ବିଜେପିକୁ ବିଜେଡିର ସିଧା ପ୍ରଶ୍ନ: ଓଡ଼ିଶାର ପ୍ରତିନିଧିତ୍ୱ ହ୍ରାସ ପ୍ରସଙ୍ଗରେ ନିରବ କାହିଁକି ?

Madhusudan Das Picture
Published On

ଭୁବନେଶ୍ୱର: ଡିଲିମିଟେସନ ପରେ ଦେଶର ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ କମିଯିବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଛି ତାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଓିଶାର ସାଂସଦମାନଙ୍କୁ ଚିଠି ଲେଖିଛନ୍ତି। ଏହାକୁ ଗୁରୁତର ସହ ନେବା ପରିବର୍ତ୍ତେ ବିଜେପିର କିଛି ନେତା ପ୍ରଦାନ କରିଥିବା ଟିପ୍ପଣୀକୁ କଟୁ ଭାଷାରେ ସମାଲୋଚନା କରିଛି ବିଜେଡି। ରାଜ୍ୟର ହିତ ଦୃଷ୍ଟିରୁ ନବୀନ ଉଠାଇଥିବା ପ୍ରସଙ୍ଗ ପରିବର୍ତ୍ତେ ରାଜ୍ୟବାସୀଙ୍କୁ ଏଣୁତେଣୁ ଗପ କହି ଭୁଆଁ ବୁଲାଇବାରୁ ବିରତ ରହିବାକୁ ବିଜେଡି ପରାମର୍ଶ ଦେଇଛି। ଏହା ସହ ଓଡ଼ିଶାର ପ୍ରତିନିଧିତ୍ୱ ଜାତୀୟସ୍ତରରେ ହ୍ରାସ ପ୍ରସଙ୍ଗରେ କାହିଁକି ବିଜେପି ନେତାମାନେ ନିରବ ରହିଛନ୍ତି, ତାହାକୁ ନେଇ ମଧ୍ୟ ବିଜେଡି ପ୍ରଶ୍ନ ଉଠାଇଛି । ଶଙ୍ଖ ଭବନରେ ଦଳର ଗଣମାଧ୍ୟମ ସଂଯୋଜକ ଲେନିନ ମହାନ୍ତି ଓ ମୁଖପାତ୍ର ମିହିର ରାୟ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ରାଜ୍ୟ ବିଜେପି ସରକାର ବାରମ୍ୱାର ବିଫଳ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଲେନିନ ମହାନ୍ତି କହିଛନ୍ତି  ଯେ ମହିଳା ମାନଙ୍କୁ ସାମ୍ୱିଧାନିକ ପଦବୀରେ ସଂରକ୍ଷଣ ପ୍ରଦାନ କ୍ଷେତ୍ରରେ ସମଗ୍ର ଦେଶରେ ପ୍ରଥମେ ପ୍ରବାଦ ପୁରୁଷ ବିଜୁ ବାବୁ ଓ ପରେ ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। ଡିଲିମିଟେସନ ମାଧ୍ୟମରେ ସଂସଦର ଆସନ ସଂଖ୍ୟା ବୃଦ୍ଧି ପ୍ରସ୍ତାବ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ପ୍ରାୟ ଏକ ବର୍ଷ ତଳୁ ଜନସଂଖ୍ୟା ଆଧାରରେ ଆସନ ବୃଦ୍ଧି ହେଲେ ଓଡ଼ିଶାର ପ୍ରତିନିଧିତ୍ୱ କମିବାର ଆଶଙ୍କା କରିଥିଲେ। ଏବେ ତାହା ସତ୍ୟ ହେବାକୁ ଯାଉଛି। ରାଜ୍ୟର ହିତ ଦୃଷ୍ଟିରୁ ଏ କ୍ଷେତ୍ରରେ ବିଜେପି ନେତାମାନେ ସ୍ୱର ଉତ୍ତୋଳନ କରିବା ପରିବର୍ତ୍ତେ  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଅନ୍ୟାୟକୁ ଢ଼ାଙ୍କିବାକୁ କାମ କରୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ରାଜ୍ୟବାସୀଙ୍କ ପ୍ରତି ବିଶ୍ୱାସଘାତକତା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ମିହିର ରାୟ କହିଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ସାଂସଦମାନଙ୍କୁ  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖି ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ ହ୍ରାସକୁ ବିରୋଧ କରିବାକୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ପ୍ରତ୍ୟେକ ଓଡ଼ିଆର ଧର୍ମ। କ୍ଷମତାରେ ଥିବା ଦୃଷ୍ଟିରୁ ବିଜେପି ଏ କ୍ଷେତ୍ରରେ ଅଧିକ ସକ୍ରିୟ ହେବା କଥା, ମାତ୍ର ରାଜ୍ୟର ସ୍ୱାର୍ଥରକ୍ଷା ଅପେକ୍ଷା ବିଜେପି ସ୍ୱାର୍ଥହାନି ପାଇଁ ପ୍ରୟାସ କରୁଥିବା ମନେ ହେଉଛି। ନବୀନ ଉଠାଇଥିବା ପ୍ରସଙ୍ଗରେ ମନ୍ତବ୍ୟ ଦେବା ପରିବର୍ତ୍ତେ ରାହୁଳଙ୍କ ସହ ନବୀନ ସ୍ୱର ମିଳାଉଥିବା ଟିପ୍ପଣୀ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ହୀନମନ୍ୟତାକୁ ଦର୍ଶାଉଛି। ସଂସଦରେ ଓଡିଶାର ପ୍ରତିନିଧିତ୍ୱ ହ୍ରାସ ପ୍ରସଙ୍ଗରେ ନିରବ ରହି  ଆଇନ ମନ୍ତ୍ରୀ ଓ ଭୁବନେଶ୍ୱର ସାଂସଦ କଥାକୁ ଗୋଳମାଳିଆ କରିଛନ୍ତି।  ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ଲଗାତର ଭାବେ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶା କେନ୍ଦ୍ର ଅବହେଳାର ଶିକାର ହେଉଥିବା ବେଳେ ରାଜ୍ୟ ବିଜେପି ସରକାର ଓ ୨୦ ବିଜେପି ସାଂସଦ ନିରବତା ରହସ୍ୟମୟ ବୋଲି ମିହିର କହିଛନ୍ତି ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର