ଭୋଟ ଆତୁର ବିଜେପି : ଟଙ୍କା ବାଣ୍ଟିବା ବେଳେ ଧରାପଡିଲେ ବିଜେପି ନେତା, ଅଟକ ରଖିଲେ ସ୍ଥାନୀୟ ବାସିନ୍ଦା

The Sakala Picture
Published On

ପଦ୍ମପୁର/ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ସୀମା ଟପିଛି ବିଜେପିର ନୀଚ ଆଚରଣ। ନିଜକୁ ଶୃଙ୍ଖଳିତ ଓ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ଦାବି କରୁଥିବା ଏହି ଦଳର ନେତାମାନେ ପଦ୍ମପୁରରେ ଯେପରି ଉଭୟ ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରୁଛନ୍ତି ତାହା କେବଳ ସମ୍ବିଧାନ, ନିର୍ବାଚନ ସଂହିତା, ଆଚରଣବିଧିକୁ ଉଲ୍ଲଙ୍ଘନ କରିନାହିଁ; ପକ୍ଷାନ୍ତରେ ବିରୋଧୀ ପ୍ରାର୍ଥୀ, ସାଧାରଣ ଜନତା ଓ ମହିଳାମାନଙ୍କ ସମ୍ମାନକୁ ଭୁଲୁଣ୍ଠିତ କରିଛି। ହିଂସାକାଣ୍ଡ, ଅଶାଳୀନ ବ୍ୟବହାର, ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ବାଧା ପରେ ଟଙ୍କା […]

ପଦ୍ମପୁର/ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ସୀମା ଟପିଛି ବିଜେପିର ନୀଚ ଆଚରଣ। ନିଜକୁ ଶୃଙ୍ଖଳିତ ଓ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ଦାବି କରୁଥିବା ଏହି ଦଳର ନେତାମାନେ ପଦ୍ମପୁରରେ ଯେପରି ଉଭୟ ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରୁଛନ୍ତି ତାହା କେବଳ ସମ୍ବିଧାନ, ନିର୍ବାଚନ ସଂହିତା, ଆଚରଣବିଧିକୁ ଉଲ୍ଲଙ୍ଘନ କରିନାହିଁ; ପକ୍ଷାନ୍ତରେ ବିରୋଧୀ ପ୍ରାର୍ଥୀ, ସାଧାରଣ ଜନତା ଓ ମହିଳାମାନଙ୍କ ସମ୍ମାନକୁ ଭୁଲୁଣ୍ଠିତ କରିଛି। ହିଂସାକାଣ୍ଡ, ଅଶାଳୀନ ବ୍ୟବହାର, ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ବାଧା ପରେ ଟଙ୍କା ବାଣ୍ଟି ଭୋଟ ଗୋଟାଇବାକୁ ବିଜେପି ପୁରା ଦମ୍‍ ଲଗାଇ ଦେଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ଗତକାଲି ବିଜେପି ନେତାଙ୍କ ସହ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମଧ୍ୟ ବିଜେପି ଟଙ୍କା ବଣ୍ଟା କାମରେ ନିୟୋଜିତ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ, ତାଙ୍କର ପରିବାର ସଦସ୍ୟ, ଦଳୀୟ ନେତା ଓ ସମର୍ଥକମାନେ ଭିନ୍ନଭିନ୍ନ ବାଟରେ ଟଙ୍କା ବାଣ୍ଟୁଥିବାର ପ୍ରମାଣ ମିଳିଛି। କାଲି ଟଙ୍କା ବାଣ୍ଟିଥିବା ବେଳେ ଆଜି ଭୋଟ୍‌ ଦିନ ମଧ୍ୟ ବିଜେପି ଟଙ୍କା ବଣ୍ଟା ଜାରି ରଖିଛି। ପାଇକମାଳ ବ୍ଲକ ଛେଳିଆମାଳରେ ଟଙ୍କା ବାଣ୍ଟୁ ଥିବା ବେଳେ କଳାହାଣ୍ଡି ବିଜେପିର ସାଧାରଣ ସମ୍ପାଦକ ସୁଧିର ପାଟ୍ଟଯୋଶୀ ଅଟକ । ସ୍ଥାନୀୟ ଲୋକେ ସୁଧିରଙ୍କୁ  ଅଟକ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

ଚାରିଚାରିଜଣ କେନ୍ଦ୍ରମନ୍ତ୍ରୀ, ଦଳୀୟ ସାଂସଦ, ବିଧାୟକ ଏବଂ ପଡ଼ୋଶୀ ଛତିଶଗଡ଼ର ନେତା ଓ ଗୁଣ୍ଡାଙ୍କୁ ବ୍ୟବହାର କରି ବିଜେପି ପଦ୍ମପୁରରେ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରଚେଷ୍ଟା ଚଳାଇଛି। ସାମ୍ବାଦିକ ଓ ଜନସାଧାରଣଙ୍କୁ ମାଡ଼ ମାରି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରିଛି। ଆକ୍ରମଣରେ ଆହତ ଦୁଇ ସାମ୍ବାଦିକ ଓ ଗୁରୁତର ଆହତ ସଞ୍ଜୁ ବରିହା ନାମକ ଜଣେ ବିଜେଡି ସମର୍ଥକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିଜେପିର ଦୁଇ ସାଂସଦ ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ବିରୋଧରେ ଜାତିସୂଚକ ନକରାତ୍ମକ ଟିପ୍ପଣୀ ଦେଇଛନ୍ତି। ତାଙ୍କର ବ୍ୟକ୍ତିଗତ ଚରିତ୍ରକୁ ଆକ୍ଷେପ କରି ଜାତି ରାଜନୀତି ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

ତେବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମାବେଶ ପରେ ପଦ୍ମପୁରରେ ମଉଳିବା ଆରମ୍ଭ କରିଛି ବିଜେପିର ଆଶା। ଏହାପରେ ଦଳ ପକ୍ଷରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଜଣ ପିଛା ୩ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବାଣ୍ଟିବା ଆରମ୍ଭ କରିଛି। ପେଟିଏମ୍‍, ଗୁଗୁଲ ପେ, ଫୋନ୍‍ ପେ ଜରିଆରେ ଭୋଟରଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଉଥିବା ଅଭିଯୋଗ ହୋଇଛି। ଏପରିକି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଭୋଟରଙ୍କୁ ଟଙ୍କା ବାଣ୍ଟିବାକୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଭାଇ ଅନ୍ୟ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ପ୍ରମାଣ ମିଳିଛି ଏବଂ ତାଙ୍କ ପତ୍ନୀ ଓ ମାଉସୀ ଟଙ୍କା ବାଣ୍ଟୁଥିବା ମଧ୍ୟ ଅଭିଯୋଗ ହୋଇଛି। ଟଙ୍କା ବାଣ୍ଟିବା ବେଳେ ବିଜେପିର ଜଣେ ପୂର୍ବତନ ମନ୍ତ୍ରୀ ଧରାପଡ଼ିଛନ୍ତି। ତାଙ୍କ ଗାଡ଼ିକୁ ପୁଲିସ ଜବତ କରିଛି ଓ ତାଙ୍କୁ ଅଞ୍ଚଳ ପରିସରରୁ ବାହାର କରି ଦିଆଯାଇଛି। ପ୍ରଦୀପଙ୍କ ଜଣେ ସହଯୋଗୀ ୟୁପିଆଇ ଜରିଆରେ ଟଙ୍କା ବାଣ୍ଟି ଗିରଫ ହୋଇଛନ୍ତି।

ଗୋଟିଏ ପଟେ ବିଜେଡି ବିକାଶର ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯାଇଥିବା ବେଳେ ବିଜେପିର କେନ୍ଦ୍ରମନ୍ତ୍ରୀମାନେ ପ୍ରଚାରରେ ଆସି ପଦମପୁରବାସୀଙ୍କୁ ମିଛ କହି ଭୁଆଁ ବୁଲାଇଥିବା ଦେଖିବାକୁ ମିଳିଥିଲା ।ହାରିବା ଭୟରେ ବିଜେପିର ଏମିତି ଆଚରଣ ପଦମପୁରର ସ୍ବାଭିମାନୀ ବାସିନ୍ଦାଙ୍କୁ ହୃଦୟକୁ ବାଧିଛି । ଯାହାର ଜବାବ ଭୋଟରେ ଦିଆଯିବ ବୋଲି ସ୍ଥାନୀୟ ବାସିନ୍ଦା ବିଜେପିକୁ ଖୋଲା ଚେତାବନୀ ଦେଇଥିଲେ ।

05 Dec 2022 By The Sakala

ଭୋଟ ଆତୁର ବିଜେପି : ଟଙ୍କା ବାଣ୍ଟିବା ବେଳେ ଧରାପଡିଲେ ବିଜେପି ନେତା, ଅଟକ ରଖିଲେ ସ୍ଥାନୀୟ ବାସିନ୍ଦା

ପଦ୍ମପୁର/ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ସୀମା ଟପିଛି ବିଜେପିର ନୀଚ ଆଚରଣ। ନିଜକୁ ଶୃଙ୍ଖଳିତ ଓ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ଦାବି କରୁଥିବା ଏହି ଦଳର ନେତାମାନେ ପଦ୍ମପୁରରେ ଯେପରି ଉଭୟ ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରୁଛନ୍ତି ତାହା କେବଳ ସମ୍ବିଧାନ, ନିର୍ବାଚନ ସଂହିତା, ଆଚରଣବିଧିକୁ ଉଲ୍ଲଙ୍ଘନ କରିନାହିଁ; ପକ୍ଷାନ୍ତରେ ବିରୋଧୀ ପ୍ରାର୍ଥୀ, ସାଧାରଣ ଜନତା ଓ ମହିଳାମାନଙ୍କ ସମ୍ମାନକୁ ଭୁଲୁଣ୍ଠିତ କରିଛି। ହିଂସାକାଣ୍ଡ, ଅଶାଳୀନ ବ୍ୟବହାର, ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ବାଧା ପରେ ଟଙ୍କା ବାଣ୍ଟି ଭୋଟ ଗୋଟାଇବାକୁ ବିଜେପି ପୁରା ଦମ୍‍ ଲଗାଇ ଦେଇଛି।

ଗତକାଲି ବିଜେପି ନେତାଙ୍କ ସହ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମଧ୍ୟ ବିଜେପି ଟଙ୍କା ବଣ୍ଟା କାମରେ ନିୟୋଜିତ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ, ତାଙ୍କର ପରିବାର ସଦସ୍ୟ, ଦଳୀୟ ନେତା ଓ ସମର୍ଥକମାନେ ଭିନ୍ନଭିନ୍ନ ବାଟରେ ଟଙ୍କା ବାଣ୍ଟୁଥିବାର ପ୍ରମାଣ ମିଳିଛି। କାଲି ଟଙ୍କା ବାଣ୍ଟିଥିବା ବେଳେ ଆଜି ଭୋଟ୍‌ ଦିନ ମଧ୍ୟ ବିଜେପି ଟଙ୍କା ବଣ୍ଟା ଜାରି ରଖିଛି। ପାଇକମାଳ ବ୍ଲକ ଛେଳିଆମାଳରେ ଟଙ୍କା ବାଣ୍ଟୁ ଥିବା ବେଳେ କଳାହାଣ୍ଡି ବିଜେପିର ସାଧାରଣ ସମ୍ପାଦକ ସୁଧିର ପାଟ୍ଟଯୋଶୀ ଅଟକ । ସ୍ଥାନୀୟ ଲୋକେ ସୁଧିରଙ୍କୁ  ଅଟକ ରଖିଛନ୍ତି।

ଚାରିଚାରିଜଣ କେନ୍ଦ୍ରମନ୍ତ୍ରୀ, ଦଳୀୟ ସାଂସଦ, ବିଧାୟକ ଏବଂ ପଡ଼ୋଶୀ ଛତିଶଗଡ଼ର ନେତା ଓ ଗୁଣ୍ଡାଙ୍କୁ ବ୍ୟବହାର କରି ବିଜେପି ପଦ୍ମପୁରରେ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରଚେଷ୍ଟା ଚଳାଇଛି। ସାମ୍ବାଦିକ ଓ ଜନସାଧାରଣଙ୍କୁ ମାଡ଼ ମାରି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରିଛି। ଆକ୍ରମଣରେ ଆହତ ଦୁଇ ସାମ୍ବାଦିକ ଓ ଗୁରୁତର ଆହତ ସଞ୍ଜୁ ବରିହା ନାମକ ଜଣେ ବିଜେଡି ସମର୍ଥକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିଜେପିର ଦୁଇ ସାଂସଦ ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ବିରୋଧରେ ଜାତିସୂଚକ ନକରାତ୍ମକ ଟିପ୍ପଣୀ ଦେଇଛନ୍ତି। ତାଙ୍କର ବ୍ୟକ୍ତିଗତ ଚରିତ୍ରକୁ ଆକ୍ଷେପ କରି ଜାତି ରାଜନୀତି ଆରମ୍ଭ କରିଛନ୍ତି।

ତେବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମାବେଶ ପରେ ପଦ୍ମପୁରରେ ମଉଳିବା ଆରମ୍ଭ କରିଛି ବିଜେପିର ଆଶା। ଏହାପରେ ଦଳ ପକ୍ଷରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଜଣ ପିଛା ୩ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବାଣ୍ଟିବା ଆରମ୍ଭ କରିଛି। ପେଟିଏମ୍‍, ଗୁଗୁଲ ପେ, ଫୋନ୍‍ ପେ ଜରିଆରେ ଭୋଟରଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଉଥିବା ଅଭିଯୋଗ ହୋଇଛି। ଏପରିକି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଭୋଟରଙ୍କୁ ଟଙ୍କା ବାଣ୍ଟିବାକୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଭାଇ ଅନ୍ୟ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ପ୍ରମାଣ ମିଳିଛି ଏବଂ ତାଙ୍କ ପତ୍ନୀ ଓ ମାଉସୀ ଟଙ୍କା ବାଣ୍ଟୁଥିବା ମଧ୍ୟ ଅଭିଯୋଗ ହୋଇଛି। ଟଙ୍କା ବାଣ୍ଟିବା ବେଳେ ବିଜେପିର ଜଣେ ପୂର୍ବତନ ମନ୍ତ୍ରୀ ଧରାପଡ଼ିଛନ୍ତି। ତାଙ୍କ ଗାଡ଼ିକୁ ପୁଲିସ ଜବତ କରିଛି ଓ ତାଙ୍କୁ ଅଞ୍ଚଳ ପରିସରରୁ ବାହାର କରି ଦିଆଯାଇଛି। ପ୍ରଦୀପଙ୍କ ଜଣେ ସହଯୋଗୀ ୟୁପିଆଇ ଜରିଆରେ ଟଙ୍କା ବାଣ୍ଟି ଗିରଫ ହୋଇଛନ୍ତି।

ଗୋଟିଏ ପଟେ ବିଜେଡି ବିକାଶର ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯାଇଥିବା ବେଳେ ବିଜେପିର କେନ୍ଦ୍ରମନ୍ତ୍ରୀମାନେ ପ୍ରଚାରରେ ଆସି ପଦମପୁରବାସୀଙ୍କୁ ମିଛ କହି ଭୁଆଁ ବୁଲାଇଥିବା ଦେଖିବାକୁ ମିଳିଥିଲା ।ହାରିବା ଭୟରେ ବିଜେପିର ଏମିତି ଆଚରଣ ପଦମପୁରର ସ୍ବାଭିମାନୀ ବାସିନ୍ଦାଙ୍କୁ ହୃଦୟକୁ ବାଧିଛି । ଯାହାର ଜବାବ ଭୋଟରେ ଦିଆଯିବ ବୋଲି ସ୍ଥାନୀୟ ବାସିନ୍ଦା ବିଜେପିକୁ ଖୋଲା ଚେତାବନୀ ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର