକା ଓ ୨୦,୬୨୭ କୋଟି ଟଙ୍କାର ଆର୍ଥିକ ବଳକା ହାସଲ କରିଥିଲା। ଏହି ସମୟରେ ରାଜ୍ୟର ରାଜସ୍ବ ବଳକା ପୂର୍ବବର୍ଷର ରାଜସ୍ବ ବଳକା ୯୦୭୬ କୋଟି ଟଙ୍କାଠାରୁ ଉଲ୍ଲେଖନୀୟ ଭାବରେ ୩୭୯ ପ୍ରତିଶତ ବୃଦ୍ଧି ପାଇଥିଲା।

ସେହିପରି ପୂର୍ବର୍ଷ ତୁଳନାରେ, ୨୦୧୨-୨୨ରେ ରାଜସ୍ବ ପ୍ରାପ୍ତିରେ ୪୮,୬୭୨ କୋଟି ଟଙ୍କାର ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଥିଲାବେଳେ ରାଜସ୍ବ ବ୍ୟୟ ୧୪,୨୭୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଅପରପକ୍ଷେ ୨୦୨୧-୨୨ରେ ରାଜ୍ୟର ନିଜସ୍ୱ ଟିକସ ରାଜସ୍ବ (୪୦,୭୪୮ କୋଟି ଟଙ୍କା) ପୂର୍ବବର୍ଷ ତୁଳନାରେ ୧୮.୯୪ ପ୍ରତିଶତ ବୃଦ୍ଧି ପାଇଥିଲା ଏବଂ ପୂର୍ବ ବର୍ଷ ତୁଳନାରେ ଅଣ-ଟିକସ ରାଜସ୍ବ (୫୪,୨୫୭ କୋଟି ଟଙ୍କା) ୧୭୭.୯୮ ପ୍ରତିଶତ ବୃଦ୍ଧି ପାଇଥିଲା। ଏହି ସମୟରେ ଓଡ଼ିଶାର ପୁଞ୍ଜି ବ୍ୟୟ ୨୨,୭୨୬ କୋଟି ଟଙ୍କା ରହିଥିଲା, ଯାହାକି ମୋଟ ଖର୍ଚ୍ଚ ୧,୩୪,୦୦୦ କୋଟି ଟଙ୍କାର ୧୬.୯୬ ପ୍ରତିଶତ ରହିଥିଲା। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହାଲେଖାକାର ବିଶ୍ୱନାଥ ସିଂହ ଯାଦୋନ, ବରିଷ୍ଠ ଉପ ମହାଲେଖାକାର ଦୀପକ ରଘୁ, ଉପ ମହାଲେଖାକାର ଏକତା ସିଂହ,ସଚିନ କୌଶିକ,ତାନ୍ୟା ଆମ୍ବାସ୍ଥା, ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ (ରିପୋର୍ଟ ) ସୁକାନ୍ତ କୁମାର ମଲ୍ଲ ଓ ଅଶୋକ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର