ଆସନ୍ତା ୧୭ ତାରିଖରୁ ଏମ୍‌ସ ଓପିଡି ବନ୍ଦ, ଜାରି ରହିବ ଜରୁରିକାଳୀନ ସେବା

The Sakala Picture
Published On

ଭୁବନେଶ୍ବର : ଆସନ୍ତା ୧୭ ତାରିଖ ସୋମବାରରୁ ବନ୍ଦ ହେବ ଭୁବନେଶ୍ବର ଏମ୍‌ସ ଓପିଡି। କୋଭିଡ ସଂକ୍ରମଣ ଦୃଷ୍ଟିରୁ ବିଭିନ୍ନ ଓପିଡିକୁ ବନ୍ଦ କରିଛି ଭୁବନେଶ୍ବର ଏମସ । ଆସନ୍ତା ୧୭ ଜାନୁଆରୀରୁ ଏହି ସେବା ବନ୍ଦ ରହିବ । ତେବେ ଅଳ୍ପ କେତେକ ବିଭାଗ ପୂର୍ବବତ ସେବା ଜାରି ରଖିବେ । ଯେଉଁ ଯେଉଁ ବିଭାଗ ଖୋଲାରହିବ ସେଗୁଡିକ ହେଲା- ଡେ କେୟାର ସର୍ଭିସ, ରେଡିଓ ଥେରାପି, ଡାୟାଲିସିସ, ଟ୍ରମା ଓ ଏମର୍ଜେନସି, ଲାଇଭ-ସେଭିଂ ସର୍ଜରୀ, ଟେଲିମେଡିସିନ […]

ଭୁବନେଶ୍ବର : ଆସନ୍ତା ୧୭ ତାରିଖ ସୋମବାରରୁ ବନ୍ଦ ହେବ ଭୁବନେଶ୍ବର ଏମ୍‌ସ ଓପିଡି। କୋଭିଡ ସଂକ୍ରମଣ ଦୃଷ୍ଟିରୁ ବିଭିନ୍ନ ଓପିଡିକୁ ବନ୍ଦ କରିଛି ଭୁବନେଶ୍ବର ଏମସ । ଆସନ୍ତା ୧୭ ଜାନୁଆରୀରୁ ଏହି ସେବା ବନ୍ଦ ରହିବ । ତେବେ ଅଳ୍ପ କେତେକ ବିଭାଗ ପୂର୍ବବତ ସେବା ଜାରି ରଖିବେ । ଯେଉଁ ଯେଉଁ ବିଭାଗ ଖୋଲାରହିବ ସେଗୁଡିକ ହେଲା- ଡେ କେୟାର ସର୍ଭିସ, ରେଡିଓ ଥେରାପି, ଡାୟାଲିସିସ, ଟ୍ରମା ଓ ଏମର୍ଜେନସି, ଲାଇଭ-ସେଭିଂ ସର୍ଜରୀ, ଟେଲିମେଡିସିନ ଓ ଟେଲିକନସଲଟେସନ, ଆଇପିଡି ସେବା, ପଲମନାରୀ, ଆନେସ୍ଥେସିଓଲୋଜି ଓ କୋଭିଡ ଟିକାକରଣ ସେବା ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସେପଟେ ହସ୍ପିଟାଲକୁ ଆସୁଥିବା ରୋଗୀ ଯଦି ଅତ୍ୟଧିକ ଗୁରୁତର ନାହାଁନ୍ତି ତେବେ ଓପିଡିକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ଅନଲାଇନରେ ପୂର୍ବରୁ ଟିକେଟ ବୁକ୍ କରିଛନ୍ତି ସେମାନେ ନିର୍ଦ୍ଦିଷ୍ଟ ତାରିଖରେ ଆସିବା ଲାଗି କୁହାଯାଇଛି । କୋଭିଡ ସଂକ୍ରମଣ ବଢୁଥିବା ବେଳେ ଏଭଳି କଟକଣା ଜାରି କରାଯାଇଛି । ବିଭିନ୍ନ ଓପିଡି ଖୋଲା ରହୁଥିବାରୁ ବାହାରେ ଅତ୍ୟଧିକ ଗହଳି ଜମୁଛି । ଅନ୍ୟପଟେ ଏମସ ସ୍ବାସ୍ଥ୍ୟ ଆପ ଓ ଟେଲିମେଡିସିନ ଜରିଆରେ ରୋଗୀଙ୍କ ଚେକ୍ ଅପ କରାଯିବ ବୋଲି ମେିକାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଟେଲିମେଡିସିନ ସେବା ଜରିଆରେ କଲ କରି ମେଡିସିନ୍ ସଂକ୍ରାନ୍ତରେ ବୁଝି ହେବ । ଟେଲିମେଡିସିନ ସେବା ସୋମବାର ଠାରୁ ଶୁକ୍ରବାର ସକାଳ  ୯ ରୁ ସଂନ୍ଧ୍ୟା ୫ ଟା ଏବଂ ଶନିବାର ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ସେହିପରି ସ୍ୱାସ୍ଥ୍ୟ ଆପ୍  ସୋମବାରରୁ ଶୁକ୍ରବାର ଦିନ ୮.୩୦ରୁ ଅପରାହ୍ନ ୫ଟା ଯାଏଁ ଏବଂ ଶନିବାର ଦିନ ଦିନ ଗୋଟାଏ ପର୍ଯ୍ୟନ୍ତ ସେବା ପାଇପାରିବେ ରୋଗୀ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

ଯଦି ଟେଲିମେଡିସିନ୍‌ ସେବା କିମ୍ବା ସ୍ୱାସ୍ଥ୍ୟ ଆପ୍  ସେବା ବେଳେ ଡାକ୍ତର ଅନୁଭବ କରନ୍ତି କି ରୋଗୀର ଅବସ୍ଥା ଗୁରୁତର ଅଛି ଏବଂ ତାଙ୍କୁ ଶାରୀରିକ ଭାବରେ ଦେଖାଯିବା ଉଚିତ୍। ତେବେ ସେମାନେ “ଟେଲିମେଡିସିନ୍” କିମ୍ବା AIIMS ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍ ମାଧ୍ୟମରେ ଏକ ଟିକେଟ କରିପାରିବେ। ପ୍ରବେଶ ଦ୍ୱାରରେ ରୋଗୀଙ୍କୁ ଟିକେଟ ଏବଂ ଡବଲ୍ ଡୋଜ ଟୀକାକରଣ ପ୍ରମାଣପତ୍ର ଦେଖାଇ ଡାକ୍ତରଙ୍କୁ ଦେଖାଇ ପାରିବେ।  ସେହିଭଳି, ବିଭିନ୍ନ ସର୍ଜିକାଲ ୱାର୍ଡରେ ଅସ୍ତ୍ରୋପଚାରକୁ ଅପେକ୍ଷା କରିଥିବା ସମସ୍ତ ରୋଗୀଙ୍କୁ ଲେବର OT, COVID OT, T&E ଏବଂ ଜରୁରୀକାଳୀନ OT ବ୍ୟତୀତ ସୀମିତ ସଂଖ୍ୟକ OT ରେ ସମସ୍ତ ସୁରକ୍ଷା ସହିତ ଅପରେସନ୍ କରାଯିବ | AIIMS ଭୁବନେଶ୍ୱରରେ COVID ନାମରେକୌଣସି ଜରୁରୀକାଳୀନ ମାମଲାକୁ ଠିକ ସମୟରେ ଚିକିତ୍ସା ସେବା ନଯୋଗାଇ ଫେରାଇ ଦେବନାହିଁ  ବୋଲି AIIMS ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ପ୍ରଫେସର ଡକ୍ଟର ଏନ୍ ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ସେହିପରି ଆଇପିଡି ଆଡମିଶନ ସମୟରେ, ଉଭୟ ରୋଗୀ ଏବଂ ତାଙ୍କ ସହାୟକଙ୍କ ପାଇଁ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ଅଟେ । ଆଇପିଡି ରୋଗୀଙ୍କ ସହିତ କେବଳ ଜଣେ  ପରିବାର ଲୋକ ରହିପାରିବେ। ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ବିଭାଗକୁ COVID ଉପଯୁକ୍ତ ପ୍ରୋଟୋକଲ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି ।

15 Jan 2022 By The Sakala

ଆସନ୍ତା ୧୭ ତାରିଖରୁ ଏମ୍‌ସ ଓପିଡି ବନ୍ଦ, ଜାରି ରହିବ ଜରୁରିକାଳୀନ ସେବା

ଭୁବନେଶ୍ବର : ଆସନ୍ତା ୧୭ ତାରିଖ ସୋମବାରରୁ ବନ୍ଦ ହେବ ଭୁବନେଶ୍ବର ଏମ୍‌ସ ଓପିଡି। କୋଭିଡ ସଂକ୍ରମଣ ଦୃଷ୍ଟିରୁ ବିଭିନ୍ନ ଓପିଡିକୁ ବନ୍ଦ କରିଛି ଭୁବନେଶ୍ବର ଏମସ । ଆସନ୍ତା ୧୭ ଜାନୁଆରୀରୁ ଏହି ସେବା ବନ୍ଦ ରହିବ । ତେବେ ଅଳ୍ପ କେତେକ ବିଭାଗ ପୂର୍ବବତ ସେବା ଜାରି ରଖିବେ । ଯେଉଁ ଯେଉଁ ବିଭାଗ ଖୋଲାରହିବ ସେଗୁଡିକ ହେଲା- ଡେ କେୟାର ସର୍ଭିସ, ରେଡିଓ ଥେରାପି, ଡାୟାଲିସିସ, ଟ୍ରମା ଓ ଏମର୍ଜେନସି, ଲାଇଭ-ସେଭିଂ ସର୍ଜରୀ, ଟେଲିମେଡିସିନ ଓ ଟେଲିକନସଲଟେସନ, ଆଇପିଡି ସେବା, ପଲମନାରୀ, ଆନେସ୍ଥେସିଓଲୋଜି ଓ କୋଭିଡ ଟିକାକରଣ ସେବା ।

ସେପଟେ ହସ୍ପିଟାଲକୁ ଆସୁଥିବା ରୋଗୀ ଯଦି ଅତ୍ୟଧିକ ଗୁରୁତର ନାହାଁନ୍ତି ତେବେ ଓପିଡିକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ଅନଲାଇନରେ ପୂର୍ବରୁ ଟିକେଟ ବୁକ୍ କରିଛନ୍ତି ସେମାନେ ନିର୍ଦ୍ଦିଷ୍ଟ ତାରିଖରେ ଆସିବା ଲାଗି କୁହାଯାଇଛି । କୋଭିଡ ସଂକ୍ରମଣ ବଢୁଥିବା ବେଳେ ଏଭଳି କଟକଣା ଜାରି କରାଯାଇଛି । ବିଭିନ୍ନ ଓପିଡି ଖୋଲା ରହୁଥିବାରୁ ବାହାରେ ଅତ୍ୟଧିକ ଗହଳି ଜମୁଛି । ଅନ୍ୟପଟେ ଏମସ ସ୍ବାସ୍ଥ୍ୟ ଆପ ଓ ଟେଲିମେଡିସିନ ଜରିଆରେ ରୋଗୀଙ୍କ ଚେକ୍ ଅପ କରାଯିବ ବୋଲି ମେିକାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଟେଲିମେଡିସିନ ସେବା ଜରିଆରେ କଲ କରି ମେଡିସିନ୍ ସଂକ୍ରାନ୍ତରେ ବୁଝି ହେବ । ଟେଲିମେଡିସିନ ସେବା ସୋମବାର ଠାରୁ ଶୁକ୍ରବାର ସକାଳ  ୯ ରୁ ସଂନ୍ଧ୍ୟା ୫ ଟା ଏବଂ ଶନିବାର ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ସେହିପରି ସ୍ୱାସ୍ଥ୍ୟ ଆପ୍  ସୋମବାରରୁ ଶୁକ୍ରବାର ଦିନ ୮.୩୦ରୁ ଅପରାହ୍ନ ୫ଟା ଯାଏଁ ଏବଂ ଶନିବାର ଦିନ ଦିନ ଗୋଟାଏ ପର୍ଯ୍ୟନ୍ତ ସେବା ପାଇପାରିବେ ରୋଗୀ।

ଯଦି ଟେଲିମେଡିସିନ୍‌ ସେବା କିମ୍ବା ସ୍ୱାସ୍ଥ୍ୟ ଆପ୍  ସେବା ବେଳେ ଡାକ୍ତର ଅନୁଭବ କରନ୍ତି କି ରୋଗୀର ଅବସ୍ଥା ଗୁରୁତର ଅଛି ଏବଂ ତାଙ୍କୁ ଶାରୀରିକ ଭାବରେ ଦେଖାଯିବା ଉଚିତ୍। ତେବେ ସେମାନେ “ଟେଲିମେଡିସିନ୍” କିମ୍ବା AIIMS ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍ ମାଧ୍ୟମରେ ଏକ ଟିକେଟ କରିପାରିବେ। ପ୍ରବେଶ ଦ୍ୱାରରେ ରୋଗୀଙ୍କୁ ଟିକେଟ ଏବଂ ଡବଲ୍ ଡୋଜ ଟୀକାକରଣ ପ୍ରମାଣପତ୍ର ଦେଖାଇ ଡାକ୍ତରଙ୍କୁ ଦେଖାଇ ପାରିବେ।  ସେହିଭଳି, ବିଭିନ୍ନ ସର୍ଜିକାଲ ୱାର୍ଡରେ ଅସ୍ତ୍ରୋପଚାରକୁ ଅପେକ୍ଷା କରିଥିବା ସମସ୍ତ ରୋଗୀଙ୍କୁ ଲେବର OT, COVID OT, T&E ଏବଂ ଜରୁରୀକାଳୀନ OT ବ୍ୟତୀତ ସୀମିତ ସଂଖ୍ୟକ OT ରେ ସମସ୍ତ ସୁରକ୍ଷା ସହିତ ଅପରେସନ୍ କରାଯିବ | AIIMS ଭୁବନେଶ୍ୱରରେ COVID ନାମରେକୌଣସି ଜରୁରୀକାଳୀନ ମାମଲାକୁ ଠିକ ସମୟରେ ଚିକିତ୍ସା ସେବା ନଯୋଗାଇ ଫେରାଇ ଦେବନାହିଁ  ବୋଲି AIIMS ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ପ୍ରଫେସର ଡକ୍ଟର ଏନ୍ ମହାନ୍ତି କହିଛନ୍ତି।

ସେହିପରି ଆଇପିଡି ଆଡମିଶନ ସମୟରେ, ଉଭୟ ରୋଗୀ ଏବଂ ତାଙ୍କ ସହାୟକଙ୍କ ପାଇଁ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ଅଟେ । ଆଇପିଡି ରୋଗୀଙ୍କ ସହିତ କେବଳ ଜଣେ  ପରିବାର ଲୋକ ରହିପାରିବେ। ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ବିଭାଗକୁ COVID ଉପଯୁକ୍ତ ପ୍ରୋଟୋକଲ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର