ବିଜେଡି ଓଡ଼ିଶାର ଏକ ନମ୍ବର ଦଳ : ନବୀନ

The Sakala Picture
Published On

ଭୁବନେଶ୍ବର : ପୁଣ୍ଯାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଆରମ୍ଭ ହୋଇଛି ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନ। ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ନବୀନ ବିଜେଡିର ପ୍ରଥମ ସଦସ୍ୟ ହୋଇଛନ୍ତି। ଦସ୍ତଖତ କରି ଏକାମ୍ର ଭୁବନେଶ୍ୱରରୁ ସେ ଏହି ସଦସ୍ୟତା ଗ୍ରହଣ କରିଛନ୍ତି। ନବୀନଙ୍କୁ ସଦସ୍ୟ କରାଇଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଉଭୟ ଅନଲାଇନ ଓ ମାନୁଆଲି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ। ଏହି […]

ଭୁବନେଶ୍ବର : ପୁଣ୍ଯାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଆରମ୍ଭ ହୋଇଛି ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନ। ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ନବୀନ ବିଜେଡିର ପ୍ରଥମ ସଦସ୍ୟ ହୋଇଛନ୍ତି। ଦସ୍ତଖତ କରି ଏକାମ୍ର ଭୁବନେଶ୍ୱରରୁ ସେ ଏହି ସଦସ୍ୟତା ଗ୍ରହଣ କରିଛନ୍ତି। ନବୀନଙ୍କୁ ସଦସ୍ୟ କରାଇଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଉଭୟ ଅନଲାଇନ ଓ ମାନୁଆଲି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ।

ଆହୁରି ପଢ଼ନ୍ତୁ: ପୁରୀ ବିମାନବନ୍ଦର କାର୍ଯ୍ୟକ୍ଷମ ପ୍ରସଙ୍ଗ: ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ ବାଆଁରେଇଲେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ

ଏହି ଅବସରରେ ସେ କହିଛନ୍ତି, ଆଜି ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ, ତ୍ୟାଗ ଓ ସେବାର ପ୍ରତୀକ। ଆଜିଠାରୁ ବିଜେଡିର ସଦସ୍ୟତା ଅଭିଯାନ ଆରମ୍ଭ ହେଲା। ଏହା ଏକ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ୍ଣ କାମ। ଯାହା ଦଳକୁ ମଜବୁତ କରେ। ସଦସ୍ୟ କରିବା ପାଇଁ ପ୍ରତି କର୍ମୀ ଘରକୁ ଯାଆନ୍ତୁ। ବିଦେଶରେ ଓ ଓଡ଼ିଶା ବାହାର ଲୋକଙ୍କୁ ବି ବିଜେଡିରେ ସାମିଲ ହେବାକୁ ସେ ନିମନ୍ତ୍ରଣ କରିଛନ୍ତି। କିଛି ଦଳ ମିସଡ କଲ କରି ସଦସ୍ୟ କରୁଛନ୍ତି। ବିଜୁ ଜନତା ଦଳ ମିସଡକଲଠୁ ବହୁ ଦୂରରେ ରହିଛି। ସ୍ବାଭିମାନ ଓ ସଂଗ୍ରାମ ହେଉଛି ବିଜେଡିର ଆଦର୍ଶ। ଓଡ଼ିଶାବାସୀଙ୍କ ସେବା, ଓଡ଼ିଆ ଜାତିର ସ୍ବାଭିମାନର ସୁରକ୍ଷା ଓ ଓଡ଼ିଶାର ସ୍ବାର୍ଥ ପାଇଁ ବିଜୁ ବାବୁ ଶେଷ ପର୍ଯ୍ଯନ୍ତ ଲଢେଇ କରିଥିଲେ। ବିଜେଡି ସରକାର ସମୟରେ ରାଜ୍ଯରେ ବହୁ ଭଲକାମ ହୋଇଛି। ବିଜେଡି ସରକାରର ଯୋଜନା ଅନ୍ଯମାନଙ୍କ ପାଇଁ ମଡେଲ ହୋଇଛି। ଭାରତ ସରକାର ମଧ୍ଯ ଆମ ଯୋଜନାକୁ ଅନୁକରଣ କରିଛନ୍ତି। ବିଜେଡି ସରକାର ଆରମ୍ଭ କରିଥିବା ବିକାଶ କଲ୍ଯାଣ ଯୋଜନାରୁ ଓଡ଼ିଶାବାସୀଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ। ଏବେବି ବିଜେଡି ଓଡ଼ିଶାର ଏକ ନମ୍ବର ଦଳ। ସାଧାରଣ ନିର୍ବାଚନରେ ବିଜେଡିକୁ ଲୋକ ଅଧିକ ଭୋଟ ଦେଇଛନ୍ତି। ବିଜେଡି ଓଡ଼ିଶାବାସୀଙ୍କ ହୃଦୟରେ ଅଛି। ଓଡ଼ିଶାବାସୀଙ୍କ ଗୌରବ ପାଇଁ ବିଜେଡି ସମର୍ପିତ ଭାବେ କାମ କରୁଛି। ସମସ୍ତେ ଗର୍ବର ସହ ଆମେ ବିଜୁ ଜନତା ଦଳର କର୍ମୀ, ଓଡ଼ିଶା ମାଆର ସେବକ କହିବାକୁ ନବୀନ ଆହ୍ବାନ ଦେଇଛନ୍ତି। ଏହାସହିତ ପୂଜା ଅବସରରେ ଅଭିନନ୍ଦନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

ଆସନ୍ତା ୨ ମାସ ପର୍ଯ୍ଯନ୍ତ ସଦସ୍ଯତା ସଂଗ୍ରହ ଅଭିଯାନ ସାରା ରାଜ୍ଯରେ ଚାଲିବ। ପର୍ଯ୍ଯାୟକ୍ରମେ ସମସ୍ତ ନିର୍ବାଚନ ମଣ୍ଡଳୀରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ଆଗେଇବ। ଉଭୟ ଫିଜିକାଲି ଓ ଡିଜିଟାଲ ମାଧ୍ୟମରେ ସଦସ୍ୟଙ୍କୁ ଯୋଡ଼ା ଯିବ। ଡିଜିଟାଲରେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟଙ୍କ ଘରକୁ ଘର ଯାଇ ଯୋଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଥର ଏକ କୋଟି ୯୧ ହଜାର ୯୧୫ ସଦସ୍ୟ ବିଜେଡି ସହ ଯୋଡ଼ି ହୋଇଥିଲେ। ଏଥର ମଧ୍ୟ ଅଧିକ ସଦସ୍ୟତା ସଂଗ୍ରହ କରିବା ପାଇଁ ବିଜେଡି ଟାର୍ଗେଟ ରଖିଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

09 Oct 2024 By The Sakala

ବିଜେଡି ଓଡ଼ିଶାର ଏକ ନମ୍ବର ଦଳ : ନବୀନ

ଭୁବନେଶ୍ବର : ପୁଣ୍ଯାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଆରମ୍ଭ ହୋଇଛି ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନ। ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ନବୀନ ବିଜେଡିର ପ୍ରଥମ ସଦସ୍ୟ ହୋଇଛନ୍ତି। ଦସ୍ତଖତ କରି ଏକାମ୍ର ଭୁବନେଶ୍ୱରରୁ ସେ ଏହି ସଦସ୍ୟତା ଗ୍ରହଣ କରିଛନ୍ତି। ନବୀନଙ୍କୁ ସଦସ୍ୟ କରାଇଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଉଭୟ ଅନଲାଇନ ଓ ମାନୁଆଲି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ।

ଏହି ଅବସରରେ ସେ କହିଛନ୍ତି, ଆଜି ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ, ତ୍ୟାଗ ଓ ସେବାର ପ୍ରତୀକ। ଆଜିଠାରୁ ବିଜେଡିର ସଦସ୍ୟତା ଅଭିଯାନ ଆରମ୍ଭ ହେଲା। ଏହା ଏକ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ୍ଣ କାମ। ଯାହା ଦଳକୁ ମଜବୁତ କରେ। ସଦସ୍ୟ କରିବା ପାଇଁ ପ୍ରତି କର୍ମୀ ଘରକୁ ଯାଆନ୍ତୁ। ବିଦେଶରେ ଓ ଓଡ଼ିଶା ବାହାର ଲୋକଙ୍କୁ ବି ବିଜେଡିରେ ସାମିଲ ହେବାକୁ ସେ ନିମନ୍ତ୍ରଣ କରିଛନ୍ତି। କିଛି ଦଳ ମିସଡ କଲ କରି ସଦସ୍ୟ କରୁଛନ୍ତି। ବିଜୁ ଜନତା ଦଳ ମିସଡକଲଠୁ ବହୁ ଦୂରରେ ରହିଛି। ସ୍ବାଭିମାନ ଓ ସଂଗ୍ରାମ ହେଉଛି ବିଜେଡିର ଆଦର୍ଶ। ଓଡ଼ିଶାବାସୀଙ୍କ ସେବା, ଓଡ଼ିଆ ଜାତିର ସ୍ବାଭିମାନର ସୁରକ୍ଷା ଓ ଓଡ଼ିଶାର ସ୍ବାର୍ଥ ପାଇଁ ବିଜୁ ବାବୁ ଶେଷ ପର୍ଯ୍ଯନ୍ତ ଲଢେଇ କରିଥିଲେ। ବିଜେଡି ସରକାର ସମୟରେ ରାଜ୍ଯରେ ବହୁ ଭଲକାମ ହୋଇଛି। ବିଜେଡି ସରକାରର ଯୋଜନା ଅନ୍ଯମାନଙ୍କ ପାଇଁ ମଡେଲ ହୋଇଛି। ଭାରତ ସରକାର ମଧ୍ଯ ଆମ ଯୋଜନାକୁ ଅନୁକରଣ କରିଛନ୍ତି। ବିଜେଡି ସରକାର ଆରମ୍ଭ କରିଥିବା ବିକାଶ କଲ୍ଯାଣ ଯୋଜନାରୁ ଓଡ଼ିଶାବାସୀଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ। ଏବେବି ବିଜେଡି ଓଡ଼ିଶାର ଏକ ନମ୍ବର ଦଳ। ସାଧାରଣ ନିର୍ବାଚନରେ ବିଜେଡିକୁ ଲୋକ ଅଧିକ ଭୋଟ ଦେଇଛନ୍ତି। ବିଜେଡି ଓଡ଼ିଶାବାସୀଙ୍କ ହୃଦୟରେ ଅଛି। ଓଡ଼ିଶାବାସୀଙ୍କ ଗୌରବ ପାଇଁ ବିଜେଡି ସମର୍ପିତ ଭାବେ କାମ କରୁଛି। ସମସ୍ତେ ଗର୍ବର ସହ ଆମେ ବିଜୁ ଜନତା ଦଳର କର୍ମୀ, ଓଡ଼ିଶା ମାଆର ସେବକ କହିବାକୁ ନବୀନ ଆହ୍ବାନ ଦେଇଛନ୍ତି। ଏହାସହିତ ପୂଜା ଅବସରରେ ଅଭିନନ୍ଦନ ଜଣାଇଛନ୍ତି।

ଆସନ୍ତା ୨ ମାସ ପର୍ଯ୍ଯନ୍ତ ସଦସ୍ଯତା ସଂଗ୍ରହ ଅଭିଯାନ ସାରା ରାଜ୍ଯରେ ଚାଲିବ। ପର୍ଯ୍ଯାୟକ୍ରମେ ସମସ୍ତ ନିର୍ବାଚନ ମଣ୍ଡଳୀରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ଆଗେଇବ। ଉଭୟ ଫିଜିକାଲି ଓ ଡିଜିଟାଲ ମାଧ୍ୟମରେ ସଦସ୍ୟଙ୍କୁ ଯୋଡ଼ା ଯିବ। ଡିଜିଟାଲରେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟଙ୍କ ଘରକୁ ଘର ଯାଇ ଯୋଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଥର ଏକ କୋଟି ୯୧ ହଜାର ୯୧୫ ସଦସ୍ୟ ବିଜେଡି ସହ ଯୋଡ଼ି ହୋଇଥିଲେ। ଏଥର ମଧ୍ୟ ଅଧିକ ସଦସ୍ୟତା ସଂଗ୍ରହ କରିବା ପାଇଁ ବିଜେଡି ଟାର୍ଗେଟ ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର