ରାଜଧାନୀରେ ବ୍ରାଉନସୁଗରର ନେଟୱର୍କ ବିଜିନେସ୍: ଏଜେଣ୍ଟ ରଖି ଚାଲିଛି କାରବାର, ଜଣେ ବେପାରୀକୁ କାବୁ କଲା ପୁଲିସ
ଭୁବନେଶ୍ବର: ଥମିବାର ନାଁ ନେଉ ନାହିଁ ବ୍ରାଉନସୁଗର କାରବାର। ହାତ ପାହାନ୍ତାରେ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ଏବେ ଅଭିନବ ଉପାୟରେ ରାଜଧାନୀରେ ବ୍ରାଉନସୁଗର କାରବାର ହେଉଥିବା ଦେଖିବାକୁ ମିଳିଛି। ନେଟୱର୍କ ବିଜିନେସ ଭଳି ଏହାର କାରବାର ହେଉଛି । ୧୦ରୁ ଉର୍ଦ୍ଧ୍ବ ଏଜେଣ୍ଟ ରଖି ଚାଲିଛି ବେପାର । ପକେଟରେ ବ୍ରାଉନସୁଗର ଧରି ବୁଲୁଛନ୍ତି ବେପାରୀ । ଏଭଳି ଏକ ଡିଲ ବେଳେ ଖବର ପାଇ ତମାଣ୍ଡୋ ପୁଲିସ ଜଣେ ବ୍ରାଉନସୁଗର […]
ଭୁବନେଶ୍ବର: ଥମିବାର ନାଁ ନେଉ ନାହିଁ ବ୍ରାଉନସୁଗର କାରବାର। ହାତ ପାହାନ୍ତାରେ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ଏବେ ଅଭିନବ ଉପାୟରେ ରାଜଧାନୀରେ ବ୍ରାଉନସୁଗର କାରବାର ହେଉଥିବା ଦେଖିବାକୁ ମିଳିଛି। ନେଟୱର୍କ ବିଜିନେସ ଭଳି ଏହାର କାରବାର ହେଉଛି । ୧୦ରୁ ଉର୍ଦ୍ଧ୍ବ ଏଜେଣ୍ଟ ରଖି ଚାଲିଛି ବେପାର । ପକେଟରେ ବ୍ରାଉନସୁଗର ଧରି ବୁଲୁଛନ୍ତି ବେପାରୀ । ଏଭଳି ଏକ ଡିଲ ବେଳେ ଖବର ପାଇ ତମାଣ୍ଡୋ ପୁଲିସ ଜଣେ ବ୍ରାଉନସୁଗର ବେପାରୀକୁ ଘଟଣା ସ୍ଥଳରୁ ମାଡି ବସିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ପୁରୁଣା ଭୁବନେଶ୍ୱରର ଦିଲ୍ଲୀପ ବେହେରା ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଦିଲ୍ଲୀପ ଠାରୁ ୨୮୨ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୁଲିସ। ଜବତ ବ୍ରାଉନସୁଗରର ମୂଲ୍ୟ ପାଖାପାଖି ୩୦ ଲକ୍ଷ ଟଙ୍କା ହେବ ଅନୁମାନ କରିଛି ପୁଲସି। ପଶ୍ଚିମବଙ୍ଗରୁ ବ୍ରାଉନସୁଗର ଆଣି ରାଜଧାନୀରେ କାରବାର ଚାଲିଥିଲା ବୋଲି ଜଣାପଡ଼ିଛି। ପୂର୍ବରୁ ଅଭିଯୁକ୍ତ ନାଁ ରେ ଲିଙ୍ଗରାଜ ଥାନାରେ ମାମଲା ରହିଛି।