ଆହୁରି ଶକ୍ତିଶାଳୀ ହେଉଛି ବିଜେଡ଼ି: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ବିଜେପି ଏବଂ କଂଗ୍ରେସର ବହୁ ନେତା ଓ କର୍ମୀ

The Sakala Picture
Published On

ଖୋର୍ଦ୍ଧା: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଏବଂ କଂଗ୍ରେସର ବହୁ ନେତା ଓ କର୍ମୀ ବିଜେଡିରେ ମିଶିଛନ୍ତି । ଏଥିସହ ବିରୋଧି ଦଳଗୁଡିକର ସଙ୍ଗଠନ ଭାଙ୍ଗି ଚାଲିଛି । କର୍ମୀମାନେ ଦଳ ଉପରେ ଆସ୍ଥା ହରାଇ ଦଳ ଛାଡ଼ୁଛନ୍ତି। ସାଧାରଣ ଲୋକଙ୍କ ସେବା କରିବା ଲାଗି ଏହି ସବୁ ଦଳ ଆଉ ରାଜ୍ୟରେ ପ୍ରକୃଷ୍ଠ ପ୍ଲାଟଫର୍ମ ହୋଇ ନାହିଁ ବୋଲି ସେମାନେ ବିଜେଡି ମୁହାଁ ହୋଇଛନ୍ତି। ମଙ୍ଗଳବାରଦିନ ଭୁବନେଶ୍ୱରର ଦଳୀୟ କାର୍ଯ୍ଯାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଏହା […]

ଖୋର୍ଦ୍ଧା: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଏବଂ କଂଗ୍ରେସର ବହୁ ନେତା ଓ କର୍ମୀ ବିଜେଡିରେ ମିଶିଛନ୍ତି । ଏଥିସହ ବିରୋଧି ଦଳଗୁଡିକର ସଙ୍ଗଠନ ଭାଙ୍ଗି ଚାଲିଛି । କର୍ମୀମାନେ ଦଳ ଉପରେ ଆସ୍ଥା ହରାଇ ଦଳ ଛାଡ଼ୁଛନ୍ତି। ସାଧାରଣ ଲୋକଙ୍କ ସେବା କରିବା ଲାଗି ଏହି ସବୁ ଦଳ ଆଉ ରାଜ୍ୟରେ ପ୍ରକୃଷ୍ଠ ପ୍ଲାଟଫର୍ମ ହୋଇ ନାହିଁ ବୋଲି ସେମାନେ ବିଜେଡି ମୁହାଁ ହୋଇଛନ୍ତି। ମଙ୍ଗଳବାରଦିନ ଭୁବନେଶ୍ୱରର ଦଳୀୟ କାର୍ଯ୍ଯାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଏହା ସ୍ପଷ୍ଟ ଦେଖିବାକୁ ମିଳିଛି। ଏହି ସମାବେଶରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଏକଦା କଂଗ୍ରେସ ଓ ବିଜେପିର ତୃଣମୂଳ ସଂଗଠନ ମଙ୍ଗ ଧରିଥିବା ତଥା ପୂର୍ବରୁ ପଞ୍ଚାୟତ ଓ ଜିଲ୍ଲା ପରିଷଦର ନେତୃତ୍ୱ ନେଇଥିବା ପ୍ରତିନିଧି ମାନେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି। ପଞ୍ଚାୟତ ନିର୍ବାଚନ ଆଉ ଅଳ୍ପ କିଛିଦିନ ବାକିଥିବାବେଳେ ଏହି ସମାବେଶ ତୃଣମୂଳ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ବୋଲି ଆଶା କରାଯାଇଛି।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ଆଜିର ଏହି ମିଶ୍ରଣ ପର୍ବରେ ବିଜେଡିର ସାଧାରଣ ସମ୍ପାଦକ ( ଗଣମାଧ୍ୟମ) ମାନସ ମଙ୍ଗରାଜଙ୍କ ସଭାପତିତ୍ୱ କରିଥିଲେ। ବରିଷ୍ଠ ନେତା ତଥା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଜେଡି ଉପସଭାପତି ଦେବୀ ମିଶ୍ର, ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ପ୍ରମୁଖ ନେତାମାନେ ଏହି ନବାଗତ ସଦସ୍ୟଙ୍କୁ ଦଳକୁ ସ୍ୱାଗତ କରି ଥିଲେ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

ବିଜେଡିରେ ମିଶିଥିବା କର୍ମୀମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ଏକଦା କଂଗ୍ରେସର ଥିବା ବିପିନ କୁମାର ଜୟସିଂ। ସେ ନିରାକାରପୁର ପଞ୍ଚାୟତ ସମିତି ସଭ୍ୟ ଥିଲେ। ଯୁବ କଂଗ୍ରେସର ସାଧାରଣ ସଂପାଦକ ଶୁଭମ ଦାସ ମଧ୍ୟ ଏହି ଅବସରରେ ବିଜେଡିରେ ମିଶିଛନ୍ତି, ବିଜେପି ଜିଲ୍ଲା ପରିଷଦ ସଦସ୍ୟା ମମତା ଜେନା, ରାମେଶ୍ୱର ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚ ପ୍ରମୋଦ କୁମାର ତ୍ରିପାଠି ବିଜେଡିରେ ସାମିଲ ହୋଇଛନ୍ତି। ସେହିପରି ଗୋପିନାଥପୁର ସରପଞ୍ଚ ମନକୁସି ସରକାର ଏବଂ ରଘୁନାଥପୁର ସମିତି ସଭ୍ୟ ବିଜେଡିରେ ମିଶିଛନ୍ତି। ସୁନ୍ଦରପୁର, ଭୁଷଣ୍ଡପୁରର ଜନ ପ୍ରତିନିଧିମାନେ ମଧ୍ୟ ବିଜେଡିରେ ମିଶିଛନ୍ତି। ପ୍ରଭାକର ରାଉତ ରାୟ, ବିନୋଦ ବିଶ୍ୱାଳ, ରଘୁନାଥ ମାଝି, ରୀନା ସାସମଲ, ପ୍ରଶାନ୍ତ ପ୍ରଧାନ, ପ୍ରଶାନ୍ତ ଦାସ, ଲୋଚନ ନାୟକ, ସୁଧାଂଶୁ ଶେଖର ତ୍ରିପାଠୀ, ପ୍ରଭାସ ମଣ୍ଡଳ, ବସନ୍ତ ରାଉତରାୟ, ଜବର ଖାନ୍, ଗୀତାଞ୍ଜଳି ଛୋଟରାୟ ବିଜେଡିରେ ସାମିଲ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

10 Aug 2021 By The Sakala

ଆହୁରି ଶକ୍ତିଶାଳୀ ହେଉଛି ବିଜେଡ଼ି: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ବିଜେପି ଏବଂ କଂଗ୍ରେସର ବହୁ ନେତା ଓ କର୍ମୀ

ଖୋର୍ଦ୍ଧା: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଏବଂ କଂଗ୍ରେସର ବହୁ ନେତା ଓ କର୍ମୀ ବିଜେଡିରେ ମିଶିଛନ୍ତି । ଏଥିସହ ବିରୋଧି ଦଳଗୁଡିକର ସଙ୍ଗଠନ ଭାଙ୍ଗି ଚାଲିଛି । କର୍ମୀମାନେ ଦଳ ଉପରେ ଆସ୍ଥା ହରାଇ ଦଳ ଛାଡ଼ୁଛନ୍ତି। ସାଧାରଣ ଲୋକଙ୍କ ସେବା କରିବା ଲାଗି ଏହି ସବୁ ଦଳ ଆଉ ରାଜ୍ୟରେ ପ୍ରକୃଷ୍ଠ ପ୍ଲାଟଫର୍ମ ହୋଇ ନାହିଁ ବୋଲି ସେମାନେ ବିଜେଡି ମୁହାଁ ହୋଇଛନ୍ତି। ମଙ୍ଗଳବାରଦିନ ଭୁବନେଶ୍ୱରର ଦଳୀୟ କାର୍ଯ୍ଯାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଏହା ସ୍ପଷ୍ଟ ଦେଖିବାକୁ ମିଳିଛି। ଏହି ସମାବେଶରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଏକଦା କଂଗ୍ରେସ ଓ ବିଜେପିର ତୃଣମୂଳ ସଂଗଠନ ମଙ୍ଗ ଧରିଥିବା ତଥା ପୂର୍ବରୁ ପଞ୍ଚାୟତ ଓ ଜିଲ୍ଲା ପରିଷଦର ନେତୃତ୍ୱ ନେଇଥିବା ପ୍ରତିନିଧି ମାନେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି। ପଞ୍ଚାୟତ ନିର୍ବାଚନ ଆଉ ଅଳ୍ପ କିଛିଦିନ ବାକିଥିବାବେଳେ ଏହି ସମାବେଶ ତୃଣମୂଳ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ବୋଲି ଆଶା କରାଯାଇଛି।

ଆଜିର ଏହି ମିଶ୍ରଣ ପର୍ବରେ ବିଜେଡିର ସାଧାରଣ ସମ୍ପାଦକ ( ଗଣମାଧ୍ୟମ) ମାନସ ମଙ୍ଗରାଜଙ୍କ ସଭାପତିତ୍ୱ କରିଥିଲେ। ବରିଷ୍ଠ ନେତା ତଥା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଜେଡି ଉପସଭାପତି ଦେବୀ ମିଶ୍ର, ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ପ୍ରମୁଖ ନେତାମାନେ ଏହି ନବାଗତ ସଦସ୍ୟଙ୍କୁ ଦଳକୁ ସ୍ୱାଗତ କରି ଥିଲେ।

ବିଜେଡିରେ ମିଶିଥିବା କର୍ମୀମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ଏକଦା କଂଗ୍ରେସର ଥିବା ବିପିନ କୁମାର ଜୟସିଂ। ସେ ନିରାକାରପୁର ପଞ୍ଚାୟତ ସମିତି ସଭ୍ୟ ଥିଲେ। ଯୁବ କଂଗ୍ରେସର ସାଧାରଣ ସଂପାଦକ ଶୁଭମ ଦାସ ମଧ୍ୟ ଏହି ଅବସରରେ ବିଜେଡିରେ ମିଶିଛନ୍ତି, ବିଜେପି ଜିଲ୍ଲା ପରିଷଦ ସଦସ୍ୟା ମମତା ଜେନା, ରାମେଶ୍ୱର ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚ ପ୍ରମୋଦ କୁମାର ତ୍ରିପାଠି ବିଜେଡିରେ ସାମିଲ ହୋଇଛନ୍ତି। ସେହିପରି ଗୋପିନାଥପୁର ସରପଞ୍ଚ ମନକୁସି ସରକାର ଏବଂ ରଘୁନାଥପୁର ସମିତି ସଭ୍ୟ ବିଜେଡିରେ ମିଶିଛନ୍ତି। ସୁନ୍ଦରପୁର, ଭୁଷଣ୍ଡପୁରର ଜନ ପ୍ରତିନିଧିମାନେ ମଧ୍ୟ ବିଜେଡିରେ ମିଶିଛନ୍ତି। ପ୍ରଭାକର ରାଉତ ରାୟ, ବିନୋଦ ବିଶ୍ୱାଳ, ରଘୁନାଥ ମାଝି, ରୀନା ସାସମଲ, ପ୍ରଶାନ୍ତ ପ୍ରଧାନ, ପ୍ରଶାନ୍ତ ଦାସ, ଲୋଚନ ନାୟକ, ସୁଧାଂଶୁ ଶେଖର ତ୍ରିପାଠୀ, ପ୍ରଭାସ ମଣ୍ଡଳ, ବସନ୍ତ ରାଉତରାୟ, ଜବର ଖାନ୍, ଗୀତାଞ୍ଜଳି ଛୋଟରାୟ ବିଜେଡିରେ ସାମିଲ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର