ଅଗଷ୍ଟ ୧୫ରୁ ରାଜ୍ୟର ସମସ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ, ପ୍ରଥମ ପର୍ଯ୍ୟାୟରେ ୫ ଜିଲ୍ଲାର ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବାଣ୍ଟି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହେବ ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ । ସ୍ୱାଧୀନତା ଦିବସରୁ ରାଜ୍ୟର ସବୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ଏଥିରେ ଉପକୃତ ହେବେ ରାଜ୍ୟର ୯୨ ଲକ୍ଷ ୫୦ ହଜାର ପରିବାର । ରାଜ୍ୟର ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୯୨ ଲକ୍ଷ ୫୦ ହଜାର ହିତାଧିକାରୀଙ୍କୁ ପର୍ଯ୍ୟାୟ […]

ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହେବ ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ । ସ୍ୱାଧୀନତା ଦିବସରୁ ରାଜ୍ୟର ସବୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ଏଥିରେ ଉପକୃତ ହେବେ ରାଜ୍ୟର ୯୨ ଲକ୍ଷ ୫୦ ହଜାର ପରିବାର । ରାଜ୍ୟର ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୯୨ ଲକ୍ଷ ୫୦ ହଜାର ହିତାଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ କାର୍ଡ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାର ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ । ପରବର୍ତ୍ତୀ ପର୍ଯ୍ୟାୟରେ ନଭେମ୍ବର ୨୦୨୧ ସୁଦ୍ଧା ସବୁ ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

୨୦୧୮ ଅଗଷ୍ଟ ୧୫ ତାରିଖରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ । ସାର୍ବଜନୀନ ସ୍ୱାସ୍ଥ୍ୟ ସେବାରେ ବାର୍ଷିକ ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କାର ସହାୟତା ମିଳୁଛି । ଗ୍ରାମାଞ୍ଚଳରେ ବାର୍ଷିକ ଆୟ ୫୦ ହାଜାର ତଳକୁ ଥିବା ସବୁ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡଧାରୀ, ବିପିଏଲ ପରିବାର, ଇନ୍ଦିରା ଆବାସ ହିତାଧିକାରୀଙ୍କୁ ଏହି ସୁବିଧା ମିଳୁଥିଲା । ସହରାଞ୍ଚଳରେ ବାର୍ଷିକ ଆୟ ୬୦ ହଜାର ତଳକୁ ଥିବା ହିତାଧିକାରୀଙ୍କୁ ଏହି ସୁବିଧା ଉପଲବ୍ଧ ହେଉଥିଲା । ଆସନ୍ତା ଅଗଷ୍ଟ ୧୫ରୁ ଏହି ଯୋଜନାର ସଂପ୍ରସାରଣ କରାଯିବା ସହ ଅଧିକ ହସପିଟାଲକୁ ସାମିଲ କରାଯିବ । ହିତାଧିକାରୀଙ୍କ ଯୋଗ୍ୟତା ମାପକାଠିରେ ମଧ୍ୟ ପରିବର୍ତ୍ତନ କରାଯିବ । ରାଜ୍ୟ ବାହାରର ପ୍ରତିଷ୍ଠିତ ଘରୋଇ ହସ୍ପିଟାଲ ଗୁଡିକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ । ନୂଆ ମାନଦଣ୍ଡ ଅନୁସାରେ ସବୁ ବିଜୁ କୃଷକ କଲ୍ୟାଣ ହିତାଧିକାରୀ ଅର୍ଥାତ୍ ବିଜୁ କୃଷକ କଲ୍ୟାଣ ଯୋଜନା-୧ ର ୨୫ ଲକ୍ଷ ୬୧ ହଜାର ୬୦୨ ହିତାଧିକାରୀ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା-୨ର ୪୪ ଲକ୍ଷ ୮ ହଜାର ୭୦ ସହ ୨ ଲକ୍ଷ ବିପିଏଲ୍, ଇନ୍ଦିରା ଆବାସ ଓ ସ୍ୱଳ୍ପ ଆୟକାରୀ ହିତାଧିକାରୀ ସ୍ମାର୍ଟ କାର୍ଡ ଯୋଜନାରେ ସାମିଲ ହେବେ । ଏଥିସହ ଅତିରିକ୍ତ ୨୦ ଲକ୍ଷ ୮୦ ହଜାର ୩୨୮ ପରିବାର ଏହାର ସୁଫଳ ପାଇବେ ।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

ନୂଆ କାର୍ଡ ନମିଳିବା ପର୍ଯ୍ୟନ୍ତ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡରୁ ଏହି ସୁବିଧା ପାଇପାରିବେ । ସେପ୍ଟେମ୍ବର ପହିଲାରୁ ଏହି ସୁବିଧା ଉପଲବ୍ଧ ହେବ । ଏବେ ରାଜ୍ୟର ୧୮୩ଟି ହସ୍ପିଟାଲରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ମିଳିପାରୁଛି । ରାଜ୍ୟ ବାହାରର ୧୭ଟି ହସ୍ପିଟାଲରେ ମଧ୍ୟ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଉଛି । ରାଜ୍ୟ ବାହାରେ ଥିବା ଜାତୀୟ ସ୍ତରର ପ୍ରତିଷ୍ଠିତ ହସ୍ପିଟାଲ ଗୁଡିକୁ ମଧ୍ୟ ସାମିଲ କରିବାକୁ ଯୋଜନା କରାଯାଉଛି ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

08 Aug 2021 By The Sakala

ଅଗଷ୍ଟ ୧୫ରୁ ରାଜ୍ୟର ସମସ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ, ପ୍ରଥମ ପର୍ଯ୍ୟାୟରେ ୫ ଜିଲ୍ଲାର ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବାଣ୍ଟି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହେବ ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ । ସ୍ୱାଧୀନତା ଦିବସରୁ ରାଜ୍ୟର ସବୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ଏଥିରେ ଉପକୃତ ହେବେ ରାଜ୍ୟର ୯୨ ଲକ୍ଷ ୫୦ ହଜାର ପରିବାର । ରାଜ୍ୟର ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୯୨ ଲକ୍ଷ ୫୦ ହଜାର ହିତାଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ କାର୍ଡ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାର ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ । ପରବର୍ତ୍ତୀ ପର୍ଯ୍ୟାୟରେ ନଭେମ୍ବର ୨୦୨୧ ସୁଦ୍ଧା ସବୁ ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ ।

୨୦୧୮ ଅଗଷ୍ଟ ୧୫ ତାରିଖରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ । ସାର୍ବଜନୀନ ସ୍ୱାସ୍ଥ୍ୟ ସେବାରେ ବାର୍ଷିକ ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କାର ସହାୟତା ମିଳୁଛି । ଗ୍ରାମାଞ୍ଚଳରେ ବାର୍ଷିକ ଆୟ ୫୦ ହାଜାର ତଳକୁ ଥିବା ସବୁ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡଧାରୀ, ବିପିଏଲ ପରିବାର, ଇନ୍ଦିରା ଆବାସ ହିତାଧିକାରୀଙ୍କୁ ଏହି ସୁବିଧା ମିଳୁଥିଲା । ସହରାଞ୍ଚଳରେ ବାର୍ଷିକ ଆୟ ୬୦ ହଜାର ତଳକୁ ଥିବା ହିତାଧିକାରୀଙ୍କୁ ଏହି ସୁବିଧା ଉପଲବ୍ଧ ହେଉଥିଲା । ଆସନ୍ତା ଅଗଷ୍ଟ ୧୫ରୁ ଏହି ଯୋଜନାର ସଂପ୍ରସାରଣ କରାଯିବା ସହ ଅଧିକ ହସପିଟାଲକୁ ସାମିଲ କରାଯିବ । ହିତାଧିକାରୀଙ୍କ ଯୋଗ୍ୟତା ମାପକାଠିରେ ମଧ୍ୟ ପରିବର୍ତ୍ତନ କରାଯିବ । ରାଜ୍ୟ ବାହାରର ପ୍ରତିଷ୍ଠିତ ଘରୋଇ ହସ୍ପିଟାଲ ଗୁଡିକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ । ନୂଆ ମାନଦଣ୍ଡ ଅନୁସାରେ ସବୁ ବିଜୁ କୃଷକ କଲ୍ୟାଣ ହିତାଧିକାରୀ ଅର୍ଥାତ୍ ବିଜୁ କୃଷକ କଲ୍ୟାଣ ଯୋଜନା-୧ ର ୨୫ ଲକ୍ଷ ୬୧ ହଜାର ୬୦୨ ହିତାଧିକାରୀ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା-୨ର ୪୪ ଲକ୍ଷ ୮ ହଜାର ୭୦ ସହ ୨ ଲକ୍ଷ ବିପିଏଲ୍, ଇନ୍ଦିରା ଆବାସ ଓ ସ୍ୱଳ୍ପ ଆୟକାରୀ ହିତାଧିକାରୀ ସ୍ମାର୍ଟ କାର୍ଡ ଯୋଜନାରେ ସାମିଲ ହେବେ । ଏଥିସହ ଅତିରିକ୍ତ ୨୦ ଲକ୍ଷ ୮୦ ହଜାର ୩୨୮ ପରିବାର ଏହାର ସୁଫଳ ପାଇବେ ।

ନୂଆ କାର୍ଡ ନମିଳିବା ପର୍ଯ୍ୟନ୍ତ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡରୁ ଏହି ସୁବିଧା ପାଇପାରିବେ । ସେପ୍ଟେମ୍ବର ପହିଲାରୁ ଏହି ସୁବିଧା ଉପଲବ୍ଧ ହେବ । ଏବେ ରାଜ୍ୟର ୧୮୩ଟି ହସ୍ପିଟାଲରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ମିଳିପାରୁଛି । ରାଜ୍ୟ ବାହାରର ୧୭ଟି ହସ୍ପିଟାଲରେ ମଧ୍ୟ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଉଛି । ରାଜ୍ୟ ବାହାରେ ଥିବା ଜାତୀୟ ସ୍ତରର ପ୍ରତିଷ୍ଠିତ ହସ୍ପିଟାଲ ଗୁଡିକୁ ମଧ୍ୟ ସାମିଲ କରିବାକୁ ଯୋଜନା କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର