ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ : ବିଜେପି ନେତା ଭବାନୀଶଙ୍କର ଦାସ ଗିରଫ

The Sakala Picture
Published On

ବ୍ରହ୍ମପୁର : ପ୍ରଥମେ ମାର୍କଣ୍ଡି ଆଉ ତା’ପରେ ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ। ଏହି ଦୁଇ ଘଟଣା ସାରା ବିଶ୍ବରେ ଓଡ଼ିଶାକୁ ଲଜ୍ଜିତ କରିଥିବା ବେଳେ ବ୍ରହ୍ମପୁରରେ ପୁଣି ଗତକାଲି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଅନେକ ବରିଷ୍ଠ ବିଜେପି ନେତାଙ୍କ ଘନିଷ୍ଠ କୁହାଯାଉଥିବା ଓ ବିଜେପିର ଆଗଧାଡ଼ିର ନେତା ପରିଚୟ ଦେଉଥିବା ନକଲି ଡାକ୍ତର ଭବାନୀଶଙ୍କର ଦାସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି ପୁଲିସ। ଦୁଷ୍କର୍ମରେ ତାଙ୍କୁ ସହାୟତା କରିଥିବା ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ […]

ବ୍ରହ୍ମପୁର : ପ୍ରଥମେ ମାର୍କଣ୍ଡି ଆଉ ତା’ପରେ ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ। ଏହି ଦୁଇ ଘଟଣା ସାରା ବିଶ୍ବରେ ଓଡ଼ିଶାକୁ ଲଜ୍ଜିତ କରିଥିବା ବେଳେ ବ୍ରହ୍ମପୁରରେ ପୁଣି ଗତକାଲି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଅନେକ ବରିଷ୍ଠ ବିଜେପି ନେତାଙ୍କ ଘନିଷ୍ଠ କୁହାଯାଉଥିବା ଓ ବିଜେପିର ଆଗଧାଡ଼ିର ନେତା ପରିଚୟ ଦେଉଥିବା ନକଲି ଡାକ୍ତର ଭବାନୀଶଙ୍କର ଦାସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି ପୁଲିସ। ଦୁଷ୍କର୍ମରେ ତାଙ୍କୁ ସହାୟତା କରିଥିବା ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ଗତ ୨୩ ତାରିଖ ରାତି ପ୍ରାୟ ୧୧ଟା ସମୟରେ ଜଣେ ୪୫ବର୍ଷୀୟ ମହିଳା ନିଜର ନାବାଳିକା ଝିଆରୀକୁ ଦୁଷ୍କର୍ମ ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବାଜପେୟୀ ଆରୋଗ୍ୟଧାମ ନାମକ ଏକ ଘରୋଇ କ୍ଲିନିକ ଚଳାଉଥିବା ଡାକ୍ତର ଭବାନୀ ଶଙ୍କର ଦାସ ନାବାଳିକାଙ୍କୁ ବଳତ୍କାର କରିଥିବା ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ। ତଦନ୍ତ ସମୟରେ ଜଣାପଡ଼ିଲା ଯେ ପୀଡ଼ିତା ନାବାଳିକା ଜଣକ ଅଭିଯୋଗକାରିଣୀଙ୍କ ଭଉଣୀଙ୍କ ଝିଅ। ନିଜ ଗ୍ରାମର ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ ପୀଡ଼ିତାଙ୍କ ମାଆ ଭବାନୀଙ୍କ ସହିତ ପରିଚିତ ହୋଇଥିଲେ। ଡାକ୍ତର ଭବାନୀ ଶଙ୍କର ଦାସ ଗରିବ ଏବଂ ଅବହେଳିତ ଝିଅ ଓ ମହିଳାଙ୍କୁ ମାଗଣାରେ ରହିବା ଓ ପଢ଼ିବାର ସୁବିଧା ଉପଲବ୍ଧ କରାନ୍ତି ବୋଲି ଅଙ୍ଗନବାଡ଼ି କର୍ମୀ ଜଣକ ପୀଡ଼ିତାଙ୍କ ମାଆଙ୍କୁ କହିଥିଲେ। ପୀଡ଼ିତାଙ୍କୁ ମାଗଣା ରହିବା ଓ ପାଠପଢ଼ିବାର ବ୍ୟବସ୍ଥା ସହିତ ବିଏସ୍‌ସି ନର୍ସିଂ ଡିଗ୍ରୀ କରାଇଦେବାର ପ୍ରତିଶ୍ରୁତି ଦେବା ପରେ ଭବାନୀଙ୍କ କଥାରେ ବିଶ୍ୱାସ କରି ପୀଡ଼ିତାଙ୍କୁ ତାଙ୍କ ମାଆ ଭବାନୀଙ୍କ କ୍ଲିନିକ୍‌ରେ ଛାଡ଼ିବାକୁ ରାଜି ହୋଇଥିଲେ।

ଗତ ୨୩ ତାରିଖରେ ୧୭ବର୍ଷୀୟା ଝିଅଟି ନିଜ ମାଉସୀ ଓ ସମ୍ପର୍କିୟ ଭଉଣୀ ସହିତ କ୍ଲିନିକକୁ ଆସିଥିଲେ। ସନ୍ଧ୍ୟା ୫ଟା ସମୟରେ ସେମାନେ ଭବାନୀଙ୍କ ନିକଟରେ ନାବାଳିକା ଝିଅକୁ ଛାଡି ଚାଲିଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଅଭିଯୁକ୍ତ ଶ୍ରୀ ଦାସ ଝିଅଟିକୁ ସେହି ଆପାର୍ଟମେଣ୍ଟର ତୃତୀୟ ମହଲାରେ ଥିବା ୩୦୨ ନମ୍ବର ଫ୍ଲାଟକୁ ନେଇଥିଲେ। ସେଠାରେ ଭବାନୀଙ୍କ କ୍ଲିନିକରେ କାର୍ଯ୍ୟ କରୁଥିବା ପ୍ରିୟଙ୍କା ସାହୁ ନାବାଳିକାଙ୍କୁ ପିଇବା ପାଇଁ କିଛି ପାଣି ଦେଇଥିଲେ। ତାହାକୁ ପିଇବା ପରେ ପୀଡ଼ିତା ଦୁର୍ବଳ ଅନୁଭବ କରିଥିଲେ। ଏହାପରେ ଭବାନୀ ଶଙ୍କର ଦାସ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପୀଡ଼ିତା କୌଣସିମତେ ସେଠାରୁ ଖସି ଆସି ନିଜ ମାଉସୀଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପୀଡ଼ିତା ଓ ତାଙ୍କ ମାଉସୀ ବୈଦ୍ୟନାଥପୁର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।

ବୈଦ୍ୟନାଥପୁର ଥାନା ପୁଲିସ ଘଟଣାର ତଦନ୍ତ କରି କେସ୍‌ ନମ୍ୱର – ୩୧୪ରେ ଧାରା ୧୨୩/୬୪(୨)(ସି)/୩୫୧(୩) ବିଏନ୍‌ଏସ୍‌ ଆର/ଡବ୍ଲୁ ୬ପକ୍ସୋ ଆକ୍ଟରେ ପଞ୍ଜିକୃତ କରିବା ସହ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇଛି। ତଦନ୍ତକାରୀ ପୁଲିସ ଓ ସାଇଣ୍ଟିଫିକ ଟିମ ବାଜପେୟୀ ଆରୋଗ୍ୟଧାମ କ୍ଲିନିକ ଏବଂ ଆପାର୍ଟମେଣ୍ଟକୁ ଯାଇ ପ୍ରମାଣ ସଂଗ୍ରହ କରିଛନ୍ତି। ସେପଟେ ତଦନ୍ତ ବେଳେ ଭବାନୀ ଶଙ୍କର ଦାସର ହୋମିଓପାଥି ଡିଗ୍ରୀ ନକଲି ବୋଲି ଜଣାପଡିଥିବା ବେଳେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଓ ସାର୍ଟିଫିକେଟ ସମ୍ପର୍କିତ ଅଧିକ ଖୋଳତାଡ ଜାରି ରହିଥିବା ବ୍ରହ୍ମପୁର ଏସପି କହିଛନ୍ତି। ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନକଲି ଡାକ୍ତର ତଥା ବାଜପେୟୀ ଆରୋଗ୍ୟଧାମ କ୍ଲିନିକର ମାଲିକ ଭବାନୀ ଶଙ୍କର ଦାସ(୪୭)ଙ୍କୁ ଗିରଫ କରିଥିବା ବେଳେ ଏଥିରେ ତାଙ୍କୁ ସହଯୋଗ କରିଥିବା ଜଣେ ଅଙ୍ଗନୱାଡି କର୍ମୀ(୫୦) ଓ ପ୍ରିୟଙ୍କା ସାହୁ (୨୧)ନାମକ ଅନ୍ୟଜଣେ ମହିଳା କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

25 Jun 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର