ବିଜୁ ମହିଳା ଜନତା ଦଳର ନବକଳେବର: ୧୮ ନେତ୍ରୀଙ୍କୁ ବରିଷ୍ଠ ଉପସଭାନେତ୍ରୀ ଦାୟିତ୍ୱ

Madhusudan Das Picture
Published On

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳ (ବିଏମ୍‌ଜେଡି) ସାଂଗଠନିକ ନବକଳେବର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟସ୍ତରରୁ ଆରମ୍ଭ କରି ଜୋନ୍‌, ବିଭିନ୍ନ ନେତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାସହ ଦଳର ୨୬ଟି ସାଂଗଠନିକ ଜିଲ୍ଲା ପାଇଁ ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟସ୍ତରରେ ୧୮ଜଣ ନେତ୍ରୀଙ୍କୁ ବରିଷ୍ଠ ଉପସଭାନେତ୍ରୀ, ୪୨ଜଣଙ୍କୁ ଉପସଭାନେତ୍ରୀ, ୫୧ଜଣଙ୍କୁ ସାଧାରଣ ସମ୍ପାଦିକା ଓ ୪୨ଜଣଙ୍କୁ ସମ୍ପାଦିକା ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଜୋନାଲ ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ୧୩ଜଣଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। 

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ସୂଚନାନୁସାରେ, କନକପ୍ରଭା ଲେଙ୍କା, ଉମାଦେବୀ ଅଗ୍ରୱାଲ, କ୍ୟୁ ସୁଲତାନା, ବାସନ୍ତୀ ମଲ୍ଲିକ, ଉଷାରାଣୀ ମହାନ୍ତି, ସରଳା ସ୍ୱାଇଁ, ସୁନୀତି ସିଂହ, ଶକୁନ୍ତଳା ମହାପାତ୍ର, ସନ୍ଧ୍ୟାରାଣୀ ବିଶ୍ୱାଳ, ସବିତା ମହାପାତ୍ର, ଉଷା ପ୍ରଧାନ, ସଂଯୁକ୍ତା ମହାନ୍ତି, ଜୟଶ୍ରୀ ଦାସ, ଗୋପା ମହାନନ୍ଦ, ଶାନ୍ତିଲତା ପ୍ରଧାନ, ଶକୁନ୍ତଳା ସାହୁ, ସୁଭଦ୍ରା ଦାସ, ସ୍ନେହାଞ୍ଜଳି ମହାନ୍ତିଙ୍କୁ ରାଜ୍ୟ ବରିଷ୍ଠ ଉପସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି। 

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଅନୁରୂପ ଭାବେ ଅନୁଗୁଳ ଜିଲ୍ଲା ମହିଳା ଜନତା ଦଳର ସଭାନେତ୍ରୀ ଭାବେ ବବିତା ପ୍ରଧାନ, ବୌଦ୍ଧ ପାଇଁ ଦୀପ୍ତିପ୍ରଭା ସ୍ୱାଇଁ, ବରଗଡ଼ କଳ୍ପନା ମାଝୀ, ବଲାଙ୍ଗିର ଗୀତା ବିଶି, ଦେବଗଡ଼ ଅଋଣି ପ୍ରଧାନ, ଗଜପତି ସଂଯୁକ୍ତା ବେହେରା, ଜଗତସିଂହପୁର ପାଇଁ ଲୋରା ମହାପାତ୍ର, କଳାହାଣ୍ଡି ପାଇଁ ସବିତା ପ୍ରଧାନ, କେନ୍ଦ୍ରାପଡ଼ା ସରିତା ସାହୁ, ମାଲକାନଗିରି ସମରୀ ଟଙ୍ଗୁଲ, ନବରଙ୍ଗପୁର ମଞ୍ଜୁଳା ମାଝୀ, ନୂଆପଡ଼ା ସନ୍ତୋଷିନୀ ସାମଲ, ନୟାଗଡ଼ ବିଜୟଲକ୍ଷ୍ମୀ ସାହୁ, ରାୟଗଡ଼ା ଅନସୂୟା ମାଝୀ, ସମ୍ବଲପୁର ସଂଯୁକ୍ତା ମେହେର, ସୁବର୍ଣ୍ଣପୁର ପଦ୍ମିନୀ ବଘ‌ାର, ସୁନ୍ଦରଗଡ଼ ରଞ୍ଜନା ପଣ୍ଡା, ରାଉରକେଲା ପାଇଁ ସନ୍ଧ୍ୟାରାଣୀ ଲାକ୍ରାଙ୍କୁ ଜିଲ୍ଲା ସଭାନେତ୍ରୀ ଭାବେ ଅବସ୍ଥାପିତ କରାଯାଇଛି। ଏହାସହ ଭଦ୍ରକ ଜିଲ୍ଲାରେ  ସଭାନେତ୍ରୀ ଭାବେ ବିଦ୍ୟୁତଲତା ନାୟକ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦେବୀଦତ୍ତା ମହାନ୍ତ, କଟକରେ ଅନିତା ବେହେରା ସଭାନେତ୍ରୀ ଓ ପୁର୍ଣ୍ଣିର୍ମା ସିଂହଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ, ଢେଙ୍କାନାଳରେ ସାଗରିକା ମିଶ୍ର ସଭାନେତ୍ରୀ, ଶୁଭଲକ୍ଷ୍ମୀ ସାହୁ କାର୍ଯ୍ୟକାରୀ ସଭାନେତ୍ରୀ, ଝାରସୁଗୁଡ଼ାରେ ଜୟନ୍ତୀ ବହୁ ସଭାନେତ୍ରୀ, ପଦ୍ମିନୀ ସିଂହ କାର୍ଯ୍ୟକାରୀ ସଭାନେତ୍ରୀ କେନ୍ଦୁଝରରେ କମଳିନୀ ପାତ୍ର ସଭାନେତ୍ରୀ, ସାବିତ୍ରୀ ସେଠୀ କାର୍ଯ୍ୟକାରୀ ସଭାନେତ୍ରୀ, କୋରାପୁଟରେ ପାର୍ବତୀ ମସ୍ତିଙ୍କୁ ସଭାନେତ୍ରୀ ଓ ଉର୍ମିଳା ମୁଦୁଲିଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ, ପୁରୀରେ କସ୍ତୁରୀ ସ୍ୱାଇଁଙ୍କୁ ସଭାନେତ୍ରୀ ଓ ମାନସୀ ହରିଚନ୍ଦନଙ୍କୁ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। 

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଏହାବ୍ୟତୀତ, ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ମୋଟ୍‌ ୧୩ଜଣ ନେତ୍ରୀଙ୍କୁ ଜୋନାଲ୍‌ ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରାଯାଇଛି। ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜୋନ୍‌ ପାଇଁ ପୁଷ୍ପାଞ୍ଜଳି ରଣା ସଭାନେତ୍ରୀ ଓ ରଞ୍ଜୁଲତା ରାୟ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି କଟକ ଜିଲ୍ଲା, କଟକ ସହର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଜୋନ୍‌ ପାଇଁ ଜ୍ୟୋତ୍ସ୍ନାମୟୀ ପରିଡ଼ା ସଭାନେତ୍ରୀ ଓ ସ୍ୱର୍ଣ୍ଣଲତା ସାମଲ କାର୍ଯ୍ୟକାରୀ ସଭାନେତ୍ରୀ ଦାୟିତ୍ୱ ପାଇଛନ୍ତି। ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ-୧ ଓ ମୟୂରଭଞ୍ଜ-୨ ଜୋନ୍‌ ପାଇଁ ପ୍ରୀତିନନ୍ଦା କାନୁନଗୋଙ୍କୁ ସଭାନେତ୍ରୀ ଓ ଉମିଲତା ଦାସଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ, ସୁନ୍ଦରଗଡ଼, ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼ ଜୋନ୍‌ ପାଇଁ ସିପ୍ରା ମହାନ୍ତିଙ୍କୁ ସଭାନେତ୍ରୀ ଓ ନିଲ୍‌ କୁମାରୀ ନାୟକଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ଦାୟିତ୍ୱ ଦିଆଯାଇଛି। ବଲାଙ୍ଗିର ସୋନପୁର, ନୂଆପଡ଼ା ଓ କଳାହାଣ୍ଡି ପାଇଁ ଲଳିତା ନାୟକଙ୍କୁ ସଭାନେତ୍ରୀ ଓ ଦମୟନ୍ତୀ ବାଗଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ରୂପେ ଦାୟିତ୍ୱ ବଣ୍ଟନ କରାଯାଇଛି। ଗଞ୍ଜାମ, ବ୍ରହ୍ମପୁର, ଗଜପତି, କନ୍ଧମାଳ ଓ ବୌଦ୍ଧ ଜୋନ୍‌ ପାଇଁ ମମତା ବିଶୋୟୀଙ୍କୁ ସଭାନେତ୍ରୀ ନିଯୁକ୍ତ କରାଯାଇଛି। ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡ଼ା ପାଇଁ ନବୀନା ନାୟକଙ୍କୁ ଜୋନାଲ ସଭାନେତ୍ରୀ ଓ ଲତା ରାୟଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର