ସୁଭଦ୍ରା ଯୋଜନା ନାମରେ ଓଡ଼ିଶାର ମହିଳାଙ୍କୁ ପ୍ରବଞ୍ଚନା କରିଛି ବିଜେପି: ବିଜେଡି

The Sakala Picture
Published On

ଭୁବନେଶ୍ୱର, : ସୁଭଦ୍ରା ଯୋଜନାକୁ ନେଇ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର। ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ, କର୍ମକର୍ତ୍ତା ଏବଂ କେନ୍ଦ୍ରୀୟ ନେତାମାନେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ବିଜେପି ସରକାର ଆସିଲେ ବର୍ଷକୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ବିଭିନ୍ନ ସଭା, ସମିତିରେ ପ୍ରତିଶ୍ରୁତି ଦେଇଥିଲେ। ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ ୨ ବର୍ଷରେ […]

ଭୁବନେଶ୍ୱର, : ସୁଭଦ୍ରା ଯୋଜନାକୁ ନେଇ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର। ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ, କର୍ମକର୍ତ୍ତା ଏବଂ କେନ୍ଦ୍ରୀୟ ନେତାମାନେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ବିଜେପି ସରକାର ଆସିଲେ ବର୍ଷକୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ବିଭିନ୍ନ ସଭା, ସମିତିରେ ପ୍ରତିଶ୍ରୁତି ଦେଇଥିଲେ। ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ ୨ ବର୍ଷରେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ ଏବଂ ଏହାକୁ ସେମାନେ ବିଭିନ୍ନ ମାଧ୍ୟମରେ ଖର୍ଚ୍ଚ କରିପାରିବେ ବୋଲି ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସକୁ ଦେଖି ଫେରାର ହୋଇଗଲେ ନାଚୁଣୀ ଥାନା ASI

ଦୁଃଖର ବିଷୟ ଓଡ଼ିଶାର ମା’ ଓ ଭଉଣୀମାନଙ୍କୁ ଡବଲ ଇଞ୍ଜିନ ସରକାର ଆଜି ପ୍ରତାରଣା କରିଛି। ୧୮ରୁ ୨୧ ଏବଂ ୬୦ରୁ ୮୦ ବର୍ଷ ବୟସର ମହିଳାଙ୍କୁ ଯୋଜନାରୁ କେଉଁ ଆଧାରରେ ବାଦ୍‌ ଦିଆଯାଇଛି ? ବିଭିନ୍ନ ମାନଦଣ୍ଡ ସ୍ଥିର କରି ପ୍ରାୟ ୧ କୋଟି ମହିଳାଙ୍କୁ ବାଦ୍‌ ଦେବା ତଥା ବର୍ଷକୁ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ସ୍ଥିର କରି ଓଡ଼ିଶାର ମହିଳାମାନଙ୍କୁ ଏବେ ଭଣ୍ଡାଉଛନ୍ତି। ମହିଳାଟିଏ ଭାବିଥିଲା ଏକକାଳୀନ ୫୦ ହଜାର କିମ୍ବା ୨୫ ହଜାର ଟଙ୍କା ପାଇଲେ କୌଣସି କୁଟୀର ଶିଳ୍ପ କିମ୍ବା କ୍ଷୁଦ୍ର ବ୍ୟବସାୟଟେ କରି ସ୍ୱାବଲମ୍ବୀ ହେବ ଅଥବା ନିଜ ପରିବାରର କୌଣସି ଆବଶ୍ୟକତାଟିଏ ପୂରଣ କରିପାରିବ। ୫ ହଜାର ଟଙ୍କାରେ ମହିଳା କ’ଣ ଉଦ୍ୟୋଗୀ ହୋଇପାରିବେ କି ? ଏତିକି ଟଙ୍କାରେ ମହିଳାମାନେ କିପରି ସଶକ୍ତ ହେବେ, ଏହା କ’ଣ ମହିଳାଙ୍କୁ ପ୍ରତାରଣା ନୁହେଁ କି ? ମା’ ସୁଭଦ୍ରାଙ୍କ ନାଁ ନେଇ ମା’ମାନଙ୍କୁ ଠକୁଛି ବିଜେପି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି: ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ, ପୂର୍ବତନ ଏସସିଇଆରଟି ନିର୍ଦ୍ଦେଶକଙ୍କୁ ଜେରା

ସୁଭଦ୍ରା ଯୋଜନାରେ ଓଡ଼ିଶାର ମହିଳାଙ୍କୁ ପ୍ରବଞ୍ଚନା କରାଯାଇଛି ଏବଂ ଠକାମୀର ଶିକାର ହୋଇଥିବା ଓଡ଼ିଶାର ମହିଳାଙ୍କ ଆଖିରେ ଧୂଳି ପକାଇ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି। ରାଜ୍ୟର ମହିଳାମାନଙ୍କୁ ବିଜେପି ସରକାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବାରୁ ବିଜୁ ଜନତା ଦଳ ଏହାକୁ ତୀବ୍ର ନିନ୍ଦା କରୁଛି ବୋଲି ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀକ୍ଷେତ୍ରରେ ପହଣ୍ଡି ବିଜେ ସମ୍ପନ୍ନ: ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି, କିଛି ସମୟ ପରେ ଗଡ଼ିବ ରଥ

16 Sep 2024 By The Sakala

ସୁଭଦ୍ରା ଯୋଜନା ନାମରେ ଓଡ଼ିଶାର ମହିଳାଙ୍କୁ ପ୍ରବଞ୍ଚନା କରିଛି ବିଜେପି: ବିଜେଡି

ଭୁବନେଶ୍ୱର, : ସୁଭଦ୍ରା ଯୋଜନାକୁ ନେଇ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର। ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ, କର୍ମକର୍ତ୍ତା ଏବଂ କେନ୍ଦ୍ରୀୟ ନେତାମାନେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ବିଜେପି ସରକାର ଆସିଲେ ବର୍ଷକୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ବିଭିନ୍ନ ସଭା, ସମିତିରେ ପ୍ରତିଶ୍ରୁତି ଦେଇଥିଲେ। ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ ୨ ବର୍ଷରେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ ଏବଂ ଏହାକୁ ସେମାନେ ବିଭିନ୍ନ ମାଧ୍ୟମରେ ଖର୍ଚ୍ଚ କରିପାରିବେ ବୋଲି ପ୍ରକାଶ କରିଥିଲେ।

ଦୁଃଖର ବିଷୟ ଓଡ଼ିଶାର ମା’ ଓ ଭଉଣୀମାନଙ୍କୁ ଡବଲ ଇଞ୍ଜିନ ସରକାର ଆଜି ପ୍ରତାରଣା କରିଛି। ୧୮ରୁ ୨୧ ଏବଂ ୬୦ରୁ ୮୦ ବର୍ଷ ବୟସର ମହିଳାଙ୍କୁ ଯୋଜନାରୁ କେଉଁ ଆଧାରରେ ବାଦ୍‌ ଦିଆଯାଇଛି ? ବିଭିନ୍ନ ମାନଦଣ୍ଡ ସ୍ଥିର କରି ପ୍ରାୟ ୧ କୋଟି ମହିଳାଙ୍କୁ ବାଦ୍‌ ଦେବା ତଥା ବର୍ଷକୁ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ସ୍ଥିର କରି ଓଡ଼ିଶାର ମହିଳାମାନଙ୍କୁ ଏବେ ଭଣ୍ଡାଉଛନ୍ତି। ମହିଳାଟିଏ ଭାବିଥିଲା ଏକକାଳୀନ ୫୦ ହଜାର କିମ୍ବା ୨୫ ହଜାର ଟଙ୍କା ପାଇଲେ କୌଣସି କୁଟୀର ଶିଳ୍ପ କିମ୍ବା କ୍ଷୁଦ୍ର ବ୍ୟବସାୟଟେ କରି ସ୍ୱାବଲମ୍ବୀ ହେବ ଅଥବା ନିଜ ପରିବାରର କୌଣସି ଆବଶ୍ୟକତାଟିଏ ପୂରଣ କରିପାରିବ। ୫ ହଜାର ଟଙ୍କାରେ ମହିଳା କ’ଣ ଉଦ୍ୟୋଗୀ ହୋଇପାରିବେ କି ? ଏତିକି ଟଙ୍କାରେ ମହିଳାମାନେ କିପରି ସଶକ୍ତ ହେବେ, ଏହା କ’ଣ ମହିଳାଙ୍କୁ ପ୍ରତାରଣା ନୁହେଁ କି ? ମା’ ସୁଭଦ୍ରାଙ୍କ ନାଁ ନେଇ ମା’ମାନଙ୍କୁ ଠକୁଛି ବିଜେପି।

ସୁଭଦ୍ରା ଯୋଜନାରେ ଓଡ଼ିଶାର ମହିଳାଙ୍କୁ ପ୍ରବଞ୍ଚନା କରାଯାଇଛି ଏବଂ ଠକାମୀର ଶିକାର ହୋଇଥିବା ଓଡ଼ିଶାର ମହିଳାଙ୍କ ଆଖିରେ ଧୂଳି ପକାଇ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି। ରାଜ୍ୟର ମହିଳାମାନଙ୍କୁ ବିଜେପି ସରକାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବାରୁ ବିଜୁ ଜନତା ଦଳ ଏହାକୁ ତୀବ୍ର ନିନ୍ଦା କରୁଛି ବୋଲି ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର