ପଦ୍ମପୁର ପାଇଁ ନେତାଙ୍କୁ ଦାୟିତ୍ବ ବାଣ୍ଟିଲା ବିଜେଡି, ପ୍ରାଥମିକ ପର୍ଯ୍ୟାୟରେ ୬ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ବ

The Sakala Picture
Published On

ଭୁବନେଶ୍ୱର : ରାଜନୀତିରେ ଜୟ-ପରାଜୟ ଏକ ନିୟମିତ ପ୍ରକ୍ରିୟା। ତତ୍କାଳ ସମୟରେ ନିର୍ବାଚନରେ ବିଜୟ-ପରାଜୟ ଗୁରୁତ୍ୱ ବହନ କରିଥାଏ; ମାତ୍ର ଏହାର ପରବର୍ତ୍ତୀ ରାଜନୈତିକ କାର୍ଯ୍ୟକ୍ରମ ପୂର୍ବର ତତ୍କାଳ ପରିସ୍ଥିତିକୁ ବଦଳାଇ ଦେଇଥାଏ। ସେହିକ୍ରମରେ ଧାମନଗର ଆସନଟି ବିଜେପି ବଜାୟ ରଖିବା ଏକ ସାମୟିକ ଉପଲବ୍ଧି। ଏହାର ମାସକରୁ କମ୍‍ ସମୟ ମଧ୍ୟରେ ବରଗଡ଼ ଜିଲ୍ଲା ପଦ୍ମପୁରରେ ଆଉ ଏକ ଉପ ନିର୍ବାଚନ ହେବାକୁ ଯାଉଛି। ଏହି ଆସନଟି ପୂର୍ବରୁ ବିଜେପି ହାତରେ ଥିଲା ଓ ଗତ […]

ଭୁବନେଶ୍ୱର : ରାଜନୀତିରେ ଜୟ-ପରାଜୟ ଏକ ନିୟମିତ ପ୍ରକ୍ରିୟା। ତତ୍କାଳ ସମୟରେ ନିର୍ବାଚନରେ ବିଜୟ-ପରାଜୟ ଗୁରୁତ୍ୱ ବହନ କରିଥାଏ; ମାତ୍ର ଏହାର ପରବର୍ତ୍ତୀ ରାଜନୈତିକ କାର୍ଯ୍ୟକ୍ରମ ପୂର୍ବର ତତ୍କାଳ ପରିସ୍ଥିତିକୁ ବଦଳାଇ ଦେଇଥାଏ। ସେହିକ୍ରମରେ ଧାମନଗର ଆସନଟି ବିଜେପି ବଜାୟ ରଖିବା ଏକ ସାମୟିକ ଉପଲବ୍ଧି। ଏହାର ମାସକରୁ କମ୍‍ ସମୟ ମଧ୍ୟରେ ବରଗଡ଼ ଜିଲ୍ଲା ପଦ୍ମପୁରରେ ଆଉ ଏକ ଉପ ନିର୍ବାଚନ ହେବାକୁ ଯାଉଛି। ଏହି ଆସନଟି ପୂର୍ବରୁ ବିଜେପି ହାତରେ ଥିଲା ଓ ଗତ ନିର୍ବାଚନରେ ବିଜେଡି ଏଠାରେ ବିଜୟୀ ହୋଇଥିଲା। ପଶ୍ଚିମ ଓଡ଼ିଶାକୁ ବିଜେପି ନିଜର ରାଜନୈତିକ ଗଡ଼ ବୋଲି ମନେ କରିଥାଏ ଏବଂ ଏହି ପ୍ରାନ୍ତର ସମସ୍ତ ଲୋକସଭା ଆସନରେ ଦଳ ବିଜୟୀ ହୋଇଛି। ତେଣୁ ପଦ୍ମପୁର ଫଳାଫଳ ହିଁ ପ୍ରକୃତ ଅଗ୍ନିପରୀକ୍ଷା ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିଜେଡିର କ୍ଷୋଭ: ଓଡ଼ିଶାର ସ୍ୱାର୍ଥ ବିରୋଧରେ ଭୋଟ ଦେଲେ ବିଜେପିର ୨୦ ସାଂସଦ

ଅନ୍ୟପଟେ ଧାମନଗର ପରାଜୟ ପରେ ବିଜେଡି ଅତ୍ୟନ୍ତ ସତର୍କତାର ସହ ଏହି ଲଢେଇ ଲଢିବାକୁ ଯାଉଛି। ଦଶନ୍ଧି ଧରି କୌଣସି ନିର୍ବାଚନରେ ବିଜେଡି ଲଗାତର ୨ ଥର ହାରିନାହିଁ। ତେଣୁ ପଦ୍ମପୁର ଜିତି ବିଜେଡି ଧାମନଗର ପରାଜୟ ଭୁଲିବାକୁ ଚାହିଁବ ବୋଲି କୁହାଯାଉଛି। ୨୦୧୯ରେ ଏହିଠାରୁ ବିଧାୟକ ହୋଇଥିବା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ହୋଇଥିବାରୁ ଅନୁକମ୍ପା ମଧ୍ୟ ରହିବ। ତେଣୁ ବିକାଶ, ଅନୁକମ୍ପା ଏବଂ ଦୃଢ ସଙ୍ଗଠନ ବିଜେଡିକୁ ଶକ୍ତିଶାଳୀ କରୁଛି।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ପଦ୍ମପୁର ପାଇଁ ନେତାଙ୍କୁ ଦାୟିତ୍ବ ବାଣ୍ଟିଲା ବିଜେଡି

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

ପଦ୍ମପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ନେତାଙ୍କୁ ଦାୟିତ୍ବ ବାଣ୍ଟିଛି। ନିର୍ବାଚନ ମଣ୍ଡଳୀ ପରିଚାଳନା ଦାୟିତ୍ବରେ ରହିବେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ। ତିନି ବ୍ଲକ ଦାୟିତ୍ୱରେ ରହିବେ ତିନି ମନ୍ତ୍ରୀ। ପଦ୍ମପୁର ବ୍ଳକ ଦାୟିତ୍ୱରେ ରହିବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ପାଇକମାଳ ଦାୟିତ୍ୱରେ ରହିବେ ମନ୍ତ୍ରୀ ନବ ଦାସ। ଝାରବନ୍ଧ ଦାୟିତ୍ୱରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ରହିବେ। ସେହିପରି ଜୋନ ଦାୟିତ୍ୱରେ ରହିବେ ପଶ୍ଚିମ ଓଡ଼ିଶା ନେତା। ମନ୍ତ୍ରୀ ଟୁକୁନି ସାହୁ,ଦେବେଶ ଆଚାର୍ଯ୍ୟ,ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ,ସରୋଜ ମେହେର ,ପୁଷ୍ପେନ୍ଦ୍ର ସିଂ ଦେଓ , ନିରଂଜନ ବିଶି, ରୋହିତ ପୂଜାରୀ । ଅନ୍ୟ ନେତାଙ୍କୁ ବି ଖୁବ୍ ଶୀଘ୍ର ଦାୟିତ୍ବ ବଣ୍ଟାଯିବ। ସମ୍ପୂର୍ଣ ପ୍ରଚାର ମଙ୍ଗ ସମ୍ଭାଳିବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ।

ସେପଟେ ବିଜେପି କୃଷକ ସେଲ୍‌ଫ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କ ଦଳର ଟିକେଟ୍‍ ଦୌଡରେ ଆଗରେ ରହିଛନ୍ତି। ଶ୍ରୀ ପୁରୋହିତ ପୁନର୍ବାର ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କଂଗ୍ରେସ ପକ୍ଷରୁ ୪ ଜଣିଆ ନାମ ଏଆଇସିସିକୁ ପ୍ରଦାନ କରାଯାଇଛି। ବିଜେଡି ନିଜର ସାଙ୍ଗଠନିକ କାର୍ଯ୍ୟ ଜାରି ରଖିଛି। ନିକଟ ଭବିଷ୍ୟତରେ ପ୍ରାର୍ଥୀ ନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳିବ। ତେଣୁ ଧାମନଗରରେ ଉତ୍ସାହିତ ଥିବା ବିଜେପିକୁ ଧୈର୍ଯ୍ୟ ରଖିବାକୁ ପଡ଼ିବ ବୋଲି ରାଜନୈତିକ ପଣ୍ଡିତମାନେ କହିଛନ୍ତି। ୨୦୧୯ ନିର୍ବାଚନରେ ବିଜୟୀ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ୮୩,୨୯୯, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୭୭୫୬୫, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୩୨୭୮୭ ଖଣ୍ଡ ଭୋଟ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧିନ ପ୍ରାର୍ଥୀ ରାଜୁ ଗିବେଲା ୪୫୧୨ ଖଣ୍ଡ ଭୋଟ ପାଇଥିଲେ।ତେଣୁ ଏଠାରେ ମଧ୍ୟ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ। ଯଦି କଂଗ୍ରେସ ପୂର୍ବଭଳି ନ ଲଢେ, ତେବେ ତାହାର ଭୋଟ ନିର୍ଣ୍ଣାୟକ ଭୂମିକା ନେବାର ଯଥେଷ୍ଟ ସମ୍ଭାବନା ରହିଛି। ୧୯୫୧ ମସିହାରୁ ୨୦୧୯ ମଧ୍ୟରେ ପଦ୍ମପୁର ବିଧାନସଭା ପାଇଁ ମୋଟ ୧୬ ଥର ନିର୍ବାଚନ ହୋଇଛି। ବିଜେଡି ଏହି ଆସନକୁ ୩ଥର( ୨୦୦୦,୨୦୦୯,୨୦୧୯) ଓ ବିଜେପି ଏହି ଆସନକୁ ଥରେ କେବଳ ମାତ୍ର(୨୦୧୪) ବିଜୟୀ ହୋଇଛି। ଅପରପକ୍ଷରେ କଂଗ୍ରେସ ଏହି ଆସନକୁ ସର୍ବାଧିକ ୭ଥର(୧୯୫୧, ୧୯୬୧, ୧୯୭୧, ୧୯୭୪,୧୯୮୦,୧୯୮୫ ଏବଂ ୨୦୦୪) ଜିତିଛି। ଅନ୍ୟ ଦଳ ଗୁଡ଼ିକ ମଧ୍ୟ ଜନ କଂଗ୍ରେସ(୧୯୬୭) ଏବଂ ଗଣତନ୍ତ୍ର ପରିଷଦ (୧୯୫୭)ଥରେ ଲେଖାଏଁ ଏହି ଆସନରେ ବିଜୟୀ ହୋଇଛନ୍ତି।

08 Nov 2022 By The Sakala

ପଦ୍ମପୁର ପାଇଁ ନେତାଙ୍କୁ ଦାୟିତ୍ବ ବାଣ୍ଟିଲା ବିଜେଡି, ପ୍ରାଥମିକ ପର୍ଯ୍ୟାୟରେ ୬ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ବ

ଭୁବନେଶ୍ୱର : ରାଜନୀତିରେ ଜୟ-ପରାଜୟ ଏକ ନିୟମିତ ପ୍ରକ୍ରିୟା। ତତ୍କାଳ ସମୟରେ ନିର୍ବାଚନରେ ବିଜୟ-ପରାଜୟ ଗୁରୁତ୍ୱ ବହନ କରିଥାଏ; ମାତ୍ର ଏହାର ପରବର୍ତ୍ତୀ ରାଜନୈତିକ କାର୍ଯ୍ୟକ୍ରମ ପୂର୍ବର ତତ୍କାଳ ପରିସ୍ଥିତିକୁ ବଦଳାଇ ଦେଇଥାଏ। ସେହିକ୍ରମରେ ଧାମନଗର ଆସନଟି ବିଜେପି ବଜାୟ ରଖିବା ଏକ ସାମୟିକ ଉପଲବ୍ଧି। ଏହାର ମାସକରୁ କମ୍‍ ସମୟ ମଧ୍ୟରେ ବରଗଡ଼ ଜିଲ୍ଲା ପଦ୍ମପୁରରେ ଆଉ ଏକ ଉପ ନିର୍ବାଚନ ହେବାକୁ ଯାଉଛି। ଏହି ଆସନଟି ପୂର୍ବରୁ ବିଜେପି ହାତରେ ଥିଲା ଓ ଗତ ନିର୍ବାଚନରେ ବିଜେଡି ଏଠାରେ ବିଜୟୀ ହୋଇଥିଲା। ପଶ୍ଚିମ ଓଡ଼ିଶାକୁ ବିଜେପି ନିଜର ରାଜନୈତିକ ଗଡ଼ ବୋଲି ମନେ କରିଥାଏ ଏବଂ ଏହି ପ୍ରାନ୍ତର ସମସ୍ତ ଲୋକସଭା ଆସନରେ ଦଳ ବିଜୟୀ ହୋଇଛି। ତେଣୁ ପଦ୍ମପୁର ଫଳାଫଳ ହିଁ ପ୍ରକୃତ ଅଗ୍ନିପରୀକ୍ଷା ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ଅନ୍ୟପଟେ ଧାମନଗର ପରାଜୟ ପରେ ବିଜେଡି ଅତ୍ୟନ୍ତ ସତର୍କତାର ସହ ଏହି ଲଢେଇ ଲଢିବାକୁ ଯାଉଛି। ଦଶନ୍ଧି ଧରି କୌଣସି ନିର୍ବାଚନରେ ବିଜେଡି ଲଗାତର ୨ ଥର ହାରିନାହିଁ। ତେଣୁ ପଦ୍ମପୁର ଜିତି ବିଜେଡି ଧାମନଗର ପରାଜୟ ଭୁଲିବାକୁ ଚାହିଁବ ବୋଲି କୁହାଯାଉଛି। ୨୦୧୯ରେ ଏହିଠାରୁ ବିଧାୟକ ହୋଇଥିବା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ହୋଇଥିବାରୁ ଅନୁକମ୍ପା ମଧ୍ୟ ରହିବ। ତେଣୁ ବିକାଶ, ଅନୁକମ୍ପା ଏବଂ ଦୃଢ ସଙ୍ଗଠନ ବିଜେଡିକୁ ଶକ୍ତିଶାଳୀ କରୁଛି।

ପଦ୍ମପୁର ପାଇଁ ନେତାଙ୍କୁ ଦାୟିତ୍ବ ବାଣ୍ଟିଲା ବିଜେଡି

ପଦ୍ମପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ନେତାଙ୍କୁ ଦାୟିତ୍ବ ବାଣ୍ଟିଛି। ନିର୍ବାଚନ ମଣ୍ଡଳୀ ପରିଚାଳନା ଦାୟିତ୍ବରେ ରହିବେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ। ତିନି ବ୍ଲକ ଦାୟିତ୍ୱରେ ରହିବେ ତିନି ମନ୍ତ୍ରୀ। ପଦ୍ମପୁର ବ୍ଳକ ଦାୟିତ୍ୱରେ ରହିବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ପାଇକମାଳ ଦାୟିତ୍ୱରେ ରହିବେ ମନ୍ତ୍ରୀ ନବ ଦାସ। ଝାରବନ୍ଧ ଦାୟିତ୍ୱରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ରହିବେ। ସେହିପରି ଜୋନ ଦାୟିତ୍ୱରେ ରହିବେ ପଶ୍ଚିମ ଓଡ଼ିଶା ନେତା। ମନ୍ତ୍ରୀ ଟୁକୁନି ସାହୁ,ଦେବେଶ ଆଚାର୍ଯ୍ୟ,ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ,ସରୋଜ ମେହେର ,ପୁଷ୍ପେନ୍ଦ୍ର ସିଂ ଦେଓ , ନିରଂଜନ ବିଶି, ରୋହିତ ପୂଜାରୀ । ଅନ୍ୟ ନେତାଙ୍କୁ ବି ଖୁବ୍ ଶୀଘ୍ର ଦାୟିତ୍ବ ବଣ୍ଟାଯିବ। ସମ୍ପୂର୍ଣ ପ୍ରଚାର ମଙ୍ଗ ସମ୍ଭାଳିବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ।

ସେପଟେ ବିଜେପି କୃଷକ ସେଲ୍‌ଫ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କ ଦଳର ଟିକେଟ୍‍ ଦୌଡରେ ଆଗରେ ରହିଛନ୍ତି। ଶ୍ରୀ ପୁରୋହିତ ପୁନର୍ବାର ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କଂଗ୍ରେସ ପକ୍ଷରୁ ୪ ଜଣିଆ ନାମ ଏଆଇସିସିକୁ ପ୍ରଦାନ କରାଯାଇଛି। ବିଜେଡି ନିଜର ସାଙ୍ଗଠନିକ କାର୍ଯ୍ୟ ଜାରି ରଖିଛି। ନିକଟ ଭବିଷ୍ୟତରେ ପ୍ରାର୍ଥୀ ନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳିବ। ତେଣୁ ଧାମନଗରରେ ଉତ୍ସାହିତ ଥିବା ବିଜେପିକୁ ଧୈର୍ଯ୍ୟ ରଖିବାକୁ ପଡ଼ିବ ବୋଲି ରାଜନୈତିକ ପଣ୍ଡିତମାନେ କହିଛନ୍ତି। ୨୦୧୯ ନିର୍ବାଚନରେ ବିଜୟୀ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ୮୩,୨୯୯, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୭୭୫୬୫, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୩୨୭୮୭ ଖଣ୍ଡ ଭୋଟ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧିନ ପ୍ରାର୍ଥୀ ରାଜୁ ଗିବେଲା ୪୫୧୨ ଖଣ୍ଡ ଭୋଟ ପାଇଥିଲେ।ତେଣୁ ଏଠାରେ ମଧ୍ୟ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ। ଯଦି କଂଗ୍ରେସ ପୂର୍ବଭଳି ନ ଲଢେ, ତେବେ ତାହାର ଭୋଟ ନିର୍ଣ୍ଣାୟକ ଭୂମିକା ନେବାର ଯଥେଷ୍ଟ ସମ୍ଭାବନା ରହିଛି। ୧୯୫୧ ମସିହାରୁ ୨୦୧୯ ମଧ୍ୟରେ ପଦ୍ମପୁର ବିଧାନସଭା ପାଇଁ ମୋଟ ୧୬ ଥର ନିର୍ବାଚନ ହୋଇଛି। ବିଜେଡି ଏହି ଆସନକୁ ୩ଥର( ୨୦୦୦,୨୦୦୯,୨୦୧୯) ଓ ବିଜେପି ଏହି ଆସନକୁ ଥରେ କେବଳ ମାତ୍ର(୨୦୧୪) ବିଜୟୀ ହୋଇଛି। ଅପରପକ୍ଷରେ କଂଗ୍ରେସ ଏହି ଆସନକୁ ସର୍ବାଧିକ ୭ଥର(୧୯୫୧, ୧୯୬୧, ୧୯୭୧, ୧୯୭୪,୧୯୮୦,୧୯୮୫ ଏବଂ ୨୦୦୪) ଜିତିଛି। ଅନ୍ୟ ଦଳ ଗୁଡ଼ିକ ମଧ୍ୟ ଜନ କଂଗ୍ରେସ(୧୯୬୭) ଏବଂ ଗଣତନ୍ତ୍ର ପରିଷଦ (୧୯୫୭)ଥରେ ଲେଖାଏଁ ଏହି ଆସନରେ ବିଜୟୀ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର