ଆବାସିକ ହଷ୍ଟେଲ ଅବ୍ୟବସ୍ଥାକୁ ନେଇ ମୁଲତବି ପ୍ରସ୍ତାବ ଉପରେ ବର୍ଷିଲା ବିଜେଡି
ଭୁବନେଶ୍ବର: ଆଜି ବିଧାନସଭାରେ ଆବାସିକ ହଷ୍ଟେଲ ଅବ୍ୟବସ୍ଥାକୁ ନେଇ ମୁଲତବି ପ୍ରସ୍ତାବ ଉପରେ ବର୍ଷିଥିଲା ବିଜେଡି। ତୋ ବାକ୍ୟ ତୁ ରକ୍ଷା କର ସୌଦାଗର, ଏଭଳି କହି ବିଜେପି ସଦସ୍ୟଙ୍କୁ କଟାକ୍ଷ କରିଥିଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ୯ ମାସରେ ଆଦିବାସୀ ବିଦ୍ୟାଳୟ କେମିତି ଚାଲିଛି ଗୃହରେ ବଖାଣିବା ସହ ଟିକନିକ ତଥ୍ୟ ରଖିଥିଲେ। ୯ ମାସର ବିଜେପି ସରକାରରେ ଆବାସିକ ହଷ୍ଟେଲରେ ୨୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ହେଲେ କେଉଁ […]
ଭୁବନେଶ୍ବର: ଆଜି ବିଧାନସଭାରେ ଆବାସିକ ହଷ୍ଟେଲ ଅବ୍ୟବସ୍ଥାକୁ ନେଇ ମୁଲତବି ପ୍ରସ୍ତାବ ଉପରେ ବର୍ଷିଥିଲା ବିଜେଡି। ତୋ ବାକ୍ୟ ତୁ ରକ୍ଷା କର ସୌଦାଗର, ଏଭଳି କହି ବିଜେପି ସଦସ୍ୟଙ୍କୁ କଟାକ୍ଷ କରିଥିଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ୯ ମାସରେ ଆଦିବାସୀ ବିଦ୍ୟାଳୟ କେମିତି ଚାଲିଛି ଗୃହରେ ବଖାଣିବା ସହ ଟିକନିକ ତଥ୍ୟ ରଖିଥିଲେ। ୯ ମାସର ବିଜେପି ସରକାରରେ ଆବାସିକ ହଷ୍ଟେଲରେ ୨୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ହେଲେ କେଉଁ କାରଣରୁ ମୃତ୍ୟୁ ହୋଇଛି ସରକାର ତାହା ଜାଣିନାହାନ୍ତି। ଆଜି ଆବାସୀ ହଷ୍ଟେଲରେ ଛାତ୍ରଛାତ୍ରୀ ଅସୁରକ୍ଷିତ, ହଷ୍ଟେଲରେ ଛାତ୍ରୀ ଗର୍ଭବତୀ ହୋଇ ଛୁଆ ଜନ୍ମ କରୁଛନ୍ତି। ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରତି ସରକାରଙ୍କ ଦୃଷ୍ଟି ନାହିଁ ବୋଲି କହିଛନ୍ତି ରାଜା ସ୍ୱାଇଁ। ବିରୋଧୀ ଥିବାବେଳେ ଯେଉଁକଥା କହିଥିଲେ ଏବେ କ୍ଷମତାରେ ରହିକି ଭୁଲି ଗଲେ କିପରି ବୋଲି ପ୍ରଶ୍ନ କରି ମୋହନ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।