BSKYରେ ଯୋଡି଼ହେଲା ଆଉ ୨୯ ହସ୍ପିଟାଲ, ମୋଟ ପଞ୍ଜିକୃତ ହସ୍ପିଟାଲ୍ ସଂଖ୍ୟା ୫୮୩ କୁ ବୃଦ୍ଧି

The Sakala Picture
Published On

ଭୁବନେଶ୍ୱର: ଓଡିଶା ସରକାରଙ୍କ ଅଭିନବ ଗୁଣାତ୍ମକ ସାର୍ବଜନିନ ସ୍ବାସ୍ଥ୍ୟ ସେବା ଯୋଜନା BSKY ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେ ଆଜି ଆନ୍ତରିଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସ୍ବାସ୍ଥ୍ୟ ପ୍ରତିଶ୍ରୁତି ସମିତି ସଭା ଗୃହ ଠାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟାୟନ ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ବିଲ […]

ଭୁବନେଶ୍ୱର: ଓଡିଶା ସରକାରଙ୍କ ଅଭିନବ ଗୁଣାତ୍ମକ ସାର୍ବଜନିନ ସ୍ବାସ୍ଥ୍ୟ ସେବା ଯୋଜନା BSKY ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେ ଆଜି ଆନ୍ତରିଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସ୍ବାସ୍ଥ୍ୟ ପ୍ରତିଶ୍ରୁତି ସମିତି ସଭା ଗୃହ ଠାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟାୟନ ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ବିଲ ଗୁଡ଼ିକୁ ଅନୁମୋଦନ ଦେବା ପୁର୍ବରୁ ସମସ୍ତ ଦରକାରୀ ତଥ୍ୟ ଓ ନିର୍ଦ୍ଧାରିତ ଦର ତାଲିକାକୁ ସଠିକ୍ ଭାବେ ତନଖି କରି ବିଲ ପୈଠ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଡାକ୍ତର ବୃନ୍ଦା ନିର୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ରାଜ୍ୟ ବାହାରେ ପଞ୍ଜିକୃତ ହୋଇଥିବା ହସ୍ପିଟାଲ୍ ମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ଏବଂ ମୋବାଇଲ ଫୋନ ମାଧ୍ୟମରେ ବରାବର ଯୋଗାଯୋଗରେ ରହିବାକୁ ଅତିରିତ୍କ ଶାସନ ସଚିବ ନୋଡାଲ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। BSKY ସଫ୍ଟ ଓୟାର ନବୀକରଣ ଏବଂ ଚିକିତ୍ସା ବିଲ୍ ଗୁଡ଼ିକର ସମୟାନୁବନ୍ଧିତ ପୈଠ ଆଦି ବିଷୟ ମୁଖ୍ୟତଃ ସମୀକ୍ଷା ହୋଇଥିଲା।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଆଲୋଚନାରୁ ଜଣାପଡିଥିଲା ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟ ଭିତର ଓ ବାହାରର ୫୫୪ ଟି ସୁପର ସ୍ପେଶାଲିଟି ହସ୍ପିଟାଲ୍ ଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥି ମଧ୍ୟରୁ ୧୦୩ ହସ୍ପିଟାଲ ବାହାର ରାଜ୍ୟର। ସେଗୁଡିକ ମୁଖ୍ୟତଃ ଆସାମ, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ପଶ୍ଚିମ ବଙ୍ଗଳା, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ପଞ୍ଜାବ, ତାମିନାଡୁ, ହରିୟାଣା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ପ୍ରତିଷ୍ଠିତ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଏହାଛଡ଼ା ଇତି ମଧ୍ୟରେ ରାଜ୍ୟରେ ଥିବା ଆଉ ୨୯ ଟି ସ୍ପେଶାଲିଟି ହସ୍ପିଟାଲକୁ ତାଲିକା ଅନ୍ତର୍ଭକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ହସ୍ପିଟାଲ୍ ଗୁଡ଼ିକୁ ତାଲିକା ଅନ୍ତର୍ଭୁକ୍ତ କରିବା ପୂର୍ବରୁ ସେହିଥିରେ ଥିବା ଚିକିତ୍ସା ସୁବିଧା, ସ୍ପେଶଲିଷ୍ଟ ଡାକ୍ତର, ଆଧୁନିକ ଯନ୍ତ୍ରପାତି, ରୋଗୀଙ୍କ ପାଇଁ ଆନୁସଙ୍ଗିକ ସୁବିଧା ଆଦିକୁ ବୈଷୟିକ ଟିମ୍ ଦ୍ଵାରା ଯାଞ୍ଚ କରାଯାଇଥାଏ। ଏହି ୨୯ ଟି ହସ୍ପିଟାଲ ପଞ୍ଜିକୃତ ହେଲେ ସମୁଦାୟ ପଞ୍ଜିକୃତ ହସ୍ପିଟାଲ୍ ସଂଖ୍ୟା ୫୮୩ କୁ ବୃଦ୍ଧି ପାଇବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର