ବିଧାନସଭା ଅଧିବେଶନର ୪ର୍ଥ ଦିନ: ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ବିଜେଡି ବିଧାୟକ ଅମର ଶତପଥୀ

The Sakala Picture
Published On

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ । ପ୍ରଥମ ପର୍ଯ୍ଯାୟରେ ଗୃହକାର୍ଯ୍ଯ ଚଳାଇ ଦେଲେନି ବିରୋଧୀ । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି କରିଥିଲେ ହୋହଲ୍ଲା । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ସେମାନେ ଗୃହକାର୍ୟ୍ୟ କରାଇ ଦେଇନଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏ ମୁଲତବି ରଖିଥିଲେ । ପରେ ଗୃହକାର୍ଯ୍ଯ ସ୍ବାଭାବିକ ହୋଇଥିଲା । […]

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ । ପ୍ରଥମ ପର୍ଯ୍ଯାୟରେ ଗୃହକାର୍ଯ୍ଯ ଚଳାଇ ଦେଲେନି ବିରୋଧୀ । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି କରିଥିଲେ ହୋହଲ୍ଲା । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ସେମାନେ ଗୃହକାର୍ୟ୍ୟ କରାଇ ଦେଇନଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏ ମୁଲତବି ରଖିଥିଲେ । ପରେ ଗୃହକାର୍ଯ୍ଯ ସ୍ବାଭାବିକ ହୋଇଥିଲା ।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

ସେପଟେ ଗୃହରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଲେ ବିଜେଡି ବିଧାୟକ ଅମର ଶତପଥୀ । ଆଜି ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶ ପାଇଥିବା ଖବର ନେଇ ଆପତ୍ତି ଉଠାଇଥିଲେ ବିଧାୟକ । ଏହାକୁ ଗୃହ ବିବରଣୀରୁ ବାଦ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହା କେମିତି ପ୍ରକାଶ ପାଇଲା ? ସେହିପରି ‘ଓଟିଭି’ ବି କିପରି ଖବର ପ୍ରସାରଣ କଲା ବୋଲି ସେ ପ୍ରଶ୍ନ କରିଥିଲେ । ଏନେଇ ଖବରର ପୃଷ୍ଠା ଓ ଓଟିଭି କ୍ଲିପଙ୍ଗ ବିଧାନସଭା ସଚିବଙ୍କ ପାଖରେ ଦାଖଲ କରିଛନ୍ତି ଅମର । ଗୃହର ମର୍ଯ୍ଯାଦା ପାଇଁ ଏହା ଉପରେ ଆଲୋଚନା କରି ଅନ୍ୟ ପ୍ରସଙ୍ଗ ବନ୍ଦ କରିବାକୁ ସେ ଦାବି କରିବା ପରେ ତାଙ୍କୁ ସମସ୍ତ ବିଜେଡି ସଦସ୍ୟ ସମର୍ଥନ କରିଥିଲେ ।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

24 Feb 2023 By The Sakala

ବିଧାନସଭା ଅଧିବେଶନର ୪ର୍ଥ ଦିନ: ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ବିଜେଡି ବିଧାୟକ ଅମର ଶତପଥୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ । ପ୍ରଥମ ପର୍ଯ୍ଯାୟରେ ଗୃହକାର୍ଯ୍ଯ ଚଳାଇ ଦେଲେନି ବିରୋଧୀ । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି କରିଥିଲେ ହୋହଲ୍ଲା । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ସେମାନେ ଗୃହକାର୍ୟ୍ୟ କରାଇ ଦେଇନଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏ ମୁଲତବି ରଖିଥିଲେ । ପରେ ଗୃହକାର୍ଯ୍ଯ ସ୍ବାଭାବିକ ହୋଇଥିଲା ।

ସେପଟେ ଗୃହରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଲେ ବିଜେଡି ବିଧାୟକ ଅମର ଶତପଥୀ । ଆଜି ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶ ପାଇଥିବା ଖବର ନେଇ ଆପତ୍ତି ଉଠାଇଥିଲେ ବିଧାୟକ । ଏହାକୁ ଗୃହ ବିବରଣୀରୁ ବାଦ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହା କେମିତି ପ୍ରକାଶ ପାଇଲା ? ସେହିପରି ‘ଓଟିଭି’ ବି କିପରି ଖବର ପ୍ରସାରଣ କଲା ବୋଲି ସେ ପ୍ରଶ୍ନ କରିଥିଲେ । ଏନେଇ ଖବରର ପୃଷ୍ଠା ଓ ଓଟିଭି କ୍ଲିପଙ୍ଗ ବିଧାନସଭା ସଚିବଙ୍କ ପାଖରେ ଦାଖଲ କରିଛନ୍ତି ଅମର । ଗୃହର ମର୍ଯ୍ଯାଦା ପାଇଁ ଏହା ଉପରେ ଆଲୋଚନା କରି ଅନ୍ୟ ପ୍ରସଙ୍ଗ ବନ୍ଦ କରିବାକୁ ସେ ଦାବି କରିବା ପରେ ତାଙ୍କୁ ସମସ୍ତ ବିଜେଡି ସଦସ୍ୟ ସମର୍ଥନ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର