ଲକ୍ଷ ଲକ୍ଷ ଗରିବ ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ବିଜେପି ଷଡ଼ଯନ୍ତ୍ର କରିଥିଲା: ବିଜେଡି

The Sakala Picture
Published On

ଭୁବନେଶ୍ୱର: ଲକ୍ଷ ଲକ୍ଷ ଗରିବ ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ବିଜେପି ଯେଉଁ ଷଡ଼ଯନ୍ତ୍ର କରିଥିଲା, ତାହାର ପର୍ଦ୍ଦାଫାସ୍‌ ହୋଇ ସାରିଛି । ଓଡ଼ିଶା ବିଜେପିର ସେହି ଷଡ଼ଯନ୍ତ୍ରକାରୀ ନେତାମାନେ ଆଜି ପୁଣି ଆବାସ ଯୋଜନା କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଆବାସ ଯୋଜନା ସଂପର୍କରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେଡ଼ି ଗଣମାଧ୍ୟମ ପ୍ରବକ୍ତା ଇପସିତା ସାହୁ […]

ଭୁବନେଶ୍ୱର: ଲକ୍ଷ ଲକ୍ଷ ଗରିବ ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ବିଜେପି ଯେଉଁ ଷଡ଼ଯନ୍ତ୍ର କରିଥିଲା, ତାହାର ପର୍ଦ୍ଦାଫାସ୍‌ ହୋଇ ସାରିଛି । ଓଡ଼ିଶା ବିଜେପିର ସେହି ଷଡ଼ଯନ୍ତ୍ରକାରୀ ନେତାମାନେ ଆଜି ପୁଣି ଆବାସ ଯୋଜନା କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଫୋରେନ୍‌ସିକ୍ ଲ୍ୟାବ୍‌ରେ ସୁଇସାଇଡ୍ ନୋଟ୍, ପତ୍ନୀଙ୍କୁ ସନ୍ଦେହ

ଆବାସ ଯୋଜନା ସଂପର୍କରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେଡ଼ି ଗଣମାଧ୍ୟମ ପ୍ରବକ୍ତା ଇପସିତା ସାହୁ କହିଛନ୍ତି ଯେ ପୃଥ୍ୱୀରାଜ ବାବୁ ସବୁକଥାରେ ଯେମିତି ଗଣମାଧ୍ୟମ ଆଗକୁ ଆସି ଡାହା ମିଛ ଗପୁଛନ୍ତି ଏବଂ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି, ତାହା ଦେଖି ଓଡ଼ିଶାବାସୀ ତାଙ୍କୁ ଜୋକର୍‌ ଭାବୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ମଧ୍ୟ ଆଜି ତାଙ୍କ ମନ୍ତବ୍ୟ ଶୁଣି ଲୋକେ ନିଶ୍ଚୟ ହସୁଥିବେ ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୋଲିସର ଟ୍ରାଫିକ ଆଡଭାଇଜରି ଜାରି, ଜାଣନ୍ତୁ କେଉଁଠି ରହିବ ଗାଡ଼ି...

ଯେତେବେଳେ ଓଡ଼ିଶାର ଗରିବ, ଆଦିବାସୀ ଏବଂ ଅନୁସୂଚିତ ଜନଜାତିର ୧୫ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆବଶ୍ୟକ କରୁଥିଲେ, ଏହାକୁ ବନ୍ଦ କରିବା ଲାଗି ଓଡ଼ିଶାରୁ ଦିଲ୍ଲୀ ଯାଇଥିବା ବିଜେପିର ସାଂସଦମାନେ ମିଳିତ ହୋଇ ଷଡ଼ଯନ୍ତ୍ର କରିଥିଲେ । ଏଥିପାଇଁ ସେମାନେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶାକୁ ପିଏମ୍‌ଏୱାଇରେ ଘର ନ ଦେବାକୁ ଚାପ ପକାଇଥିଲେ । ଓଡ଼ିଶାର ବିଜେପି ସାଂସଦମାନଙ୍କ ଏଭଳି ଓଡ଼ିଶା ବିରୋଧୀ ଷଡ଼ଯନ୍ତ୍ର ଯୋଗୁଁ ପ୍ରାୟ ୩ ବର୍ଷ କାଳ କେନ୍ଦ୍ର ସରକାର ଓଡ଼ିଶାକୁ ଆବାସ ଯୋଜନାରେ ଘର ଦେବା ବନ୍ଦ ରଖିଲେ । ଆଉ ବହୁ ଦାବି ଓ ଆନ୍ଦୋଳନ ପରେ ଶେଷରେ ୧୫ ଲକ୍ଷ ଘର ଜାଗାରେ ଓଡ଼ିଶାକୁ ମାତ୍ର ୮ ଲକ୍ଷ ଘର ମିଳିଲା ।

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

ଶ୍ରୀମତୀ ସାହୁ ଆହୁରି କହିଲେ ଯେ ଓଡ଼ିଶା ବିଜେପି ନେତାମାନଙ୍କ ଏଭଳି କାରସାଦି ସଂପର୍କରେ ଓଡ଼ିଶାବାସୀ ଜାଣି ସାରିଲେଣି । ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ସଚେତନ ଓଡ଼ିଶାବାସୀ ବିଜେପିକୁ ଏମିତି ଜବାବ ଦେଲେ ଯେ ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେପି ମାଟି କାମୁଡ଼ିଲା । ସେମାନଙ୍କ ଏଭଳି ଓଡ଼ିଶା ସ୍ୱାର୍ଥ ବିରୋଧୀ ନୀତି ଯୋଗୁଁ ଆଗାମୀ ନିର୍ବାଚନରେ ମଧ୍ୟ ଓଡ଼ିଶାବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ।

26 Jul 2023 By The Sakala

ଲକ୍ଷ ଲକ୍ଷ ଗରିବ ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ବିଜେପି ଷଡ଼ଯନ୍ତ୍ର କରିଥିଲା: ବିଜେଡି

ଭୁବନେଶ୍ୱର: ଲକ୍ଷ ଲକ୍ଷ ଗରିବ ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ବିଜେପି ଯେଉଁ ଷଡ଼ଯନ୍ତ୍ର କରିଥିଲା, ତାହାର ପର୍ଦ୍ଦାଫାସ୍‌ ହୋଇ ସାରିଛି । ଓଡ଼ିଶା ବିଜେପିର ସେହି ଷଡ଼ଯନ୍ତ୍ରକାରୀ ନେତାମାନେ ଆଜି ପୁଣି ଆବାସ ଯୋଜନା କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।

ଆବାସ ଯୋଜନା ସଂପର୍କରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେଡ଼ି ଗଣମାଧ୍ୟମ ପ୍ରବକ୍ତା ଇପସିତା ସାହୁ କହିଛନ୍ତି ଯେ ପୃଥ୍ୱୀରାଜ ବାବୁ ସବୁକଥାରେ ଯେମିତି ଗଣମାଧ୍ୟମ ଆଗକୁ ଆସି ଡାହା ମିଛ ଗପୁଛନ୍ତି ଏବଂ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି, ତାହା ଦେଖି ଓଡ଼ିଶାବାସୀ ତାଙ୍କୁ ଜୋକର୍‌ ଭାବୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ମଧ୍ୟ ଆଜି ତାଙ୍କ ମନ୍ତବ୍ୟ ଶୁଣି ଲୋକେ ନିଶ୍ଚୟ ହସୁଥିବେ ।

ଯେତେବେଳେ ଓଡ଼ିଶାର ଗରିବ, ଆଦିବାସୀ ଏବଂ ଅନୁସୂଚିତ ଜନଜାତିର ୧୫ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆବଶ୍ୟକ କରୁଥିଲେ, ଏହାକୁ ବନ୍ଦ କରିବା ଲାଗି ଓଡ଼ିଶାରୁ ଦିଲ୍ଲୀ ଯାଇଥିବା ବିଜେପିର ସାଂସଦମାନେ ମିଳିତ ହୋଇ ଷଡ଼ଯନ୍ତ୍ର କରିଥିଲେ । ଏଥିପାଇଁ ସେମାନେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶାକୁ ପିଏମ୍‌ଏୱାଇରେ ଘର ନ ଦେବାକୁ ଚାପ ପକାଇଥିଲେ । ଓଡ଼ିଶାର ବିଜେପି ସାଂସଦମାନଙ୍କ ଏଭଳି ଓଡ଼ିଶା ବିରୋଧୀ ଷଡ଼ଯନ୍ତ୍ର ଯୋଗୁଁ ପ୍ରାୟ ୩ ବର୍ଷ କାଳ କେନ୍ଦ୍ର ସରକାର ଓଡ଼ିଶାକୁ ଆବାସ ଯୋଜନାରେ ଘର ଦେବା ବନ୍ଦ ରଖିଲେ । ଆଉ ବହୁ ଦାବି ଓ ଆନ୍ଦୋଳନ ପରେ ଶେଷରେ ୧୫ ଲକ୍ଷ ଘର ଜାଗାରେ ଓଡ଼ିଶାକୁ ମାତ୍ର ୮ ଲକ୍ଷ ଘର ମିଳିଲା ।

ଶ୍ରୀମତୀ ସାହୁ ଆହୁରି କହିଲେ ଯେ ଓଡ଼ିଶା ବିଜେପି ନେତାମାନଙ୍କ ଏଭଳି କାରସାଦି ସଂପର୍କରେ ଓଡ଼ିଶାବାସୀ ଜାଣି ସାରିଲେଣି । ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ସଚେତନ ଓଡ଼ିଶାବାସୀ ବିଜେପିକୁ ଏମିତି ଜବାବ ଦେଲେ ଯେ ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେପି ମାଟି କାମୁଡ଼ିଲା । ସେମାନଙ୍କ ଏଭଳି ଓଡ଼ିଶା ସ୍ୱାର୍ଥ ବିରୋଧୀ ନୀତି ଯୋଗୁଁ ଆଗାମୀ ନିର୍ବାଚନରେ ମଧ୍ୟ ଓଡ଼ିଶାବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର