କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ, ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଏମସିର ଚଢାଉ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି। ଆଜି ରାଜ୍ୟରୁ ୫୭୩ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୬ ଜଣ ରହିଛନ୍ତି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା ଗାଇଡ୍‌ଲାଇନ୍‌ ପାଳନ ହେଉନଥିବା ଅଭିଯୋଗ ପରେ ବିଏମସି ପକ୍ଷରୁ ଚଢାଉ କରଯାଇଛି। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ସୋମବାର ଦିନ ଜୟଦେବ ବିହାର ଅଞ୍ଚଳରେ ଥିବା […]

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି। ଆଜି ରାଜ୍ୟରୁ ୫୭୩ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୬ ଜଣ ରହିଛନ୍ତି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା ଗାଇଡ୍‌ଲାଇନ୍‌ ପାଳନ ହେଉନଥିବା ଅଭିଯୋଗ ପରେ ବିଏମସି ପକ୍ଷରୁ ଚଢାଉ କରଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ସୋମବାର ଦିନ ଜୟଦେବ ବିହାର ଅଞ୍ଚଳରେ ଥିବା ଏକ ଘରୋଇ କୋଚିଂ ସେଣ୍ଟର ହାପି କ୍ଲାସେସକୁ ସିଲ୍ କରାଯାଇଛି। ସେହିପରି ଭୁବନେଶ୍ୱର ସିଲିକନ ଇନଷ୍ଟିଚ୍ୟୁଟରେ କୋଭିଡ ନିୟମ ଉଲଂଘନ ଅଭିଯୋଗରେ ସିଲିକନ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଛି ବିଏମସି। ସିଲିକନ ଇନଷ୍ଟିଚ୍ୟୁଟରେ ଗୋଟିଏ ବେଞ୍ଚରେ ବସୁଛନ୍ତି ୫ରୁ୬ ଜଣ ଛାତ୍ର ଛାତ୍ରୀ ବସୁଥିବା ଅଭିଯୋଗ ହୋଇଛି।  ବିଏମସି ସୂଚନା ଅନୁଯାୟୀ, କରୋନା ମାମଲା ବଢୁଥିବା ଯୋଗୁଁ ତିନୋଟି ଜୋନର ଡେପୁଟି କମିଶନରଙ୍କୁ ନିଜ ନିଜ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ଉପରେ ଚଢାଉ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ତଦନ୍ତ କମିସନ ଫାଇଲ୍‌ ଗାଏବ ଘଟଣା: ତଦନ୍ତ ପାଇଁ ଲୋକସେବା ଭବନର ଗୃହ ବିଭାଗରେ କ୍ୟାପିଟାଲ ଥାନା ଅଧିକାରୀ

ଦିନକୁ ଦିନ କୋଭିଡ୍ ପଜିଟିଭ୍‌ଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସେଥିପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟ ଲାଗୁ କରାଯାଇଛି । ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ଗାଇଡ୍ ଲାଇନ୍‌ରେ ଦର୍ଶାଯାଇଛି । ମାତ୍ର କିଛି ସ୍ଥାନରେ ଏହାକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: କରଞ୍ଜିଆ ସ୍ଥିତ ଦୁଧିଆଣି ଜଙ୍ଗଲରୁ ମୃତ ହାତୀଛୁଆ ଉଦ୍ଧାର

05 Apr 2021 By The Sakala

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ, ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଏମସିର ଚଢାଉ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି। ଆଜି ରାଜ୍ୟରୁ ୫୭୩ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୬ ଜଣ ରହିଛନ୍ତି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା ଗାଇଡ୍‌ଲାଇନ୍‌ ପାଳନ ହେଉନଥିବା ଅଭିଯୋଗ ପରେ ବିଏମସି ପକ୍ଷରୁ ଚଢାଉ କରଯାଇଛି।

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ସୋମବାର ଦିନ ଜୟଦେବ ବିହାର ଅଞ୍ଚଳରେ ଥିବା ଏକ ଘରୋଇ କୋଚିଂ ସେଣ୍ଟର ହାପି କ୍ଲାସେସକୁ ସିଲ୍ କରାଯାଇଛି। ସେହିପରି ଭୁବନେଶ୍ୱର ସିଲିକନ ଇନଷ୍ଟିଚ୍ୟୁଟରେ କୋଭିଡ ନିୟମ ଉଲଂଘନ ଅଭିଯୋଗରେ ସିଲିକନ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଛି ବିଏମସି। ସିଲିକନ ଇନଷ୍ଟିଚ୍ୟୁଟରେ ଗୋଟିଏ ବେଞ୍ଚରେ ବସୁଛନ୍ତି ୫ରୁ୬ ଜଣ ଛାତ୍ର ଛାତ୍ରୀ ବସୁଥିବା ଅଭିଯୋଗ ହୋଇଛି।  ବିଏମସି ସୂଚନା ଅନୁଯାୟୀ, କରୋନା ମାମଲା ବଢୁଥିବା ଯୋଗୁଁ ତିନୋଟି ଜୋନର ଡେପୁଟି କମିଶନରଙ୍କୁ ନିଜ ନିଜ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ଉପରେ ଚଢାଉ କରିବାକୁ କୁହାଯାଇଛି।

ଦିନକୁ ଦିନ କୋଭିଡ୍ ପଜିଟିଭ୍‌ଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସେଥିପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟ ଲାଗୁ କରାଯାଇଛି । ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ଗାଇଡ୍ ଲାଇନ୍‌ରେ ଦର୍ଶାଯାଇଛି । ମାତ୍ର କିଛି ସ୍ଥାନରେ ଏହାକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର