ଷ୍ଟାମ୍ପ ଡ୍ୟୁଟି ପାଇଁ ଅଟକିଛି ବିଏସ୍‌ଏବିଟି ସଂପ୍ରସାରଣ : ବିଡିଏ କୁନ୍ଥକୁନ୍ଥ, ସରକାର ବି ଚୁପ୍‌

The Sakala Picture
Published On

ଭୁବନେଶ୍ୱର : ମାତ୍ର ୨କୋଟି ଟଙ୍କାର ଷ୍ଟାମ୍ପ୍‌ ଡ୍ୟୁଟି ପାଇଁ ବରମୁଣ୍ଡାସ୍ଥିତ ବିଶସ୍ତରୀୟ ବାବାସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ (ବିଏସ୍‌‌ଏବିଟି) ସଂପ୍ରସାରଣ କାମ ଅଧାରେ ଅଟକି ଯାଇଛି। ଟଙ୍କା ଦେବାକୁ ବିଡିଏ କୁନ୍ଥକୁନ୍ଥ ହେଉଥିବା ବେଳେ ବର୍ତ୍ତମାନର ରାଜ୍ୟ ସରକାର ବି ବଡ଼ ହୃଦୟ ଦେଖାଇ ଏହାକୁ ଛାଡ଼ କରୁନାହାନ୍ତି। ଫଳରେ ବିଡିଏକୁ ଜମି ହସ୍ତାନ୍ତର ହୋଇପାରୁନି କି ବିଶ୍ବସ୍ତରୀୟ ଏହି ବସ୍‌ଷ୍ଟାଣ୍ଡର ସମ୍ପ୍ରସାରଣ କାର୍ଯ୍ୟ ଆଗକୁ ବଢ଼ିପାରୁନି। ତେଣୁ ଏହି ସମ୍ପ୍ରସାରଣ ଯୋଜନା କ’ଣ […]

ଭୁବନେଶ୍ୱର : ମାତ୍ର ୨କୋଟି ଟଙ୍କାର ଷ୍ଟାମ୍ପ୍‌ ଡ୍ୟୁଟି ପାଇଁ ବରମୁଣ୍ଡାସ୍ଥିତ ବିଶସ୍ତରୀୟ ବାବାସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ (ବିଏସ୍‌‌ଏବିଟି) ସଂପ୍ରସାରଣ କାମ ଅଧାରେ ଅଟକି ଯାଇଛି। ଟଙ୍କା ଦେବାକୁ ବିଡିଏ କୁନ୍ଥକୁନ୍ଥ ହେଉଥିବା ବେଳେ ବର୍ତ୍ତମାନର ରାଜ୍ୟ ସରକାର ବି ବଡ଼ ହୃଦୟ ଦେଖାଇ ଏହାକୁ ଛାଡ଼ କରୁନାହାନ୍ତି। ଫଳରେ ବିଡିଏକୁ ଜମି ହସ୍ତାନ୍ତର ହୋଇପାରୁନି କି ବିଶ୍ବସ୍ତରୀୟ ଏହି ବସ୍‌ଷ୍ଟାଣ୍ଡର ସମ୍ପ୍ରସାରଣ କାର୍ଯ୍ୟ ଆଗକୁ ବଢ଼ିପାରୁନି। ତେଣୁ ଏହି ସମ୍ପ୍ରସାରଣ ଯୋଜନା କ’ଣ ବନ୍ଦ ହୋଇଯିବ ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।

ଆହୁରି ପଢ଼ନ୍ତୁ: ପୁରୁଷ ବନ୍ଧୁଙ୍କ ଘରୁ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ସୂଚନାନୁଯାୟୀ, ବିଏସ୍‌ଏବିଟି ପରିସରରେ ଟାଟା ମୋଟର୍ସର ଏକ ୱାର୍କସପ୍‌ ରହିଛି। ବିଶ୍ୱସ୍ତରୀୟ ଏହି ବସ୍‌ଷ୍ଟାଣ୍ଡକୁ ଭିଡ଼ମୁକ୍ତ ଏବଂ ଅଧିକ ଆକର୍ଷଣୀୟ କରିବାକୁ ପୂର୍ବ ସରକାର ସମୟରେ ଏହି ୱାର୍କସପ୍‌କୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ବସ୍‌ ଟର୍ମିନାଲର ସଂପ୍ରସାରଣ ପାଇଁ ଏକ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରାଯାଇଥିଲା। କଷ୍ଟରେ ହେଲେ ବି ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଟାଟା ମୋଟର୍ସ ଏଠାରୁ ଜାଗା ଛାଡ଼ିବା ପାଇଁ ରାଜି ହୋଇଯାଇଥିଲା। ପରେ ଏନେଇ ରାଜ୍ୟ ସରକାର ଓ ଟାଟା ମୋଟର୍ସ ଭିତରେ ଏହାକୁ ନେଇ ଏକ ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇଥିଲା। କିନ୍ତୁ ଇତିମଧ୍ୟରେ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଏହି ପ୍ରକଳ୍ପକୁ ନେଇ କିଛି ସୋରଶବ୍ଦ ନାହିଁ। ଟାଟା ମୋଟର୍ସର ଉକ୍ତ ଜମି ଗ୍ରହଣ କରିବା ପାଇଁ ବିଡିଏକୁ ସେଲ୍‌-ଡିଡ୍‌‌ ବାବଦକୁ ଆନୁମାନିକ ୨ କୋଟି ଟଙ୍କାର ଷ୍ଟାମ୍ପ୍‌‌ଡ୍ୟୁଟି ଦାଖଲ କରିବାକୁ ପଡ଼ିବ। ଯାହା ବିଡିଏକୁ ବହନ କରିବାକୁ ପଡ଼ିପାରେ। କିନ୍ତୁ ବିଡିଏ ଚୁପ୍‌ ବସିଛି।

ଆହୁରି ପଢ଼ନ୍ତୁ:  ୨୦ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଝାଞ୍ଜ ପାହାଡ଼ରୁ ସୁରକ୍ଷିତ ଉଦ୍ଧାର ହେଲେ ୨ ନିଖୋଜ ଯୁବକ

ଅନ୍ୟପକ୍ଷରେ, ନୂଆ ସରକାର ବି ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ବଡ଼ ହୃଦୟ ଦେଖାଉନାହାନ୍ତି। ବିଡିଏ ଟଙ୍କା ନ ଦେଲେ ନାହିଁ, ସରକାରଙ୍କ ହାତରେ ଅଖଣ୍ଡ କ୍ଷମତା ଅଛି, ସେଲ୍‌-ଡିଡ୍‌ ବାବଦ ଏହି ୨ କୋଟି ଟଙ୍କାକୁ ଛାଡ଼ କରିପାରିବେ। ପୂର୍ବରୁ ବହୁ ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ପାଇଁ ଏଭଳି କୋଟି କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯାଇଛି। କିନ୍ତୁ ନୂତନ ସରକାର ଗଠନର ୧୦୦ ଦିନ ବିତିଯାଇଥିଲେ ମଧ୍ୟ ଷ୍ଟାମ୍‌‌ ଡ୍ୟୁଟି ଛାଡ଼ ହେବ କି ନାହିଁ, ସେ ସମ୍ପର୍କିତ ନିଷ୍ପତ୍ତି ହୋଇପାରୁନାହିଁ। ତେଣୁ ସାମାନ୍ୟ ନିଷ୍ପତ୍ତ️ି ନେବାରେ ବିଳମ୍ବ ଯୋଗୁଁ ଏହି ସଂପ୍ରସାରଣ କାମ କ’ଣ ଅଟକିଯିବ ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ସମୁଦ୍ରରୁ ଭାସି ଆସି ଅସ୍ତରଙ୍ଗ ବେଳାଭୂମିରେ ଲାଗିଲା ବିଶାଳ ସାମୁଦ୍ରିକ ବୁଏ...

ବରମୁଣ୍ଡା ଟର୍ମିନାଲକୁ ଲାଗି ଟାଟା ମୋଟର୍ସର ୩.୫ ଏକର ଜମି ରହିଛି। ବିଡିଏ ଜମିର ମାଲିକାନା ହାସଲ କରିବା ପରେ ମୂଳ ଟର୍ମିନାଲକୁ ଯୋଡ଼ି ଏଠାରେ ଆଉ ଏକ ଟର୍ମିନାଲ ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା। ଏହି ସମ୍ପ୍ରସାରଣର ମୂଳ ଲକ୍ଷ୍ୟ ଥିଲା, ଯାତ୍ରୀଙ୍କ ସୁବିଧାଜନକ ଏବଂ ସୁରକ୍ଷିତ ଯାତ୍ରା ପାଇଁ ବିଭିନ୍ନ ସୁବିଧା ଯୋଗାଇଦେବା। ଏହାସହ ଟ୍ରାଫିକ୍‌‌ ନିୟନ୍ତ୍ରଣ ମଧ୍ୟ ସହଜ ହୋଇଥାନ୍ତା। ୩.୫ ଏକର ସମ୍ପ୍ରସାରିତ ଜମିରୁ ପୁରୁଣା ନିର୍ମାଣକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଥାନ୍ତା। ଏହି ସ୍ଥାନକୁ ନୂତନ ଟର୍ମିନାଲ ସହ ମୁଖ୍ୟତ ପାର୍କିଂ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥା’ନ୍ତା। ପ୍ରାୟ ୩ ଶହ ବସ୍‌ ଯେଭଳି ଭାବେ ସୁବିଧାରେ ପାର୍କିଂ କରିପାରିବେ, ସେଥିପ୍ରତି ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥାନ୍ତା। ଏହାସହ ଟ୍ରାକ୍ସି ପାର୍କିଂର ବ୍ୟବସ୍ଥା କରାଯିବ ବୋଲି ଯୋଜନା କରାଯାଇଥିଲା। ଯାହାଦ୍ୱାରା ପାର୍କିଂକୁ ନେଇ ବତ୍ତ️ର୍ମାନ ଏବଂ ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ସମସ୍ୟାର ସମାଧାନ ହୋଇପାରିଥାନ୍ତା।

ବିଏସ୍‌‌ଏବିଟିରେ ବତ୍ତ️ର୍ମାନ ୧୧ଏକର ଜାଗାରେ ରହିଛି। ଦୈନିକ ୧୫ ଶହ ବସ୍‌ ଏହି ବସ୍‌‌ ଟର୍ମିନାଲ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ କରୁଛି। ଏହାସହ ୧୨ରୁ ୧୫ହଜାର ଯାତ୍ରୀ ଏହି ବସ୍‌ ଟର୍ମିନାଲ ଉପରେ ନିର୍ଭରଶୀଳ ରହୁଛନ୍ତି।
ଦିନେ ଅନ୍ଧାର, ଅପରାଧ, ରାସ୍ତା ସମସ୍ୟା, ଚୋରି, ନିଶାଦିଆ ଲୁଟେରା ପେଣ୍ଠସ୍ଥଳ ପାଲଟିଥିବା ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ହେବା ପରେ ଏହା ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ସେଲ୍‌ଫି ପଏଣ୍ଟ ପାଲଟିଗଲା। ୩ଲକ୍ଷ ବର୍ଗଫୁଟ୍‌‌ ନିର୍ମାଣସ୍ଥଳ ଏବଂ ଆକର୍ଷଣୀୟ ଆଲୋକମାଳାରେ ଯୁବପିଢ଼ି ସେଲଫି ନେବାକୁ ଲାଗିଲେ। ବତ୍ତ️ର୍ମାନ ବିଏସ୍‌‌ଏବିଟିରେ ଜରୁରୀକାଳୀନ ଚିକିତ୍ସା, ଡ୍ରାଇଭରମାନଙ୍କ ବିଶ୍ରାମ କକ୍ଷ, ଆହାରକେନ୍ଦ୍ର, ଫୁଡ୍‌‌କୋର୍ଟ, ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ରାମ୍ପ, ୫ଲିପ୍ଟ, ୨ ଏକ୍ସାଲେଟର, ୧୨୦ ସିସି ଟିଭି, ଆମ୍ବେଦକର ଗ୍ୟାଲେରି, ଆହାର କେନ୍ଦ୍ର, ମ୍ୟାନେଜମେଣ୍ଟ ଅଫିସ୍‌, ବସ୍‌ ମାଲିକ ସଂଘ କାର୍ଯ୍ୟାଳୟ, ସ୍ତନ୍ୟପାନ ପ୍ରକୋଷ୍ଠ, ଲଗେଜ୍‌‌ ରୁମ୍‌‌ ରହିଛି। ବେସ୍‌ମେଣ୍ଟକୁ ଛାଡ଼ିଦେଲେ ଏହା ୩ ମହଲା ବଶିଷ୍ଟ। ଏଠାରେ ମୋଟ ୧୨୨ଟି ଦୋକାନ ରହିଛି। ପାର୍କିଂ ପାଇଁ ଏଠାରେ ଏକାସାଙ୍ଗରେ ୧୦୦ ଅଟୋ ରିକ୍ସା, ୨୦ଟ୍ୟାକ୍ସି, ୮୫ଦୁଇଚକିଆ, ଘରୋଇ ଏବଂ କାର ଏବଂ ବାଇକ୍‌‌ ପାର୍କିଂ ପାଇଁ ୨୦ଟି ସ୍ଲଟ ରଖାଯାଇଛି। ଟର୍ମିନାଲଟିରେ ମୋଟ ୪୪ ବସ ବେ’ ରହିଛି, ସେଥିମଧ୍ୟରୁ ୫ଟି ବସ ବେ ସିଟି ବସ ପାଇଁ ସଂରକ୍ଷିତ ରହିଛି। ସେହିପରି ୧୧୧ ବସ ବେରେ ବସ ପାର୍କିଂ ବ୍ୟବସ୍ଥା କରାଯାଇଛି।

24 Sep 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର