ମାଟିର ଝିଅକୁ ସମର୍ଥନ କରିବାକୁ ନବୀନଙ୍କ ଅପିଲ୍: ପିସିସି ସଭାପତିଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

The Sakala Picture
Published On

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ପିସିସି ସଭାପତିଙ୍କ ସହ ଆଲୋଚନା କରିଛନ୍ତି ବିଜୁ ଜନତା ଦଳ ରାଜ୍ଯ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂହ ଓ ପ୍ରଣବ ବଳବନ୍ତ ରାୟ। ଭେଟିବା ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି ଯେ, ପିସିସି ସଭାପତିଙ୍କ ସହ ଆଲୋଚନା କରିଛୁ। ଓଡ଼ିଆ ଝିଅକୁ ବିଜୟ କରିବା ପାଇଁ ସମର୍ଥନ ମାଗିଲୁ। ପିସିସି ସଭାପତି କହିଛନ୍ତି ତାଙ୍କ ଦଳୀୟ […]

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ପିସିସି ସଭାପତିଙ୍କ ସହ ଆଲୋଚନା କରିଛନ୍ତି ବିଜୁ ଜନତା ଦଳ ରାଜ୍ଯ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂହ ଓ ପ୍ରଣବ ବଳବନ୍ତ ରାୟ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଭେଟିବା ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି ଯେ, ପିସିସି ସଭାପତିଙ୍କ ସହ ଆଲୋଚନା କରିଛୁ। ଓଡ଼ିଆ ଝିଅକୁ ବିଜୟ କରିବା ପାଇଁ ସମର୍ଥନ ମାଗିଲୁ। ପିସିସି ସଭାପତି କହିଛନ୍ତି ତାଙ୍କ ଦଳୀୟ ନେତାଙ୍କ ସହ ଆଲୋଚନା କରି ସେ ଯାହା ନିଷ୍ପତ୍ତି ନେବେ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ପ୍ରତିନିଧି ଦଳ ମତେ ଭେଟିଲେ। ଓଡ଼ିଆ ଝିଅ  ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କହିଲେ। ଆମ ଦଳର ଗୋଟେ ଷ୍ଟାଣ୍ଡ ଅଛି। ଦଳୀୟ ନେତାଙ୍କ ସହ ଆଲୋଚନା କରିବି। ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାହା ମାନିବୁ। ମୁଁ ବିଧାୟକ ମାନଙ୍କ ସହ ଆଲୋଚନା କରିବି ବୋଲି ଶରତ ପଟ୍ଟନାୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟିଥିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନିଜେ ନରସିଂହଙ୍କ ସହିତ ଫୋନରେ କଥା ହୋଇଛନ୍ତି । କଂଗ୍ରେସ ବିଧାୟକ ଓ ସାଂସଦଙ୍କୁ ଦ୍ରୌପଦୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ ।

ସେହିପରି ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବେ ବୋଲି ଆଶ୍ୱାସନା ଦେଇଛନ୍ତି ମକରନ୍ଦ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର