ଭୟଙ୍କର ଖରାରେ ଶିଝୁଛନ୍ତି ଛାତ୍ରଛାତ୍ରୀ, ସରକାରୀ ନିର୍ଦ୍ଦେଶନାମାକୁ ଶିକ୍ଷାନୁଷ୍ଠାନର ବେଖାତିର

The Sakala Picture
Published On

ବ୍ରହ୍ମପୁର: ରାଜ୍ୟବ୍ୟାପୀ ପ୍ରବଳ ଗରମ ଓ ଅସହ୍ୟ ତାତିରେ ଜନଜୀବନ ଅତିଷ୍ଠ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତଥା ଖୋଦ୍‌ ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରିବା ପରେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦକରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶନାମା ଅନୁଯାୟୀ ପିଲାଙ୍କ ପାଇଁ ସ୍କୁଲ ଛୁଟି ରହିବ ଏବଂ ୨୩ ତାରିଖ ଠାରୁ ୫ଦିନ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ କଲେଜ ଗୁଡିକ ମଧ୍ୟ ବନ୍ଦ ରଖିବାକୁ ସ୍ପଷ୍ଟ କୁହାଯାଇଛି। ଏଥିରେ ଖିଲାପ କଲେ […]

ବ୍ରହ୍ମପୁର: ରାଜ୍ୟବ୍ୟାପୀ ପ୍ରବଳ ଗରମ ଓ ଅସହ୍ୟ ତାତିରେ ଜନଜୀବନ ଅତିଷ୍ଠ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତଥା ଖୋଦ୍‌ ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରିବା ପରେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦକରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶନାମା ଅନୁଯାୟୀ ପିଲାଙ୍କ ପାଇଁ ସ୍କୁଲ ଛୁଟି ରହିବ ଏବଂ ୨୩ ତାରିଖ ଠାରୁ ୫ଦିନ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ କଲେଜ ଗୁଡିକ ମଧ୍ୟ ବନ୍ଦ ରଖିବାକୁ ସ୍ପଷ୍ଟ କୁହାଯାଇଛି। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ତେବେ ଗତ ୨୨ ତାରିଖରେ ସରକାରୀ ସ୍ତରରେ ନିଆଯାଇଥିବା ନିଷ୍ପତ୍ତି ତଥା ଘୋଷଣାକୁ ୨୩ତାରିଖ ଠାରୁ ଲାଗୁ ହେବାକୁ ଥିବାବେଳେ ଏଥିରେ ବଡ ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି। ବେସରକାରୀ ଦୂରେଥାଉ ଖୋଦ୍‌ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲାଥିବା ଦେଖିବାକୁ ମିଳିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ କିଭଳି କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ, ସେନେଇ ପ୍ରଶାସନିକ ସ୍ତରରେ କାହାରି ତତ୍ପରତା ପ୍ରକାଶ ପାଇ ନଥିଲା। ବ୍ରହ୍ମପୁର ସହରରେ ବୈଷୟିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ସରକାରୀ ତାଲିମ ଅନୁଷ୍ଠାନ ବା (ଆଇଟିଆଇ), ସରକାରୀ ପଲିଟେକ୍ନିକ ଓ ଉମାଚରଣ ପଟ୍ଟନାୟକ ଯାନ୍ତ୍ରିକ ବିଦ୍ୟାଳୟ (ୟୁସିପି) ଇଂଜିନିୟରିଂ ସ୍କୁଲ ସବୁକିଛି ଖୋଲାଯାଇଥିଲା। ଏନେଇ ୟୁସିପି ଇଂଜିନିୟରିଂ ସ୍କୁଲ ଅଧ୍ୟକ୍ଷ ସୁଶାନ୍ତ କୁମାର ପାତ୍ରଙ୍କୁ ପଚାରିବାରେ ସେ ସିଧାସଳଖ କହିଛନ୍ତି ଟିଭିରେ ଘୋଷଣା କଲେ ନୁହେଁ ବରଂ ନିର୍ଦ୍ଦେଶାଳୟରୁ ଚିଠି ନଆସିଲେ ଶିକ୍ଷାନୁଷ୍ଠାନ ବନ୍ଦ କରିବା ସମ୍ଭବପର ନୁହେଁ। ଏବଂ ଛୁଟି ସମ୍ପର୍କିତ କୌଣସି ନିର୍ଦ୍ଦେଶନାମା ଆସିନଥିବା ସେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇ ମୃତ

ସେହିଭଳି ସମାନ ଉତ୍ତର ମିଳିଛି ଉଭୟ ପଲିଟେକ୍ନିକ ଓ ସରକାରୀ ଆଇଟିଆଇ କର୍ତ୍ତୃପକ୍ଷଙ୍କ ଠାରୁ। ସେପଟେ କେବଳ ସରକାରୀ ବୈଶୟିକ ଶିକ୍ଷାନୁଷ୍ଠାନ ନୁହେଁ ସହର ତଥା ଉପକଣ୍ଠରେ ବହୁ ଘରୋଇ ସ୍କୁଲ ଓ କଲେଜ ସବୁକିଛି ଖୋଲା ଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ସରକାରୀ ସ୍କୁଲ ଛୁଟି ଘୋଷଣାକୁ ନେଇ ଦ୍ୱନ୍ଦ୍ୱରେ ଶିକ୍ଷକ ଓ ଶିକ୍ଷୟତ୍ରୀ। କେବଳ ପିଲାଙ୍କ ପାଇଁ ଛୁଟି ଅଥବା ସମସ୍ତଙ୍କ ପାଇଁ। ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏଭଳି ଦ୍ୱନ୍ଦ ସୃଷ୍ଟି ହୋଇଥିବା ଜଣାପଡିଛି। ଗତ ୨୨ତାରିଖ ମଙ୍ଗଳବାର ସନ୍ଧ୍ୟାରେ ସରକାରୀ ଭାବେ ଘୋଷଣା କରାଯାଇଥିବା ବେଳେ ଏନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ବା ନିର୍ଦ୍ଦେଶନାମା ପହଞ୍ଚିପାରିନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସାଧାରଣରେ ଆଲୋଚନା ହେଉଛି। ତେବେ କିଛି ଶିକ୍ଷାନୁଷ୍ଠାଂନ ବନ୍ଦ ରହିଥିବା ବେଳେ ଅନେକ ଖୋଲା ରହିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ଏପରିକି ନିର୍ଦ୍ଦେଶନାମାକୁ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନେଇ ସରକାର ଦେଇଥିବା ଚେତାବନୀକୁ ମଧ୍ୟ କେହି ଖାତିର କରିନଥିବା ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି। ଛୁଟି ଘୋଷଣା ପରଦିନ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା ବେଳେ ଆଗକୁ ଏଥିରେ ସୁଧାର ଆସିବ ଅଥବା ଜଟିଳ ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

24 Apr 2025 By The Sakala

https://www.thesakala.in/latest-odisha-news/brahmapur-news/students-studying-in-scorching-heat-educational-institutions-ignoring-government-instructions/article-40161
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର