ଗ୍ରୀଷ୍ମ ପ୍ରବାହ ପାଇଁ ବିଏମସିର ପ୍ରସ୍ତୁତି, ଅଂଶୁଘାତ ଜନିତ ମୃତାହତ ରୋକିବାକୁ ଗୁରୁତ୍ବ

The Sakala Picture
Published On

ଭୁବନେଶ୍ବର:  ଅଂଶୁଘାତ ମୁକାବିଲା କରିବା ପାଇଁ ବିଏମ୍‌ସି ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ଗ୍ରୀଷ୍ମ ପ୍ରବାହ ନିମନ୍ତେ କ’ଣ ସବୁ ପଦକ୍ଷେପ ପ୍ରସ୍‌ତୁତି ହୋଇଛି ସେ ନେଇ  ବିଏମ୍‌ସିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରିଥିଲେ ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେ । ବିଭିନ୍ନ ଅଧିକାରୀ ନେଇଥିବା ପଦକ୍ଷେପ ଏବଂ ଆବଶ୍ୟକୀୟ ସହଯୋଗ ବାବଦରେ ଆଲୋଚନା କରାଯାଇଥିଲା । ବିଏମସର ସମସ୍ତ ଅଧିକାରୀ ଏବଂ ସମସ୍ତ ସଂଯୁକ୍ତ ବିଭାଗ ନିଜ […]

ଭୁବନେଶ୍ବର:  ଅଂଶୁଘାତ ମୁକାବିଲା କରିବା ପାଇଁ ବିଏମ୍‌ସି ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ଗ୍ରୀଷ୍ମ ପ୍ରବାହ ନିମନ୍ତେ କ’ଣ ସବୁ ପଦକ୍ଷେପ ପ୍ରସ୍‌ତୁତି ହୋଇଛି ସେ ନେଇ  ବିଏମ୍‌ସିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରିଥିଲେ ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେ । ବିଭିନ୍ନ ଅଧିକାରୀ ନେଇଥିବା ପଦକ୍ଷେପ ଏବଂ ଆବଶ୍ୟକୀୟ ସହଯୋଗ ବାବଦରେ ଆଲୋଚନା କରାଯାଇଥିଲା । ବିଏମସର ସମସ୍ତ ଅଧିକାରୀ ଏବଂ ସମସ୍ତ ସଂଯୁକ୍ତ ବିଭାଗ ନିଜ ନିଜର କାର୍ଯ୍ୟକୁ କିପରି କରୁଛନ୍ତି ତାହାର ବିବରଣ ଦବାକୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

-ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ସଂପୃକ୍ତ ଅତିରିକ୍ତ ସହରାଂଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଓ ମୁଖ୍ୟ ମ୍ୟୁନିସିପାଲ ସ୍ୱାସ୍ଥ୍ୟ ଅଧିକାରୀ ଗ୍ରୀଷ୍ମ ପ୍ରବାହ ସମୟରେ ଡ଼ାକ୍ତରଖାନାରେ ଶୀତତାପ ନିୟନ୍ତ୍ରିତ କକ୍ଷ, ଓଆରଏସ୍‌ ଆବଶ୍ୟକୀୟ  ଔଷଧ ମହଜୁଦ୍‌ ରଖିବାକୁ , ସବୁ ସମୟରେ ଡ଼ାକ୍ତର ଓ ନର୍ସଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବାକୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

-ଯଦିଓ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ସକାଳ ୮ଟାରୁ ଦିବା ୧୧ ଘଟିକା ଏବଂ ଅପରାହ୍ନ ୪ଟାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଖୋଲା ରହୁଛି, ଗ୍ରୀଷ୍ମ ପ୍ରବାହ ଜନିତ ସେବା ପ୍ରଦାନ ପାଇଁ ଦିନ ୧୧ଟାରୁ ଅପରାହ୍ନ ୪ଟା ମଧ୍ୟରେ ପାଳି କରି ଡ଼ାକ୍ତର ଏବଂ ନର୍ସଙ୍‌କୁ ଦାୟିତ୍ୱ ଦେବା ପାଇଁ କୁହାଯାଇଛି । ଜୋନ୍‌ ଅଧିକାରୀମାନେ ଏହାକୁ ଦେଖି ସମୀକ୍ଷା କରିବାକୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର

-ଗ୍ରୀଷ୍ମ ପ୍ରବାହ ଜନିତ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଡ଼ାକ୍ତରଙ୍କ ସହାୟତା ମିଳିବାକୁ ନିଶ୍ଚିତ କରାଇବା ଏବଂ କୌଣସି ବ୍ୟକ୍ତି ଯେପରି ମୃତାହତ ନହୁଅନ୍ତି ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଛି ।

-ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଅନ୍ୟୂନ୍ୟ ୧୦ ପ୍ୟାକେଟ୍‌ ଲେଖାଏଁ ଓଆରଏସ୍‌ ରଖିବା,  ଶିଶୁମାନେ ଆସିବା ସମୟରେ ଏବଂ ଫେରିବା ପୂର୍ବରୁ ସେମାନଙ୍କୁ ପାଣି ପିଆଇବା ଉପରେ ଗୁରୁତ୍ୱ ଦିଆଯାଇଛି ।

-ସଂପୃକ୍ତ ସିଡିପିଓ ଓଆରଏସ୍‌ର ଆବଶ୍ୟକତା ପାଇଁ ଚିଠି ଦେବାକୁ କୁହଯାଇଛି । ବ୍ଲକ୍‌ ଶିକ୍ଷାଧିକାରୀମାନେ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଭ୍‌କୁ ଗ୍ରୀଷ୍ମ ପ୍ରବାହର ପ୍ରତିଷେଧକ ବ୍ୟବସ୍ଥା ବାବଦରେ ଶିକ୍ଷା ଦେବାକୁ କୁହାଯାଇଛି ।

-ଶ୍ରମିକମାନେ କାର୍ଯ୍ୟ କରୁଥିବା ବା କାର୍ଯ୍ୟ ପାଇଁ ଅପେକ୍ଷା କରିିଥିବା ସ୍ଥାନରେ ଯଥା ନାବାର୍ଡ ଏବଂ କଳ୍ପନା ଛକ ନିକଟରେ ସ୍ୱତନ୍ତ୍ର ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି ।

-ଜଳଛତ୍ର ଖୋଲାଯାଉଥିବା ସମୟରେ ସେବାପ୍ରଦାନକାରୀ ମାନେ ନିଶ୍ଚିତ ଭାବରେ ଦିବା ୯ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ନିଶ୍ଚିତ ସେବା ପ୍ରଦାନ ସହ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ ହେବା ନେଇ ଜେଡିସିମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

-ଯଦି ବାହାରେ କେହି ଭିକ୍ଷୁକ ବା ବାସହୀନ ବୁଲିବାର ଦେଖାଯାଆନ୍ତି ତେବେ ସେମାନଙ୍କୁ ସଂପୃକ୍ତ ଆଶ୍ରୟସ୍ଥଳୀକୁ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

-ନିର୍ମାଣ, ଘରୋଇ ଏବଂ ସରକାରୀ ସଂସ୍ଥାର ଠିକାଦାରମାନେ ନିୟୋଜିତ କରିଥିବା ଶ୍ରମିକମାନଙ୍କ ବିଶ୍ରାମ ପାଇଁ ଅସ୍ଥାୟୀ ଶିବିର ପ୍ରସ୍ତୁତ କରିବାକୁ କୁହାଯାଇଛି ।

-କୌଣସି କାର୍ଯ୍ୟ ପାଇଁ ବିଭିନ୍ନ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତି ବିଶେଷ ଯେପରି ଖରାରେ ଠିଆ ନହୁଅନ୍ତି ତାହାର ବନ୍ଦୋବସ୍ତ କରିବା ପାଇଁ କୁହାଯାଇଛି ।

-ଆବଶ୍ୟକ ସ୍ତଳରେ ସ୍ୱତନ୍ତ୍ର ଜଳସେବାକ ଶିବିର ବା ୱାଟକୋର ଜଳ ବଣ୍ଟନ ସୁବିଧା କରାଇ ଏହାକୁ ନାଗରିକମାନଙ୍କୁ ଅବଗତ କରିବା ପାଇଁ କୁହାଯାଇଛି । ବିଶେଷ କରି ସଫେଇ କାର୍ଯ୍ୟକୁ ପାଖାପାଖି ସକାଳ ୭ଟା ମଧ୍ୟରେ ସାରିବା ସହ ଖରାର ପ୍ରକୋପ ନକମିବା ଯାଏଁ ଅପରାହ୍ନରେ ସଫେଇ ଆରମ୍ଭ ନ କରିବା ପାଇଁ କୁହାଯାଇଛି ।

-ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଗଛଗୁଡ଼ିକୁ ନିୟମିତ ପାଣି ଦେବାକୁ କୁହାଯାଇଛି ।

-ଏହି ଦିନଗୁଡ଼ିକରେ ବାସି ଖାଦ୍ୟ ବିକ୍ରିର ଭୟ ରହୁଥିବାରୁ ଫୁଡ୍‌ ଇନସପେକ୍ଟରମାନେ ନିୟମିତ ଭାବେ ବିଭିନ୍ନ ସ୍ଥାନରେ ଖାଦ୍ୟର ମାନ ଯାଞ୍ଚ କରିବେ ।

-ଅଳିଆ ଆବର୍ଜନା ଜଳାଇଲେ ୧୦ହଜାର ଟଙ୍କା ଯାଏଁ ଆଦାୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । (ବର୍ଷର ସବୁ ସମୟରେ ଏହି ନିୟମ ଲାଗୁ ହେବ)

-ପ୍ଳାଷ୍ଟିକ୍‌ ଏନ୍‌ଫୋର୍ସମେଣ୍ଟକୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଦଣ୍ଡବିଧାନକୁ କଡାକଡି କରାଯାଇଛି ।

-ମୋ ବସ୍‌ ଗୁଡିକରେ ଫାଷ୍ଟ୍‌ ଏଡ୍‌ ସରଂଜାମକୁ ନିଶ୍ଚିତ କରିବାପାଇଁ କୁହାଯାଇଛି । ସମସ୍ତ କାର୍ଯ୍ୟାଳୟରେ ଗ୍ରୀଷ୍ମ ପ୍ରବାହ ସାବଧାନତା ବାବଦରେ ଜଣାଇବାକୁ ଏବଂ ଏହାର ପ୍ରଚାର କରାଇ ଜନ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି ।

ଆଜର ଏହି ବୈଠକରେ ୱାଟ୍‌କୋ, କମିଶନେରେଟ୍‌ ପୁଲିସ୍‌, ଅଗ୍ନିଶମ ଅଧିକାରୀ, କ୍ରୁଟ୍‌,ବନ୍ୟବିଭାଗ,ସ୍ୱାସ୍ଥ୍ୟବିଭାଗ(ସିଟି ହେଲ୍‌ଥ ସୋସାଇଟି) ଏବଂ ବି ଏମ୍‌ ସି ର ଅଧିକରୀମାନେ ଯୋଗଦେଇଥିଲେ ।

13 Mar 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର