ଅନ୍‌ଲାଇନରୁ ଡାଟା ଉଭାନ୍‌: ପିଲାଙ୍କର ମିଳୁନାହିଁ ଜନ୍ମ ପ୍ରମାଣପତ୍ର, ହଇରାଣ ହେଉଛନ୍ତି ଅଭିଭାବକ

The Sakala Picture
Published On

ଭଦ୍ରକ/ଚାନ୍ଦବାଲି: ସରକାରୀସ୍ତରରେ ଜନ୍ମ ପ୍ରମାଣପତ୍ର ଅନେକ କ୍ଷେତ୍ରରେ ଦରକାରୀ ଅଟେ । ହେଲେ ଏହି ପ୍ରମାଣପତ୍ର ପାଇବା ପାଇଁ କିଏ ଦୀର୍ଘ ୨ ବର୍ଷ ଦୌଡ଼ିଲାଣିତ କିଏ ପୁଣି ଦୀର୍ଘ ୪ ବର୍ଷ ଦୌଡ଼ିବା ପରେ ମଧ୍ୟ ଜନ୍ମପ୍ରମାଣପତ୍ର ପାଇବାରେ ସଫଳ ହୋଇ ପାରିନାହାଁନ୍ତି । କାହାର ପିଲାକୁ ୪ ବର୍ଷ ହେଲାଣି ତ କାହାର ୬ବର୍ଷ ହେଲେ, ଆଧାର କାର୍ଡ ହୋଇପାରୁ ନ ଥିବାରୁ ସ୍କୁଲରେ ପିଲାଙ୍କର ନାମଲେଖା ହୋଇପାରୁନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, […]

ଭଦ୍ରକ/ଚାନ୍ଦବାଲି: ସରକାରୀସ୍ତରରେ ଜନ୍ମ ପ୍ରମାଣପତ୍ର ଅନେକ କ୍ଷେତ୍ରରେ ଦରକାରୀ ଅଟେ । ହେଲେ ଏହି ପ୍ରମାଣପତ୍ର ପାଇବା ପାଇଁ କିଏ ଦୀର୍ଘ ୨ ବର୍ଷ ଦୌଡ଼ିଲାଣିତ କିଏ ପୁଣି ଦୀର୍ଘ ୪ ବର୍ଷ ଦୌଡ଼ିବା ପରେ ମଧ୍ୟ ଜନ୍ମପ୍ରମାଣପତ୍ର ପାଇବାରେ ସଫଳ ହୋଇ ପାରିନାହାଁନ୍ତି । କାହାର ପିଲାକୁ ୪ ବର୍ଷ ହେଲାଣି ତ କାହାର ୬ବର୍ଷ ହେଲେ, ଆଧାର କାର୍ଡ ହୋଇପାରୁ ନ ଥିବାରୁ ସ୍କୁଲରେ ପିଲାଙ୍କର ନାମଲେଖା ହୋଇପାରୁନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମେଡିକାଲରେ ଜନ୍ମିତ ଶିଶୁମାନଙ୍କର ଅନଲାଇନ ଡାଟା ଉଭାନ୍‌ ହୋଇଯାଇଛି । ଯାହା ଫଳରେ ଜଣେ କି ଦି’ ଜଣ ନୁହେଁ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ଅଭିଭାବକ ଅଯଥାରେ ହଇରାଣ ହେଉଛନ୍ତି । ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରୁ ।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

୭୦ ରୁ ୮୦ ଥର ଅଫିସକୁ ଦୌଡ଼ି ଦୌଡ଼ି ମଧ୍ୟ ଜନ୍ମପ୍ରମାଣପତ୍ର ମିଳିପାରିନାହିଁ ବୋଲି କେତେକ ଅଭିଭାବକ ଦୁଃଖର ସହ ପ୍ରକାଶ କରିଛନ୍ତି । ସାଇଟ୍‌ ବନ୍ଦ, ଆଜି ଖୋଲିବ ନାହିଁ, କାମ ଚାଲିଛି ଏମିତି କହି କହି ଲୋକମାନଙ୍କୁ ଫେରାଯାଉଛି । ଜଣେ ଆଶାକର୍ମୀ ଠାରୁ ପ୍ରକାଶ ଯେ, ତାଙ୍କ ଦାୟିତ୍ୱରେ ଥିବା ୩ଟି ଗାଁରେ ୨୦୦ରୁ ଉର୍ଦ୍ଧ୍ୱ ପିଲାଙ୍କର ଜନ୍ମ ପ୍ରମାଣପତ୍ର ହୋଇପାରୁ ନାହିଁ ।

ଆହୁରି ପଢ଼ନ୍ତୁ: ଭଦ୍ରକରେ ମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ୧୨ରୁ ଅଧିକ ଆହତ

ସରକାରୀ ରେକର୍ଡ ଅନୁଯାୟୀ, ଏହା ୩୦୦୦ ଥିବାବେଳେ ଏହା ବେସରକାରୀ ଭାବେ ୪୦୦୦ ପାଖାପାଖି ହେବ ବୋଲି ସନ୍ଦେହ କରାଯାଉଛି । କେବଳ ଏତିକି ନୁହେଁ ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦୧୬ ମସିହା ଠାରୁ ୨୦୨୦ ମଧ୍ୟରେ ପାଖାପାଖି ୩୦୦୦ରୁ ଉର୍ଦ୍ଧ୍ୱ ପିଲା ଜନ୍ମ ପ୍ରମାଣପତ୍ର ପାଇଁ ଏମିତି ଦହଗଞ୍ଜ ହେଉଛନ୍ତି । ପ୍ରତିଦିନ ଆଖପାଖ ସମେତ ୨୦ ରୁ ୩୦ କି.ମି ବାଟ ପିଲାଙ୍କୁ ଧରି ଖରାରେ ଆସି ଅଭିଭାବକମାନଙ୍କୁ ଫେରିବାକୁ ପଡୁଛି । କେତେବେଳେ କହୁଛନ୍ତି ସାଇଟ୍‌ ବନ୍ଦ, କେତେବେଳେ କହୁଛନ୍ତି ଅନ୍‌ ଲାଇନରେ ଡାଟା ମିଳୁନାହିଁ, ଆଉ କେତେବେଳେ କହୁଛନ୍ତି ଦିଲ୍ଲୀରୁ ସାଇଟ୍‌ ବନ୍ଦ ଅଛି, ଅଳ୍ପ ଦିନ ଭିତରେ ଖୋଲିଯିବ ବୋଲି । ଏମିତି କହି କହି ବର୍ଷ ବର୍ଷ ବିତି ଚାଲିଛି।

ଏବେ ପିଲାମାନଙ୍କ ପାଇଁ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କରେ ଆଧାର କାର୍ଡ ପାଇଁ ପ୍ରକ୍ରିୟା ଚାଲିଛି । ହେଲେ ଯେଉଁ ମାନଙ୍କର ଜନ୍ମ ପ୍ରମାଣପତ୍ର ନାହିଁ ସେମାନେ ଆଧାର କାର୍ଡର ସୁବିଧାରୁ ବଞ୍ଚିତ ହେଉଛନ୍ତି । ଜନ୍ମପ୍ରମାଣପତ୍ର ନ ଥିବାରୁ ସ୍କୁଲ ଆଡମିଶନ, ଆଧାର କାର୍ଡ ଓ ସୁକନ୍ୟା ଯୋଜନା ବି କରିପାରୁନାହାଁନ୍ତି । ମେଡ଼ିକାଲକୁ ଦୌଡ଼ି ଦୌଡ଼ି ଥକି ପଡ଼ିଲେଣି ହେଲେ ଜନ୍ମପ୍ରମାଣପତ୍ର ମିଳିବ କି ନାହିଁ ସେହି ଆଶା ଆଶଙ୍କାରେ ଦିନ କାଟୁଛନ୍ତି ।

ଅନ୍ୟପଟେ ଚାନ୍ଦବାଲି ମେଡ଼ିକାଲ ଅଫିସର କହୁଛନ୍ତି ଆବେଦନ ସଂଖ୍ୟା ବହୁତ କିନ୍ତୁ ୩୦୦୦ରୁ ଉର୍ଦ୍ଧ୍ବ ଲୋକ ସାର୍ଟିଫିକେଟ ପାଇନାହାନ୍ତି । ଆମେ ଉପରକୁ ବହୁବାର ଜଣାଇଛୁ କିଛି ସମାଧାନ ହୋଇ ପାରିନାହିଁ । ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ର ଙ୍କ ସହିତ ଯୋଗାଯୋଗ କରିବା ପରେ ସେ କୁହନ୍ତି : ଏହା କେବଳ ଚାନ୍ଦବାଲି ନୁହେଁ ଏପରି ସମସ୍ୟା ସାରା ଓଡ଼ିଶାରେ ଲାଗି ରହିଛି । ୨୦୧୬ରୁ ୨୦୨୦ ଭିତରେ ସେଂଟ୍ରଲ ଗର୍ଭମେଣ୍ଟ ପାଖରେ ଯେଉଁ ଡେଟା ଥିଲା ତାହା ୨୦୧୬ ପରେ ଓଡ଼ିଶାର ଅନଲାଇନ ପଞ୍ଜିକୃତ ହେଉଥିବା ଡାଟା ଶିଟ୍‌ କୁ ଆସିପାରୁ ନ ଥିବାରୁ ଏପରି ସମସ୍ୟା ଉପୁଜିଛି । ଅଳ୍ପଦିନ ଭିତରେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ପୂର୍ବରୁ ମାନୁଆଲ ପଞ୍ଜିକରଣ ହେଉଥିଲା ଓ ସେ ଗୁଡିକ କେନ୍ଦ୍ରୀୟ ଅନଲାଇନ ପୋର୍ଟାଲରେ ସଂଗୃହିତ ହୋଇ ରହୁଥିଲା । ଏଠାରେ ୨୦୧୬ ପରେ ମାନ୍ୟୁଅଲ ସହିତ ନୂତନ ଡେଟାବେଶରେ ଅନଲାଇନର ଆରମ୍ଭ ହେବା ପରେ ସେଟ୍ରଂଲ ପୋର୍ଟାଲକୁ ଲକ୍‌ କରିଦିଆଯାଇଥିଲା । ଫଳରେ ୪ ବର୍ଷ ଧରି ସେଣ୍ଟ୍ରାଲ ପୋର୍ଟାଲରୁ ଷ୍ଟେଟ୍‌ ପୋର୍ଟାଲକୁ ସୂଚନା ପ୍ରେରଣ ହୋଇପାରିଲା ନାହିଁ । ମାନ୍ୟୁଆଲ ବଦଳରେ ସଂପୂର୍ଣ ଅନଲାଇନ୍‌ ପ୍ରକ୍ରିୟାରେ ପଞ୍ଜିକୃତ ହେବା ଓ ସେଣ୍ଟ୍ରାଲ ପୋର୍ଟାଲରୁ ସୂଚନା ଉପଲବ୍ଧ ହୋଇପାରୁନଥିବାରୁ ଏହା ପରିସ୍ଥିତିକୁ ଜଟିଳ କରିଛି ବୋଲି ସେ କହିବା ସହ ଏହା ଖୁବ ଶୀଘ୍ର ସମାଧାନ ହେବ ବୋଲି ଜଣାଇଛନ୍ତି । ତେବେ ଏ ପ୍ରକାର ସମସ୍ୟା ବିଷୟରେ ପ୍ରଶାସନ ପାଖରେ ସୂଚନା ଥିବା ସତ୍ତେ୍ୱ ଜନ୍ମ ପ୍ରମାଣପତ୍ର ଅଭାବରୁ ସାଧାରଣ ଲୋକଟିଏ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେ ଦିଗରେ ପ୍ରଶାସନ ବିକଳ୍ପ ବ୍ୟବସ୍ଥା କରାଇଲେ ଆଧାର କାଡର଼୍ ହେଉ ବା ସ୍କୁଲରେ ଆଡମିଶନ ଲୋକମାନଙ୍କୁ ହଇରାଣ ହେବାକୁ ପଡ଼ନ୍ତା ନାହିଁ ବୋଲି ଅଭିଭାବକ ମହଲରେ ଦାବି ହୋଇଛି ।

08 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର