ଗୁଳିମାଡ଼ କରି ଦୁର୍ବୃତ୍ତ ଲୁଟିନେଲେ ୧୫ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର

The Sakala Picture
Published On

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ସୁଦର୍ଶନପୁର ମାଛହାଟ ଛକରେ ହୋଇଛି  ଲୁଟ୍‌ । ଗୁଳି କରି ଚକାଡ଼ୋଳା ଗହଣା ଦୋକାନ ମାଲିକଙ୍କଠାରୁ ଦୁର୍ବୃତ୍ତ ୧୫ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ରାତିରେ ଦୋକାନ ବନ୍ଦ କରି ମାଲିକ ତାପସ ସାହୁ ଘରକୁ ବାହାରୁ ଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାପସଙ୍କ ଗୋଡ଼କୁ ଗୁଳି ଚଳାଇଥିଲେ । ଗୁଳିଟି ତାପସଙ୍କ ଗୋଡ଼ରେ ନବାଜି ତଳେ […]

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ସୁଦର୍ଶନପୁର ମାଛହାଟ ଛକରେ ହୋଇଛି  ଲୁଟ୍‌ । ଗୁଳି କରି ଚକାଡ଼ୋଳା ଗହଣା ଦୋକାନ ମାଲିକଙ୍କଠାରୁ ଦୁର୍ବୃତ୍ତ ୧୫ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ବୈତରଣୀ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ: ଗେମନ ବ୍ରିଜ୍ ଉପରୁ ମିଳିଲା ମୋବାଇଲ୍ ଓ ଜୋତା

ସୂଚନା ଅନୁଯାୟୀ, ଗତକାଲି ରାତିରେ ଦୋକାନ ବନ୍ଦ କରି ମାଲିକ ତାପସ ସାହୁ ଘରକୁ ବାହାରୁ ଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାପସଙ୍କ ଗୋଡ଼କୁ ଗୁଳି ଚଳାଇଥିଲେ । ଗୁଳିଟି ତାପସଙ୍କ ଗୋଡ଼ରେ ନବାଜି ତଳେ ବାଜିଥିଲା । ତା’ପରେ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଥିବା ବ୍ୟାଗ୍‌ ଛଡ଼ାଇ ଚମ୍ପଟ ମାରିଥିଲେ। ବ୍ୟାଗ୍‌ରେ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନା ଓ ରୂପା ଥିବା ଅଭିଯୋଗ ହୋଇଛି । ସେହିପରି ତାଙ୍କ ପାଖରେ ଥିବା ନଗଦ ୨୦ ହଜାର ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ତାପସଙ୍କ ମୋବାଇଲ ମଧ୍ୟ ଛଡ଼ାଇ ନେଇଛନ୍ତି ଲୁଟେରା । ପାଖରେ ଥିବା ଦୋକାନୀ ମାନେ ଭୟରେ ବାହରକୁ ବାହାରି ନଥିଲେ ।

ସେପଟେ ଲୁଟ ନେଇ ବାସୁଦେବପୁର ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଗୋଟିଏ ଗୁଳି ଓ ଖୋକା ଜବତ କରିଛି ।

01 Nov 2021 By The Sakala

ଗୁଳିମାଡ଼ କରି ଦୁର୍ବୃତ୍ତ ଲୁଟିନେଲେ ୧୫ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ସୁଦର୍ଶନପୁର ମାଛହାଟ ଛକରେ ହୋଇଛି  ଲୁଟ୍‌ । ଗୁଳି କରି ଚକାଡ଼ୋଳା ଗହଣା ଦୋକାନ ମାଲିକଙ୍କଠାରୁ ଦୁର୍ବୃତ୍ତ ୧୫ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଦୋକାନ ବନ୍ଦ କରି ମାଲିକ ତାପସ ସାହୁ ଘରକୁ ବାହାରୁ ଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାପସଙ୍କ ଗୋଡ଼କୁ ଗୁଳି ଚଳାଇଥିଲେ । ଗୁଳିଟି ତାପସଙ୍କ ଗୋଡ଼ରେ ନବାଜି ତଳେ ବାଜିଥିଲା । ତା’ପରେ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଥିବା ବ୍ୟାଗ୍‌ ଛଡ଼ାଇ ଚମ୍ପଟ ମାରିଥିଲେ। ବ୍ୟାଗ୍‌ରେ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନା ଓ ରୂପା ଥିବା ଅଭିଯୋଗ ହୋଇଛି । ସେହିପରି ତାଙ୍କ ପାଖରେ ଥିବା ନଗଦ ୨୦ ହଜାର ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ତାପସଙ୍କ ମୋବାଇଲ ମଧ୍ୟ ଛଡ଼ାଇ ନେଇଛନ୍ତି ଲୁଟେରା । ପାଖରେ ଥିବା ଦୋକାନୀ ମାନେ ଭୟରେ ବାହରକୁ ବାହାରି ନଥିଲେ ।

ସେପଟେ ଲୁଟ ନେଇ ବାସୁଦେବପୁର ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଗୋଟିଏ ଗୁଳି ଓ ଖୋକା ଜବତ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର