କରୋନା ସଂକ୍ରମିତ ଚିହ୍ନଟ ପରେ ଭୁବନେଶ୍ୱର ସବ୍-କଲେକ୍ଟର ଓ ତହସିଲ କାର୍ଯ୍ୟାଳୟ ୫ ଦିନ ପାଇଁ ବନ୍ଦ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ ତହସିଲ ଅଫିସର କିଛି କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉଭୟ କାର୍ଯ୍ୟାଳୟକୁ ୫ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଏହି ସମୟ ମଧ୍ୟରେ କୌଣିସ ବ୍ୟକ୍ତି ଅଫିସ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ବୋଲି ନୋଟିସ୍ ଜାରି ହୋଇଛି । ଆଜିଠୁ ୨୧ ତାରିଖ ଯାଏଁ ଉଭୟ ଅଫିସ୍ ବନ୍ଦ ରହିବ। ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଏହି ଦୁଇ କାର୍ଯ୍ୟାଳୟ […]

ଭୁବନେଶ୍ୱର: ଭୁବନେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ ତହସିଲ ଅଫିସର କିଛି କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉଭୟ କାର୍ଯ୍ୟାଳୟକୁ ୫ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଏହି ସମୟ ମଧ୍ୟରେ କୌଣିସ ବ୍ୟକ୍ତି ଅଫିସ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ବୋଲି ନୋଟିସ୍ ଜାରି ହୋଇଛି । ଆଜିଠୁ ୨୧ ତାରିଖ ଯାଏଁ ଉଭୟ ଅଫିସ୍ ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଏହି ଦୁଇ କାର୍ଯ୍ୟାଳୟ । ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ପରେ ୨ ଦିନ ପାଇଁ ଅଫିସକୁ ସିଲ୍ କରିଛି ବିଏମସି । କିନ୍ତୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ୨୧ ତାରିଖ ଯାଏଁ ଉପଜିଲ୍ଳାପାଳ ଓ ତହସିଲ ଅଫିସ ବନ୍ଦ ରହିବ। ୩ ଆସିଷ୍ଟାଣ୍ଟ କଲେକ୍ଟରରଙ୍କ ସହ ସବ-କଲେକ୍ଟର ଅଫିସରୁ ୪ଜଣ ଏବଂ ତହସିଲ କାର୍ଯ୍ୟାଳୟରେ ୨ ଅତିରିକ୍ତ ତହସିଲଦାରଙ୍କ ସହ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୭ଜଣ ଚିହ୍ନଟ ପରେ ବିଏମସି ଏହି ପଦକ୍ଷେପ ନେଇଛି । ବନ୍ଦ ସମୟରେ ଦୁଇ ଅଫିସକୁ ସାନିଟାଇଜ୍ କରାଯିବ ।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର