ବ୍ରଜରାଜନଗର ଉପନିର୍ବାଚନ: ଗ୍ରାଉଣ୍ଡ ଜିରୋରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

The Sakala Picture
Published On

ବ୍ରଜରାଜନଗର: ବଢୁଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ତାତି। ପ୍ରଚାର ମଇଦାନକୁ ଓହ୍ଲାଇଲେଣି ପ୍ରାର୍ଥୀ। ଏଥର ନୂଆ ରଣନୀତିରେ ଗ୍ରାଉଣ୍ଡକୁ ଓହ୍ଲାଇଛି ବିଜେଡି । ବରିଷ୍ଠ ଓ ଯୁବ ନେତୃତ୍ବଙ୍କ ସମନ୍ବୟରେ ବିଜୟ ପାଇଁ ଯୋଜନା କରିଛି ଦଳ । ନିଜେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗ୍ରାଉଣ୍ଡ ଜିରୋରେ ସମସ୍ତଙ୍କ ସହ ସମନ୍ବୟ ରଖି ପ୍ରଚାର କାର୍ୟ୍ୟର ଖସଡ଼ା ପ୍ରସ୍ତୁତ କରୁଛନ୍ତି । ପଶ୍ଚିମ ଓଡ଼ିଶା ନେତାଙ୍କୁ ଏଥର ଦିଆଯାଇଛି ଅଧିକ ଦାୟିତ୍ୱ । […]

ବ୍ରଜରାଜନଗର: ବଢୁଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ତାତି। ପ୍ରଚାର ମଇଦାନକୁ ଓହ୍ଲାଇଲେଣି ପ୍ରାର୍ଥୀ। ଏଥର ନୂଆ ରଣନୀତିରେ ଗ୍ରାଉଣ୍ଡକୁ ଓହ୍ଲାଇଛି ବିଜେଡି । ବରିଷ୍ଠ ଓ ଯୁବ ନେତୃତ୍ବଙ୍କ ସମନ୍ବୟରେ ବିଜୟ ପାଇଁ ଯୋଜନା କରିଛି ଦଳ । ନିଜେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗ୍ରାଉଣ୍ଡ ଜିରୋରେ ସମସ୍ତଙ୍କ ସହ ସମନ୍ବୟ ରଖି ପ୍ରଚାର କାର୍ୟ୍ୟର ଖସଡ଼ା ପ୍ରସ୍ତୁତ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ପଶ୍ଚିମ ଓଡ଼ିଶା ନେତାଙ୍କୁ ଏଥର ଦିଆଯାଇଛି ଅଧିକ ଦାୟିତ୍ୱ । ପାଞ୍ଚ ମନ୍ତ୍ରୀ, ପଶ୍ଚିମ ଓଡ଼ିଶା ସାଂସଦ, ୧୦ରୁ ଅଧିକ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ଘରଘର ବୁଲି ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ଓ ବିକାଶ ନାଁରେ ଭୋଟ ହାତେଇବାକୁ ଯୋଜନା କରିଛି ଦଳ । ସେପଟେ ପଛରେ ନାହାଁନ୍ତି ରାଜ୍ୟର ଦୁଇ ବିରୋଧୀ ଦଳ । ବିଜେପି ଓ କଂଗ୍ରେସ ମଧ୍ୟ ଚଳାଇଛନ୍ତି କସରତ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ବିଜେପି ପ୍ରାର୍ଥୀଙ୍କ ପାଇଁ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଛତିଶଗଡ଼ର ପ୍ରମୁଖ ନେତାମାନେ ପ୍ରଚାର କରିବେ । ବ୍ରଜରାଜନଗର ବାଜି ମାରିବାକୁ କଂଗ୍ରେସ ପ୍ରସ୍ତୁତ କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ତାଲିକାରେ ରହିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସମେତ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନି । କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ସହପ୍ରଭାରୀ ଜି. ରୁଦ୍ର ରାଜୁଙ୍କ ନାଁ ମଧ୍ୟ ତାଲିକାରେ ରହିଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର