ସ୍କୁଟି-କାର ମୁହାଁମୁହିଁ ଧକ୍କା: ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

The Sakala Picture
Published On

ବୌଦ୍ଧ: ବୋଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅଡେନିଗାଡ଼ଠାରେ ସ୍କୁଟି ସହ କାର ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ସ୍କୁଟି ଚାଳକ ମୃତ, ଅଳ୍ପକେ ବର୍ତ୍ତିଲେ କାର ଚାଳକ। ମିଳିଥିବା ସୂଚନା ଅନୁଯାୟୀ, ଅଡେଣିଗାଡ଼ ଗ୍ରାମର ଚିତ୍ତରଞ୍ଜନ ସାହୁ ଏକ ସ୍କୁଟି ଯୋଗେ ଗୁଣ୍ଡୁରିସାହିରୁ ଘରକୁ ଫେରୁଥିଲେ। ହେଲେ ଅଡେନିଗାଡ ଟେଲିସାହି ନିକଟରେ ଚାରିଛକ ପଟୁ ଭୁବନେଶ୍ୱର ଯାଉଥିବା ଏକ କାର୍‌ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚାଳକ ଚିତ୍ତରଞ୍ଜନ ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ […]

ବୌଦ୍ଧ: ବୋଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅଡେନିଗାଡ଼ଠାରେ ସ୍କୁଟି ସହ କାର ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ସ୍କୁଟି ଚାଳକ ମୃତ, ଅଳ୍ପକେ ବର୍ତ୍ତିଲେ କାର ଚାଳକ।

ମିଳିଥିବା ସୂଚନା ଅନୁଯାୟୀ, ଅଡେଣିଗାଡ଼ ଗ୍ରାମର ଚିତ୍ତରଞ୍ଜନ ସାହୁ ଏକ ସ୍କୁଟି ଯୋଗେ ଗୁଣ୍ଡୁରିସାହିରୁ ଘରକୁ ଫେରୁଥିଲେ। ହେଲେ ଅଡେନିଗାଡ ଟେଲିସାହି ନିକଟରେ ଚାରିଛକ ପଟୁ ଭୁବନେଶ୍ୱର ଯାଉଥିବା ଏକ କାର୍‌ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚାଳକ ଚିତ୍ତରଞ୍ଜନ ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୌଦ୍ଧ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁରୁଣା କଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୀର୍ଘ ୬ ଘଣ୍ଟା ପରେ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ପ୍ରତିଶ୍ରୁତି ଦେବା ସହ ବୁଝାଶୁଝା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ମୋଟର ଅଟକି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।

14 Oct 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର