୧୫ ବର୍ଷିୟ ସୁଦାମ ମୁହଁରୁ ବାହାରିଲା କ୍ରିକେଟ ବଲ୍‌ ଆକାରର ଟ୍ୟୁମର, BSKY କାର୍ଡରେ ଘରୋଇ ହସ୍ପିଟାଲ୍‌ରେ ହେଲା ବିରଳ ଅସ୍ତ୍ରୋପଚାର

The Sakala Picture
Published On

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ପାଇଁ ନୂଆ ଜୀବନ ପାଇଲା ମୟୂରଭଞ୍ଜର ୧୫ ବର୍ଷୀୟ ବାଳକ ସୁଦାମ କିସ୍କୁ। ମୁହଁରେ ହୋଇଥିବା କ୍ରିକେଟ ବଲ୍‌ ଆକାରର ଟ୍ୟୁମର ପାଇଁ ସାଧାରଣ ଜୀବନଯାପନ କରିବାରେ ବହୁ ଅସୁବିଧା ଭୋଗୁଥିଲା ସୁଦାମ। ଏନେଇ ସୁଦାମ ବାପା ତାକୁ ଅନେକ ହସ୍ପିଟାଲ୍ ବୁଲିଥିଲେ ମଧ୍ୟ ବାଳକଟିର ଚିକିତ୍ସା ହୋଇପାରି ନଥିଲା । ଶେଷରେ ତାକୁ ସମ୍ ଅଲ୍ଟିମେଟ ଧରିଆସିବା ପରେ ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର […]

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ପାଇଁ ନୂଆ ଜୀବନ ପାଇଲା ମୟୂରଭଞ୍ଜର ୧୫ ବର୍ଷୀୟ ବାଳକ ସୁଦାମ କିସ୍କୁ। ମୁହଁରେ ହୋଇଥିବା କ୍ରିକେଟ ବଲ୍‌ ଆକାରର ଟ୍ୟୁମର ପାଇଁ ସାଧାରଣ ଜୀବନଯାପନ କରିବାରେ ବହୁ ଅସୁବିଧା ଭୋଗୁଥିଲା ସୁଦାମ। ଏନେଇ ସୁଦାମ ବାପା ତାକୁ ଅନେକ ହସ୍ପିଟାଲ୍ ବୁଲିଥିଲେ ମଧ୍ୟ ବାଳକଟିର ଚିକିତ୍ସା ହୋଇପାରି ନଥିଲା । ଶେଷରେ ତାକୁ ସମ୍ ଅଲ୍ଟିମେଟ ଧରିଆସିବା ପରେ ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ମୁଖ୍ୟ ତଥା ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁ ଚିକିତ୍ସା ଆରମ୍ଭ କରିଥିଲେ । ସଂପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ତାଙ୍କ ମୁଣ୍ଡରେ ଏକ ୭ ସେମିର ଟ୍ୟୁମର ଥିବାର ଜଣାପଡ଼ିଥିଲା ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ଏହି ଟ୍ୟୁମରଟିକୁ ଅପରେସନ କରିବା ନିହାତି ଆବଶ୍ୟକ ଥିଲା। ଏହାପରେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସମ୍ ଅଲ୍ଟିମେଟରେ ଏହି ବିରଳ ଅପରେସନ୍‌ କରାଯାଇଥିଲା। ଏତେ ବଡ଼ ଆକାରର ଟ୍ୟୁମରକୁ ବାହାର କରିବା ଖୁବ୍ କଷ୍ଟକର ଥିଲା ବୋଲି ଡାକ୍ତର ସାହୁ କହିବା ସହ ଏଣ୍ଡୋସ୍କୋପ ସହାୟତାରେ ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ମାଧ୍ୟମରେ ଟ୍ରାନ୍ସ ଜାଇଗୋମାଟିକ୍ ପଦ୍ଧତିରେ ଦୀର୍ଘ ୨ ଘଂଟାର ଅପରେସନ୍ ପରେ ଟ୍ୟୁମରଟିକୁ ସଂପୂର୍ଣ୍ଣ ଭାବେ କଢ଼ାଯାଇପାରିଲା ବୋଲି ଡାକ୍ତର ସାହୁ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ବର୍ତମାନ ବାଳକଟି ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତ ଅଛି ଏବଂ ଅସ୍ତ୍ରୋପଚାରର ୪ ଦିନ ପରେ ତାକୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି । ଏବେ ସୁଦାମ ସମ୍ପୂର୍ଣ୍ଣ ଟ୍ୟୁମର ମୁକ୍ତ ଓ ସାଧାରଣ ପିଲା ଭଳି ଜୀବନଯାପନ କରୁଛି। ତା’ର ବାୟୋପ୍ସି ରିପୋର୍ଟରେ ଏହା ଏକ ନର୍ଭ ସିଥ୍ ଟ୍ୟୁମର ଅର୍ଥାତ୍ ସ୍ୱାନୋମା ବୋଲି ଜଣାପଡ଼ିଛି । ତେବେ ଅପରେସନ୍‌ର ପରବର୍ତୀ ସ୍କାନିଂ ରିପୋର୍ଟରେ ଟ୍ୟୁମରଟିକୁ ସମ୍ପୂର୍ଣ୍ଣ ଭାବେ ବାହାର କରାଯାଇଥିବା ଜଣାପଡ଼ିଛି । ଡାକ୍ତର ସାହୁ କହିଛନ୍ତି ଯେ ଜଣେ ୧୫ ବର୍ଷ ବାଳକର ଶରୀରରେ ଏଭଳି ବିଶାଳ ଆକାରର ଟ୍ରାଇଜେମିନାଲ୍ ନର୍ଭ ସ୍ୱାନୋମା ଦେଖାଦେବା ଖୁବ୍ ବିରଳ । କାରଣ ଏଭଳି ଟ୍ୟୁମର ପ୍ରାୟତଃ ୩୦ ରୁ ୫୦ ବର୍ଷର ବୟସ୍କ ବ୍ୟକ୍ତିଙ୍କ ନିକଟରେ ଦେଖାଦେଇଥାଏ ।

ଏଣ୍ଡୋସ୍କୋପି ସ୍କଲ୍ ବେସ୍ ସର୍ଜରୀ ହେଉଛି ଏକ ଉନ୍ନତମାନର ମିନିମାଲ୍ ଇନଭେସିଭ୍ ସର୍ଜିକାଲ୍ ପ୍ରକ୍ରିୟା ଯାହାକି ସମ୍ ଅଲ୍ଟିମେଟରେ  ନିୟମିତ ଭାବେ କରାଯାଉଛି । ହସ୍ପିଟାଲ୍‌ର ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗ ଅନେକ ରୋଗୀଙ୍କ ମୁହଁରେ ହସ ଫୁଟାଇପାରୁଛି । ଅନ୍ୟପଟେ ସମ୍ ଅଲ୍ଟିମେଟରେ ଭଳି ଡାକ୍ତରଖାନାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ପାଇଁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା କରାଇ ବେଶ୍ ଖୁସି ସୁଦାମଙ୍କ ପରିବାର। ଏନେଇ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର