ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ନେଇ ରାଜ୍ୟ ବିଜେପି ସରକାର ରାଜନୀତି ନକରନ୍ତୁ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଆଇନମନ୍ତ୍ରୀ ରାଜନୀତିଠାରୁ ଦୂରେଇ ରୁହନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି । ବିଜେଡି କହିଛି, ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ରାଜ୍ୟ ବିଜେପି ସରକାର ରାଜନୀତି ନକରନ୍ତୁ । ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଗଣତି ମଣତି ନେଇ ପୂର୍ବ ସରକାର ସମୟରେ ସବୁ ବ୍ୟବସ୍ଥା ଶେଷ ହୋଇଥିଲା । ସେହି ସମୟରେ ଅଗଷ୍ଟ ୮ ତାରିଖ ୨୦୨୪ରେ ଗଣତି ମଣତି ପାଇଁ ବିଜେଡି ସରକାର ନିଷ୍ପତ୍ତି ନେଇ ସାରିଥିଲେ । ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ମିଛ କଥା କହି ସରକାରକୁ ଆସିବା ପରେ ରତ୍ନଭଣ୍ଡାର ଗଣତିକୁ ନେଇ ବାହାବା ନେବାକୁ ଅପଚେଷ୍ଟା କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ସରକାରଙ୍କୁ ହାଇକୋର୍ଟ ଛାଟ ପରେ ତରବରିଆ ଭାବେ ଏବେ ଗଣତିମଣତି କରିବାକୁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ସରକାର । 

ଆହୁରି ପଢ଼ନ୍ତୁ: ପ୍ରଭାତୀଙ୍କ ବିରୋଧରେ ସମୀରଙ୍କ ଯୁଦ୍ଧଂ ଦେହି ଡକରା: ପଞ୍ଚାୟତ ନିର୍ବାଚନରେ ପ୍ରଭାତୀଙ୍କ ପ୍ରାର୍ଥୀଙ୍କୁ ବିରୋଧ ଚେତାବନୀ

ସେହିପରି ରତ୍ନ ଭଣ୍ଡାରକୁ ନେଇ ଆଇନ ମନ୍ତ୍ରୀ ରାଜନୀତି ଠାରୁ ଦୂରେଇ ରୁହନ୍ତୁ ବୋଲି କହିଛି ବିଜେଡି । ଚାରିଦ୍ୱାର ଖୋଲିବା ନିଷ୍ପତ୍ତି ନେଇ ସରକାର ଯେଉଁ ବାହାବା ନେବାକୁ ଚେଷ୍ଟା କରୁଥଲେ ସେଥିରେ ବିଫଳ ହୋଇଛନ୍ତି । ପ୍ରଭୁଙ୍କ ଦର୍ଶନ ପାଇଁ ବିଜେଡି ସରକାର ସମୟରେ ଯାହା ଥିଲା ପୁଣି ସେହି ବ୍ୟବସ୍ଥା ଏବେ ସରକାରଙ୍କୁ କରିବାକୁ ପଡ଼ିଲା ବୋଲି କହିଛି ବିଜେଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥଙ୍କୁ ନେଇ କେବେ ରାଜନୀତି କରି ନାହାନ୍ତି । ଏବେ ରତ୍ନ ଭଣ୍ଡାରରେ ଥିବା ଅଳଙ୍କାରର ସ୍ଥିତି କଣ ଅଛି ତାକୁ ନେଇ ଦଳ ସନ୍ଦେହରେ ରହିଛି ବୋଲି ବିଜେଡି ଅଭିଯୋଗ କରିଛି। 

ଆହୁରି ପଢ଼ନ୍ତୁ: ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?

16 Feb 2026 By Madhusudan Das

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ନେଇ ରାଜ୍ୟ ବିଜେପି ସରକାର ରାଜନୀତି ନକରନ୍ତୁ: ବିଜେଡି

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଆଇନମନ୍ତ୍ରୀ ରାଜନୀତିଠାରୁ ଦୂରେଇ ରୁହନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି । ବିଜେଡି କହିଛି, ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ରାଜ୍ୟ ବିଜେପି ସରକାର ରାଜନୀତି ନକରନ୍ତୁ । ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଗଣତି ମଣତି ନେଇ ପୂର୍ବ ସରକାର ସମୟରେ ସବୁ ବ୍ୟବସ୍ଥା ଶେଷ ହୋଇଥିଲା । ସେହି ସମୟରେ ଅଗଷ୍ଟ ୮ ତାରିଖ ୨୦୨୪ରେ ଗଣତି ମଣତି ପାଇଁ ବିଜେଡି ସରକାର ନିଷ୍ପତ୍ତି ନେଇ ସାରିଥିଲେ । ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ମିଛ କଥା କହି ସରକାରକୁ ଆସିବା ପରେ ରତ୍ନଭଣ୍ଡାର ଗଣତିକୁ ନେଇ ବାହାବା ନେବାକୁ ଅପଚେଷ୍ଟା କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ସରକାରଙ୍କୁ ହାଇକୋର୍ଟ ଛାଟ ପରେ ତରବରିଆ ଭାବେ ଏବେ ଗଣତିମଣତି କରିବାକୁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ସରକାର । 

ସେହିପରି ରତ୍ନ ଭଣ୍ଡାରକୁ ନେଇ ଆଇନ ମନ୍ତ୍ରୀ ରାଜନୀତି ଠାରୁ ଦୂରେଇ ରୁହନ୍ତୁ ବୋଲି କହିଛି ବିଜେଡି । ଚାରିଦ୍ୱାର ଖୋଲିବା ନିଷ୍ପତ୍ତି ନେଇ ସରକାର ଯେଉଁ ବାହାବା ନେବାକୁ ଚେଷ୍ଟା କରୁଥଲେ ସେଥିରେ ବିଫଳ ହୋଇଛନ୍ତି । ପ୍ରଭୁଙ୍କ ଦର୍ଶନ ପାଇଁ ବିଜେଡି ସରକାର ସମୟରେ ଯାହା ଥିଲା ପୁଣି ସେହି ବ୍ୟବସ୍ଥା ଏବେ ସରକାରଙ୍କୁ କରିବାକୁ ପଡ଼ିଲା ବୋଲି କହିଛି ବିଜେଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥଙ୍କୁ ନେଇ କେବେ ରାଜନୀତି କରି ନାହାନ୍ତି । ଏବେ ରତ୍ନ ଭଣ୍ଡାରରେ ଥିବା ଅଳଙ୍କାରର ସ୍ଥିତି କଣ ଅଛି ତାକୁ ନେଇ ଦଳ ସନ୍ଦେହରେ ରହିଛି ବୋଲି ବିଜେଡି ଅଭିଯୋଗ କରିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର