ଶବ ପାଇଁ ସୀମା ବିବାଦ

The Sakala Picture
Published On

ବାଲିପାଟଣା : ବାଲିପାଟଣା ଏବଂ ନିଆଳୀ ଥାନା ସୀମାନ୍ତ ବାଲିକୁଦ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକ ଏହାକୁ ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ସବୁଠାରୁ ବଡ଼କଥା ହେଲା ମୃତଦେହ ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲେ ସୁଦ୍ଧା ଥାନା ସୀମାକୁ ନେଇ ଦୁଇ ଥାନା (ବାଲିପାଟଣା ଏବଂ ନିଆଳୀ) ମଧ୍ୟରେ ଟଣାଓଟରା ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଏହି ଘଟଣାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସର […]

ବାଲିପାଟଣା : ବାଲିପାଟଣା ଏବଂ ନିଆଳୀ ଥାନା ସୀମାନ୍ତ ବାଲିକୁଦ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକ ଏହାକୁ ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ସବୁଠାରୁ ବଡ଼କଥା ହେଲା ମୃତଦେହ ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲେ ସୁଦ୍ଧା ଥାନା ସୀମାକୁ ନେଇ ଦୁଇ ଥାନା (ବାଲିପାଟଣା ଏବଂ ନିଆଳୀ) ମଧ୍ୟରେ ଟଣାଓଟରା ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଏହି ଘଟଣାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସର ଏପରି ମନୋଭାବକୁ ବିରୋଧ କରି ଉତ୍ତ୍ୟକ୍ତ ଲୋକମାନେ ନିଆଳୀ-ଚାରିଛକ ରାସ୍ତା ଜଲ୍ଲାରପୁର ଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପରେ ସରକାରୀ ଅମିନ ଏବଂ ରାଜସ୍ୱ ନିରୀକ୍ଷକ ପହଞ୍ଚି ମାପଚୁପ କରିବା ପରେ ତାହା ବାଲିପାଟଣା ଥାନା କ୍ଷେତ୍ରରେ ଆସିଥିଲା। ବାଲିପାଟଣା ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍‍କୁ ପଠାଇଛି।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

ଜଲ୍ଲାରପୁର ଗ୍ରାମର ଜଗନ୍ନାଥ ଆପଟ (ବୟସ-୩୦ ବର୍ଷ) ତିନିଦିନ ହେବ ନିଖୋଜ ଥିଲେ। ପରିବାର ଲୋକ ଖୋଜାଖୋଜି କରିବା ପରେ ମଧ୍ୟ ଜଗନ୍ନାଥଙ୍କର ସନ୍ଧାନ ପାଇ ନ ଥିଲେ। ବୁଧବାର ସକାଳେ ବାଲିକୁଦ ଜଙ୍ଗଲରେ ଜଣେ ଯୁବକଙ୍କ ମୃତଦେହ ଗଛରେ ଝୁଲୁଥିବା ଖବର ପ୍ରଚାରିତ ହୋଇଥିଲା। ଜଗନ୍ନାଥଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ଜଗନ୍ନାଥଙ୍କର ବୋଲି ଚିହ୍ନଟ କରିଥିଲେ। ନିଆଳୀ ପୁଲିସକୁ ବି ଖବର ଦିଆଯାଇଥିଲା। ମାତ୍ର ଉକ୍ତ ସ୍ଥାନଟି ନିଆଳୀ ଏବଂ ବାଲିପାଟଣା ସୀମାବର୍ତ୍ତୀର୍ ହୋଇଥିବାରୁ ଘଟଣାସ୍ଥଳକୁ ନିଆଳୀ ପୁଲିସ ଯାଇ ନ ଥିଲେ। ଥାନା ସୀମାକୁ ନେଇ ବାଲିପାଟଣା ଥାନା ଏବଂ ନିଆଳୀ ଥାନା ମଧ୍ୟରେ ଟଣାଓଟରା ହୋଇଥିଲା। ସମୟ ପର୍ଯ୍ୟନ୍ତ ମୃତଦେହ ଉଦ୍ଧାର ହୋଇ ନ ପାରିବାରୁ ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା। ପରେ ମାପଚୁପ ପରେ ସୀମା ସମସ୍ୟା ସମାଧାନ ହୋଇଥିଲା।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

15 Apr 2021 By The Sakala

ଶବ ପାଇଁ ସୀମା ବିବାଦ

ବାଲିପାଟଣା : ବାଲିପାଟଣା ଏବଂ ନିଆଳୀ ଥାନା ସୀମାନ୍ତ ବାଲିକୁଦ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକ ଏହାକୁ ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ସବୁଠାରୁ ବଡ଼କଥା ହେଲା ମୃତଦେହ ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲେ ସୁଦ୍ଧା ଥାନା ସୀମାକୁ ନେଇ ଦୁଇ ଥାନା (ବାଲିପାଟଣା ଏବଂ ନିଆଳୀ) ମଧ୍ୟରେ ଟଣାଓଟରା ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଏହି ଘଟଣାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସର ଏପରି ମନୋଭାବକୁ ବିରୋଧ କରି ଉତ୍ତ୍ୟକ୍ତ ଲୋକମାନେ ନିଆଳୀ-ଚାରିଛକ ରାସ୍ତା ଜଲ୍ଲାରପୁର ଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପରେ ସରକାରୀ ଅମିନ ଏବଂ ରାଜସ୍ୱ ନିରୀକ୍ଷକ ପହଞ୍ଚି ମାପଚୁପ କରିବା ପରେ ତାହା ବାଲିପାଟଣା ଥାନା କ୍ଷେତ୍ରରେ ଆସିଥିଲା। ବାଲିପାଟଣା ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍‍କୁ ପଠାଇଛି।

ଜଲ୍ଲାରପୁର ଗ୍ରାମର ଜଗନ୍ନାଥ ଆପଟ (ବୟସ-୩୦ ବର୍ଷ) ତିନିଦିନ ହେବ ନିଖୋଜ ଥିଲେ। ପରିବାର ଲୋକ ଖୋଜାଖୋଜି କରିବା ପରେ ମଧ୍ୟ ଜଗନ୍ନାଥଙ୍କର ସନ୍ଧାନ ପାଇ ନ ଥିଲେ। ବୁଧବାର ସକାଳେ ବାଲିକୁଦ ଜଙ୍ଗଲରେ ଜଣେ ଯୁବକଙ୍କ ମୃତଦେହ ଗଛରେ ଝୁଲୁଥିବା ଖବର ପ୍ରଚାରିତ ହୋଇଥିଲା। ଜଗନ୍ନାଥଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ଜଗନ୍ନାଥଙ୍କର ବୋଲି ଚିହ୍ନଟ କରିଥିଲେ। ନିଆଳୀ ପୁଲିସକୁ ବି ଖବର ଦିଆଯାଇଥିଲା। ମାତ୍ର ଉକ୍ତ ସ୍ଥାନଟି ନିଆଳୀ ଏବଂ ବାଲିପାଟଣା ସୀମାବର୍ତ୍ତୀର୍ ହୋଇଥିବାରୁ ଘଟଣାସ୍ଥଳକୁ ନିଆଳୀ ପୁଲିସ ଯାଇ ନ ଥିଲେ। ଥାନା ସୀମାକୁ ନେଇ ବାଲିପାଟଣା ଥାନା ଏବଂ ନିଆଳୀ ଥାନା ମଧ୍ୟରେ ଟଣାଓଟରା ହୋଇଥିଲା। ସମୟ ପର୍ଯ୍ୟନ୍ତ ମୃତଦେହ ଉଦ୍ଧାର ହୋଇ ନ ପାରିବାରୁ ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା। ପରେ ମାପଚୁପ ପରେ ସୀମା ସମସ୍ୟା ସମାଧାନ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର